କୁମ୍ଭେଶ୍ୱର

ଲେଖା: ଶ୍ରୀକାନ୍ତ ସିଂହ

ଢେଙ୍କାନାଳର ଚିରହରିତ ପ୍ରକୃତି, ଶାନ୍ତସ୍ନିଗ୍ଧ ବାତାବରଣ ଯେତିକି ଅନନ୍ୟ ତା’ର ସବୁଜିମା ତା’ର ଝରଣା, ତଥା ମନ୍ଦିର ବି ସେତିକି ଅନନ୍ୟ l

ଢେଙ୍କାନାଳ ଜିଲ୍ଲାର ଶେଷ ପ୍ରାନ୍ତରେ ଆଠଗଡ଼ ସନ୍ନିକଟରେ ଏକ ପୁରାତନ ମନ୍ଦିର ହେଉଛି କୁମ୍ଭେଶ୍ୱର ମହାଦେବ ମନ୍ଦିର (Kumbheswar Temple) l ଯାହାର ଇତିହାସ ସାଉଁଟିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ ବି ସେହି ମନ୍ଦିରଟର କେତେଗୁଡ଼ିଏ ଛବି ଆମେ ଏଠାରେ ସ୍ଥାନିତ କରିବାକୁ ଚେଷ୍ଟା କରିଛୁ l


ଖୁବ ସୁନ୍ଦର ପ୍ରାକୃତିକ ପରିବେଶ, ସବୁଜ କ୍ଷେତ ତଥା ବୃକ୍ଷଲତା ଘେରା ବନାନୀର ମଧ୍ୟଭାଗରେ ଏହି କୁମ୍ଭେଶ୍ୱର ମହାଦେବ ମନ୍ଦିରର ଅବସ୍ଥିତି ଅତୀବ ମନୋରମ l ମନ୍ଦିରଟି ବହୁ ପ୍ରାଚୀନ ନ ହେଲେ ବି ତିନିଶହ ଚାରିଶହ ବର୍ଷରୁ କମ ହେବ ନାହିଁ l ମନ୍ଦିର ପରିସରରେ କେତେକ ପୁରାତନ, ସୁକ୍ଷ୍ମ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି ବି କାଳର କଷାଘାତରେ ଭଗ୍ନ ଓ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ପଡ଼ି ରହିଛି l

ସାଧାରଣ ଲୋକର ଜ୍ଞାତସାରରୁ ଅନେକ ଦୂରରେ ଥିବା ଏହି ଅନନ୍ୟ ଶୈବପୀଠ କୁମ୍ଭେଶ୍ୱର ମନ୍ଦିରଟିକୁ ଥରେ ବୁଲି ଆସିଲେ ବେଶ ଭଲ ହୁଅନ୍ତା । 

Leave a Comment

Your email address will not be published. Required fields are marked *

Scroll to Top