କାନମୁଡା଼ 

ଉପସ୍ଥାପନା: ଶିଶିର ସାହୁ ମନୋଜ
ଏ ମିଠାକୁ ପଶ୍ଚିମ ଓଡ଼ିଶାରେ ଗୁଜିହା ଓ କାନମୁଡା଼ କୁହନ୍ତି । ଗୁଜିହା ଶବ୍ଦର ମୂଳ ଅସ୍ପଷ୍ଟ ପୁଣି ଉତ୍ତର ପ୍ରଦେଶରେ ମଧ୍ୟ ଗୋଜିହା ଶବ୍ଦଟିଏ ଏ ମିଠାର ନାମାର୍ଥେ ଚଳୁଥିଵାର ଜଣାଯାଏ ।
ଏ ମିଠାର ଅନ୍ଯତମ ନାମ କାନମୁଡା଼ ଅଟେ । ବହୁତ ସମ୍ଭଵ ମିଠାଟି କାନମୁଣ୍ଡା ଭଳି ଦେଖାଯାଏ ବୋଲି ପଶ୍ଚିମ ଓଡ଼ିଶାରେ ଏ ମିଠାକୁ କାନମୁଡା଼ କୁହାଯାଉଥିଵା ସମ୍ଭଵ ।
ପଶ୍ଚିମବଙ୍ଗରେ ଏହି ମିଠାକୁ ସାତପୁରୀ କୁହାଯାଏ । ସ୍ଥାନୀୟ ଅଧିଵାସୀଙ୍କ ଅନୁସାରେ ବଙ୍ଗଦେଶରେ ସାତପ୍ରକାରର ପୂର ପକାଇ ଏଇ ମିଠା କରାଯାଉଥିଲା ବୋଲି ଏହାର ଏଭଳି ନାମକରଣ ହୋଇଅଛି । ଓଡ଼ିଶାର କେତେକ ଅଞ୍ଚଳରେ ଏହାକୁ କରଞ୍ଜି ମିଠା କୁହାଯାଏ । ଏ ଶବ୍ଦର ମୂଳ ମଧ୍ୟ ଅସ୍ପଷ୍ଟ ଅଟେ । 
ଢେଙ୍କାନାଳରେ ଏହି ମିଠାକୁ ସାମୁସା କୁହନ୍ତି । ବୋଧହୁଏ ଏ ମିଠା ଦେଖିଵାକୁ ସାମୁକା ଭଳି ବୋଲି ଏହାର ଏଭଳି ନାମକରଣ ହୋଇଥିଵ । ସମ୍ଭଵତଃ ପ୍ରଥମେ ଏ ମିଠାକୁ ସାମୁକା କୁହାଯାଇଥିଵ କିନ୍ତୁ ପରେ ଶାମୁକା ଓ ସାମୁକା ମଧ୍ୟରେ ଭିନ୍ନତା ପାଇଁ ସାମୁସା ହୋଇଥିଵ । 
ମତାନ୍ତରେ ଶିଙ୍ଗିଡା଼ର ଏକ ଦେଶଜ ନାମ ସାମସା, ସାମୁସା, ସମୋସା । ଯେହେତୁ ଏ ମିଠାଟି ଦେଖିଵାକୁ ସାମାନ୍ୟ ଶିଙ୍ଗିଡା଼ ଭଳି ତେଣୁ ଏହାର ନାମ ସାମୁସା ରଖାଯାଇଥିଵ । ଇଂରାଜୀ ଭାଷାରେ ଏହାକୁ sweet somosa କୁହାଯାଉଥିଵାରୁ ଏହି ମତଟି ଅଧିକ ବଳିଷ୍ଠ ଜଣାପଡେ଼ । 
ତେଵେ ଆପଣଙ୍କ ଅଞ୍ଚଳରେ ଏଇ ମିଠାକୁ କ’ଣ କୁହନ୍ତି ?
Photo ଓ ତଥ୍ୟ: ଶ୍ରୀମତୀ ସୁନନ୍ଦା ମହାପାତ୍ର
© ଶ୍ରୀମତୀ ସୁନନ୍ଦା ମହାପାତ୍ର

Leave a Comment

Your email address will not be published. Required fields are marked *

Scroll to Top