ଆଠମଲ୍ଲିକ

ଲେଖା: ଶିବାଶିଷ ମହାପାତ୍ର

୧୮୯୦ ମସିହାର ଆଠମଲ୍ଲିକ ରାଜ୍ୟ ।

ଏକ ସ୍ବତନ୍ତ୍ର ରାଜ୍ୟର ପରିଚୟ ଲାଭ କରିବା ପୂର୍ବରୁ ଥିଲା ଏକ ଜମିଦାରୀ । ୧୮୭୪ ମସିହା ବେଳକୁ ଜମିଦାରୀ ଯାଗିରି ଉଠି ବନିଯାଇଥିଲା ଏକ ସ୍ବତନ୍ତ୍ର ରାଜ୍ୟ । କିମ୍ବଦନ୍ତୀ ଅନୁସାରେ କଦମ୍ବ ବଂଶଜ ରାଜା ପ୍ରତାପ ଦେଓ ଏଗାର ଶହ ଶତାବ୍ଦୀରେ ଏହି ଅଞ୍ଚଳରେ ପାଇଥିଲେ ଏକ ହଣ୍ଡା । ତେଣୁ ଏହି ଅଞ୍ଚଳକୁ ‘ହଣ୍ଡପା’ ବୋଲି ମଧ୍ୟ କୁହାଯାଏ । ପରେ ରାଜା ଏହି ଅଞ୍ଚଳକୁ ଆଠ ଭାଗରେ ବିଭକ୍ତ କରି ଆଠ ଜଣ ମଲ୍ଲଙ୍କୁ ରାଜ୍ୟର ଶାସନଭାର ଅର୍ପଣ କରିଥିଲେ । ଏହି କାରଣ ପାଇଁ ଏହାର ନାମକରଣ ହଣ୍ଡପାରୁ ‘ଆଠମଲ୍ଲିକ’ ହୋଇଥିଲା ।

ଏହି ରାଜ୍ୟର ରାଜଧାନୀ କଇଁତରାଗଡ଼ ଥିଲା । କଦମ୍ବଫୁଲ ଥିଲା ରାଜ୍ୟର ରାଜକୀୟ ଚିହ୍ନ । ଭାରତ ସ୍ବାଧୀନତା ଲାଭ କଲାପରେ ୧୯୪୮ ମସିହାରେ ରାଜ୍ୟର ଶେଷ ରାଜା କିଶୋରଚନ୍ଦ୍ର ଦେଓ ସାମନ୍ତ ଢ଼େଙ୍କାନାଳଠାରେ ରାଜ୍ୟର ମିଶ୍ରଣ ଓଡ଼ିଶା ସହିତ କରିଥିଲେ । ସେ ସମୟରୁ ୧୯୯୩ ମସିହା ପର୍ଯ୍ୟନ୍ତ ଏହା ଢ଼େଙ୍କାନାଳ ରାଜ୍ୟର ଏକ ଅଂଶ ହୋଇ ରହିଥିଲା । ୧୯୯୩ ମସିହା ମାର୍ଚ୍ଚ ମାସ ୩୧ ତାରିଖରେ ନୂତନ ଅନୁଗୋଳ ଜିଲ୍ଲା ସୃଷ୍ଟି ହୋଇଥିଲା ଏବଂ ଆଠମଲ୍ଲିକ ଏହାର ଏକ ସବଡିଭିଜନ୍ ଭାବରେ ରହିଛି ।

ଫଟୋଚିତ୍ରରେ ରହିଛି ଆଠମଲ୍ଲିକ ରାଜ୍ୟର ଚିହ୍ନ କଦମ୍ବ ଫୁଲ ସୁସଜ୍ଜିତ ଏକ ରାଜକୀୟ ହାତୀ ।

©️Odisha Stories

Leave a Comment

Your email address will not be published. Required fields are marked *

Scroll to Top