କ୍ରୁରାଶିନୀ ଜଣାଣ (Krurashini Janana)

ସୌରଭିତ ସୃଷ୍ଟି: ସୁରଙ୍ଗିଗଡ଼ ରାଜା ଚନ୍ଦ୍ରଚୂଡ଼ାମଣି ହରିଚନ୍ଦନ ଜଗଦ୍ଦେବ (Chandrachudamani Raja Harichandana Jagaddeba of Surangi Gada)
କରି ତୋତେ ଭରସା କାହିଁକି ଏ ଦୁର୍ଦ୍ଦଶା
କରାଉଅଛି ଲୋକହସା,
କରିଅରିବାହିନୀ କିଞ୍ଚିତେ ଚିତ୍ତେଘେନି
କୃପାମ୍ବୁ ମୋ ପରେ ବରଷା,
ଗୋ କ୍ରୁରାଶିନୀ ।।କରୁଣାମୟୀ ତ ବୋଲାଉ କାର୍ପଣ୍ୟଜନ ଠାରେ ଆଉ।
କଲେ ଅଣ ଆଦର, କରିବାକୁ ଆଦର
କେ ଅଛି ଅନ୍ୟ କହ ଖର
ଗୋ କ୍ରୁରାଶିନୀ ।।
ଖଣ୍ଡପରଶୁ ପାଣି, ହୃଦ ପରଶମଣି
ଖଣ୍ଡି ମୋ ଏ ଘୋର ବିପତ୍ତି ଖଟଣି ପରି ହେଳେଁ
ଖଟାଇ ପଦତଳେ, ରଖାଅ ମୋତେ ପଦତଳେ
ଗୋ କ୍ରୁରାଶିନୀ ।।ଖଚର ଦୋଷୂ ଏତେ ସରି
ଖରାପହୋଇ ଦୁଃଖ ସରି, ଯାଉଛି ମୋ ଗୁହାରି
ଖରେ ନ ଶୁଣ ଯା ଆହୁରି
ଗୋ କ୍ରୁରାଶିନୀ ।।
ଚିତ୍ର: ମା କୁରେଇଶୁଣୀ (କ୍ରୁରାଶିନୀ) ମନ୍ଦିର, ନୂଆଗଡ଼, ଗଞ୍ଜାମ

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ

Leave a Comment

Your email address will not be published. Required fields are marked *

Scroll to Top