ଲେଖା: ଶିଶିର ସାହୁ ମନୋଜ ଭୋଜନ କରିଵା ଅର୍ଥକୁ ସୁଚେଇଵା ପାଇଁ ଓଡ଼ିଆ ଭାଷାରେ ଅନେକ ଶବ୍ଦ ଚଳୁଅଛି । ସାଧାରଣତଃ ଆଦର ଓ ଅନାଦର ଭେଦରେ ଏଗୁଡ଼ିକ ଵ୍ୟଵହାର କରାଯାଉଥିବା ଦେଖାଯାଏ । ● ଖା, ଖାଆ→ଖାଇବା, ଖାଏମା, ଖାଦ୍ୟ (ଖାଦ୍ ଧାତୁ) ● ଭୁଞ୍ଜ→ଭୁଞ୍ଜଇ, ଭୁଜ (ଧାନ), ଭୋଜନ ● ଗିଳ୍→ଗିଳିବା, ଗିଳ୍.ବା (ଗିଳ୍ ଧାତୁ-ଗ୍ରାସ କରିବା) ● ଗେବିଵା→ବଡ଼ ବଡ଼ ଭାତଗୁଣ୍ଡା କରି ଖାଇବା କ୍ରିୟା ● ଗେମ୍ଫ→ଗେମ୍ଫିବା (ଗଡ଼ଜାତ) ନିରବଚ୍ଛିନ୍ନ ଭାବେ ଦୃତଗତିରେ ଖାଇ ଚାଲିବା କ୍ରିୟା ● ଜମଵା→ଜମ୍ ଧାତୁ(ଭୋଜନ କରିବା ଅର୍ଥରେ ଏ ଶବ୍ଦଟି ଓଡ଼ିଆ ଛଡ଼ା ମରାଠୀ ଚଳୁଥିଲେ ହେଁ ଗୁଜୁରାଟୀରେ ଏହା ବହୁପ୍ରଚଳିତ) ● ସାମ୍ପୁଡି଼ବା→ବାଲେଶ୍ବରରେ ଏହି ନିଆରା ଶବ୍ଦଟି ଚଳୁଅଛି; ସବୁକିଛି ଖାଇଯିବା ଅର୍ଥରେ ଵ୍ୟଵହାର କରାଯାଏ (ତାମିଲରେ ସାପ୍’ଟିଆ ଶବ୍ଦ ସହିତ ଏହାର ଅର୍ଥଗତ ସାମ୍ୟ ଥିଲା ବେଳେ ଓଡ଼ିଆ ହାମ୍ପୁଡି଼ବା ଶବ୍ଦ ସହିତ ମଧ୍ଯ ଶବ୍ଦଗତ ଓ ଆଂଶିକ ଅର୍ଥଗତ ସାମ୍ୟ ଦୃଶ୍ୟହୁଏ) ● ହାମ୍ପୁଡି଼ବା→ଡାଲି ଓ ତିଅଣ ଭଳି ତରଳ ଖାଦ୍ୟ ପଦାର୍ଥ ପାଇଁ ହାମ୍ପୁଡି଼ବା ଭଳି ଶବ୍ଦ ମଧ୍ଯ ଓଡ଼ିଆ ଭାଷାରେ ଚଳୁଅଛି ! ସେଇଭଳି ଦାନ୍ତରେ ରଗଡ଼ି ରଗଡ଼ି କରି ଖାଇବା କ୍ରିୟା ପାଇଁ ଆମ ଭାଷାରେ ଚୋବେଇବା ଶବ୍ଦ ମଧ୍ଯ ଚଳୁଅଛି । © ଶବ୍ଦଭେଦ Image: Shibasish Mohapatra
|
|
|