କେଦାରେଶ୍ବର

ଲେଖା: ଅରବିନ୍ଦ ମହାନ୍ତି

ଶ୍ରୀ କେଦାରେଶ୍ବର ମନ୍ଦିର ଭୁବନେଶ୍ୱରର ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ। ହିମରାଜ ହିମାଳୟଙ୍କ ଇଷ୍ଟ ହେତୁ ଏହି ଲିଙ୍ଗଙ୍କ ନାମ କେଦାରେଶ୍ବର ହୋଇଅଛି। ଏହି ଲିଙ୍ଗ ଦଶଲକ୍ଷ ଶିବ ଲିଙ୍ଗଙ୍କ ସମାହାର ଅଟେ।

ଯେତେବେଳେ ହିମାବନ ନିଜ ପୁତ୍ରୀ ପାର୍ବତୀ ଓ ଜ୍ୱାଇଁ ମହେଶ୍ୱରଙ୍କୁ ଦେଖା କରିବାକୁ ଏକାମ୍ରକୁ ଆସିଲେ ସେ ସମୟରେ ମହେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଈଁ ଏକ ଲିଙ୍ଗ ପ୍ରତିଷ୍ଠା କରିଥିଲେ, ଯାହା ହିମ କେଦାରେଶ୍ବର ନାମେ ପରିଚିତ ହେଲା। ଏହି ଲିଙ୍ଗ ଦକ୍ଷିଣକୁ ମୁଖ କରି ଥିବାରୁ ଏହାଙ୍କୁ ଲିଙ୍ଗ ଦକ୍ଷିଣମୂର୍ତ୍ତି ନାମେ ମଧ୍ୟ ଜଣାଯାଏ। ଦକ୍ଷିଣମୂର୍ତ୍ତି ହେତୁ ଏହା ସିଦ୍ଧ ଏବଂ ଶୀଘ୍ର ମନସ୍କାମନା ପୂର୍ଣ୍ଣ କରନ୍ତି।


କେଦାରେଶ୍ବର ଲିଙ୍ଗ ମହାପ୍ରଭୁ ତ୍ରିଭୁବନେଶ୍ଵରଙ୍କ ଅଷ୍ଟମୂର୍ତ୍ତି ମଧ୍ୟରୁ ଅନ୍ୟତମ ଅଟନ୍ତି। ଯେହେତୁ ଏହି ସ୍ଥାନ ହିମାଳୟ ସମ ଅଟେ ତେଣୁ ପ୍ରତି ବର୍ଷ ମହାପ୍ରଭୁ ଲିଙ୍ଗରାଜ ମାତା ପାର୍ବତୀଙ୍କ ସହ ଏହି ସ୍ଥାନଙ୍କୁ ବିବାହ ନିମନ୍ତେ ଆସିଥାନ୍ତି। ଏହି ମନ୍ଦିର ଏକାଦଶ ଶତାବ୍ଦୀରେ ଚୋଡଗଙ୍ଗ ଦେବଙ୍କ ସମୟରେ ନିର୍ମିତ ହୋଇଥିଲା। ଏହାର ଅର୍ଥ ନୁହେଁ ଯେ ଲିଙ୍ଗ ମଧ୍ୟ ସେହି ସମୟରେ ହୋଇଥିବେ । ଏହି ଲିଙ୍ଗ ବହୁ କାଳରୁ ସିଦ୍ଧବନରେ ବିରାଜିତ ଅଛନ୍ତି।କବିବର ରାଧାନାଥ ରାୟଙ୍କ କେଦାରଗୌରୀ କାବ୍ୟରେ ବର୍ଣ୍ଣିତ ପ୍ରେମିକ କେଦାର ପ୍ରେମିକା ଗୌରୀ ବିଷୟ ଏ କ୍ଷେତ୍ରରେ କେବେ ବି ଗ୍ରହଣଯୋଗ୍ୟ ନୁହେଁ। ଏହା କେବଳ କବିବରଙ୍କ କଳ୍ପନା। ଏହା କୌଣସି ପ୍ରମାଣସାପେକ୍ଷ ନୁହେଁ। ଏ କଥାକୁ ପୁରୁଣା ଭୁବନେଶ୍ୱର ବାସୀ ଓ ସ୍ୱର୍ଣାଦ୍ରି ମହୋଦୟକୁ ଜାଣିଥିବା ବ୍ୟକ୍ତି ଏହାକୁ କେବେବି ଗ୍ରହଣ କରନ୍ତି ନାହିଁ।

The kedareswara temple is another famous temple of Bhubaneswar. The name itself derived from the word lord of the Himalaya. This Lingam is equals to the power of 10 lakhs lingam. 


When Himavan the king of Himalaya was came here to meet his daughter Parvati and son-in-law lord Shiva then he installed a lingam to pacify lord Shiva. The linga got its name after Himalaya as “Hima Kedareswara”. This linga faces the south so it also called as Linga Dakhinamurti.It is also one of the Astamurti Rudras of Lord Tribhubaneswara. Due to this place is similar to the Himalaya so every year lord Lingaraja and devi Parvati come here to getting married.This temple was made in 11th century in the period of Chodaganga deva.

Leave a Comment

Your email address will not be published. Required fields are marked *

Scroll to Top