Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଅରବିନ୍ଦ ମହାନ୍ତି
କୁହାଯାଏ, ରୁକୁଣା ରଥ ଅଣଲେଉଟା ! ସେଇ ରୁକୁଣା ରଥର ତତ୍ତ୍ୱ ଆମ ଜୀବନ ଭଳି, ଥରେ ଜୀବରୁ ଜୀବନ ଗଲେ ଆଉ ଫେରେ ନାହିଁ ସେଇ ଭଳି ଏହି ରୁକୁଣା ରଥର ବାହୁଡା ନାହିଁ। ଆମ ଶରୀର ଯେମିତି ପୃଥିବୀରୁ ତିଆରି ସେଇଭଳି ରୁକୁଣା ରଥର ଶରୀର ବି ପୃଥିବୀ। ରଥର ଆତ୍ମାସ୍ୱରୂପ ହେଲେ ଶ୍ରୀ ଚନ୍ଦ୍ରଶେଖର ଲିଙ୍ଗରାଜ ମହାପ୍ରଭୁ। ଆତ୍ମା ଶରୀର ତ୍ୟାଗ କରି ନୂତନ ଶରୀର ଧରି ଆସେ ସେଇଭଳି ମହାପ୍ରଭୁ ପରିବର୍ତ୍ତିତ ନୂତନ ରଥରେ ବିଜେ ହୁଅନ୍ତି।
ମହାଦେବ ହେଲେ ଅଜନ୍ମା। ସେ ସଂସାର ବକ୍ଷରେ ଜନ୍ମଗ୍ରହଣ କରନ୍ତି ନାହିଁ ତେଣୁ ତାଙ୍କର ମୃତ୍ୟୁ ବି ହୁଏ ନାହିଁ। ସେ ଜନ୍ମ ମୃତ୍ୟୁ ଚକ୍ରରୁ ଉର୍ଦ୍ଧ୍ବରେ।
ରାମେଶ୍ୱରରୁ ପ୍ରତ୍ୟାବର୍ତ୍ତନ ସମୟରେ ରଥର ମୋଡ଼ କରାଯାଏ ନାହିଁ କେବଳ ସିଂହାସନର ମୁଖ ପଛପଟକୁ କରି ଦିଆଯାଏ ଏବଂ ସେଇ ହିସାବରେ ସାରଥୀ ଓ ଅଶ୍ୱ ମଧ୍ୟ ପରିବର୍ତ୍ତିତ ହୁଅନ୍ତି। ରଥ ଅଣଲେଉଟା, ଏକଥାର ଅର୍ଥ ଯେ ରଥରେ ଆଉ ଦିଅଁ ଫେରିବେ ନାହିଁ ତେଣୁ ରଥର ବାହୁଡାଯାତ୍ରା ନାହିଁ ।