କୋଜାଗର

ଲେଖା: ଶିଶିର ସାହୁ ମନୋଜ

କୋଜାଗର ଶବ୍ଦର ନିରୁକ୍ତି —  କଃ(କିଏ) + ଜାଗୃ ଧାତୁ (ଚେଇଁବା) କର୍ତ୍ତୃ. ଅ.

ସାଧାରଣତଃ ଆଶ୍ୱିନ ପୂର୍ଣ୍ଣିମା ଵା କୁମାର ପୂର୍ଣ୍ଣିମାକୁ (କୁଆଁର ପୁନେଁଇ) କୋଜାଗର ପୂର୍ଣ୍ଣିମା କୁହାଯାଏ ।


ଲୋକଵିଶ୍ଵାସ ଅନୁସାରେ ଏ ଦିନ ରାତିରେ ଲକ୍ଷ୍ମୀ ଠାକୁରାଣୀ ଘର ଘର ବୁଲି ଦେଖନ୍ତି ଓ ପଚାରନ୍ତି, “କୋ ଜାଗର୍ତ୍ତି ?” ଅର୍ଥାତ୍ କିଏ ଚେଇଁ ଅଛି ? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି ।

ଆଗେ ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହେଇ ଥିବା ଚାନ୍ଦଭୋଗ ଖୁଆଖୋଇ ହେଇ କୁମାରକୁମାରୀ ମାନେ ଆପଣା ଆପଣା ମଧ୍ୟରେ ଚାନ୍ଦ ଡ଼କାଡ଼କି ହେଇ ମୈତ୍ରୀ ପ୍ରତିଷ୍ଠା କରୁଥିଲେ ଆଜିର ଆଧୁନିକ ଯୁଗରେ ଏ ପରମ୍ପରା ଲୁପ୍ତ ହୋଇସାରିଛି ।

Leave a Comment

Your email address will not be published. Required fields are marked *

Scroll to Top