Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ବାଉତି ଛତର୍ ଯାତ୍ରା

  • adminadmin
  • October 5, 2020
  • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
ଉପସ୍ଥାପନା: ଶିବାଶିଷ ମହାପାତ୍ର
ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ମଧ୍ୟ ଆତ୍ମାକୁ ଗୁରୁତ୍ବ ଦିଆଯାଇଛି । ପବିତ୍ର ମହାଳୟା ଦିନକୁ ଓଡ଼ିଆ ଶାସ୍ତ୍ରରେ ଏକ ସ୍ବତନ୍ତ୍ର ତଥା ବିଶେଷ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ । ବିଶ୍ବାସ ରହିଛି ଯେ ପିତୃଲୋକରେ ଖାଦ୍ୟ, ପାନୀୟ ତଥା ଆଲୁଅର ଅଭାବ ଥାଏ ତେଣୁ ମର୍ତ୍ତ୍ୟଲୋକରୁ ଯଥାକ୍ରମେ ଶ୍ରାଦ୍ଧଦିବସରେ ଖାଦ୍ୟ, ମହାଳୟା ଦିନ ପାନୀୟ ତଥା ଦୀପାବଳୀ ଦିନ ଆଲୁଅ ପ୍ରଦାନ କରାଯାଇଥାଏ । 

ଏହି ମହାଳୟା ଦିନ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ତଥା ବିଭିନ୍ନ ଗଡ଼ଜାତର ଇଷ୍ଟଦେବୀ ଧବଳମୁଖୀ ବେଶ ଧାରଣ କରିଥାନ୍ତି । ଏହି ବେଶକୁ ଗଙ୍ଗାବେଶ/ସରସ୍ଵତୀ ବେଶ ବୋଲି କୁହାଯାଏ ଏବଂ ଏହା ମାଁ କାଳୀ, ଲକ୍ଷ୍ମୀ, ସରସ୍ଵତୀଙ୍କ ମିଶ୍ରିତ ରୂପ । ଏହି ବେଶରେ ମାଁ ସମଲେଶ୍ଵରୀଙ୍କ ଦର୍ଶନ ଦ୍ବାରା ଗଙ୍ଗାଦର୍ଶନର ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି । ପୂର୍ବରୁ ଏହି ଦିନରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ବଳି ପଡ଼ୁଥିବା ବେଳେ ଧୀରେ ଧୀରେ ବଳିପ୍ରଥା ବନ୍ଦ ହୋଇ ଆରମ୍ଭ ହୋଇଥିଲା ଦେବୀମାନଙ୍କର ଧବଳମୁଖୀ ବେଶ ଏବଂ ତ୍ୟାଗ କରିଥାନ୍ତି ରକ୍ତବର୍ଣ୍ଣ ବା ସିନ୍ଦୂରବର୍ଣ୍ଣ ।

ସୁବର୍ଣ୍ଣପୁର ଗଡ଼ଜାତରେ ମଧ୍ୟ ଏହି ମହାଳୟାରୁ ଆରମ୍ଭ ହୋଇଥାଏ ଐତିହାସିକ ବଳିଯାତ୍ରାର ବିଭିନ୍ନ ପରମ୍ପରା । ଯେହେତୁ ସାଧାରଣ ଲୋକଙ୍କ ପାଇଁ ଯାତାୟାତର ମାର୍ଗ ଏବଂ ବଳିଯାତ୍ରାର ମାର୍ଗ ଭିନ୍ନ ଭିନ୍ନ ଥାଏ ଏହି ମହାଳୟା ଦିନ ଦୁଇ ଗୋଟି ନଙ୍ଗଳ ମୁନରେ ଏକା ସାଥିରେ ସୁରେଶ୍ଵରୀ ମନ୍ଦିରଠାରୁ ବୁଢ଼ାରଜା ପିଠ ପର୍ଯ୍ୟନ୍ତ ବଳି ରାସ୍ତାର ଚିହ୍ନ ଦିଆଯାଏ । ଏହି ଚିହ୍ନ ଥିବା ପାରମ୍ପରିକ ରାସ୍ତାରେ ବଳିଯାତ୍ରା ସମୟରେ ସେବକମାନେ ଯିବା ଆସିବା କରିଥାଆନ୍ତି । ଆଗରୁ ଏ ସବୁ ଅଞ୍ଚଳରେ ଜଙ୍ଗଲ ଥିବାରୁ ଏହି ରାସ୍ତା ପାଇଁ ଚିହ୍ନ ଦିଆଯାଉଥିଲା । ଏବେ ମଧ୍ୟ ଏହି ପରମ୍ପରା ରହିବା ସହିତ ଏହି ରାସ୍ତା ଉପରେ ଥିବା ଦୋକାନ ତଥା ବୁଦା ଆଦିକୁ ସଫା କରାଯାଇଥାଏ ।

ପୋଜିଉଁତିଆ ଓଷା ଦିନ ପାଳିତ ହୋଇଥାଏ ଖଣ୍ଡାଧୁଆ ପର୍ବ । ମହାଳୟା ଦିନ ବାଉତି ଛତର୍ ବାହାରିଥାଏ ସୁରେଶ୍ଵରୀ ମନ୍ଦିରରୁ ସମଲେଶ୍ଵରୀ ମନ୍ଦିରକୁ । ଏହି ସମଲେଶ୍ଵରୀ ମନ୍ଦିରରେ ଛତରକୁ ସାଜ ସଜ୍ଜା କରିବା ସହିତ ପ୍ରସ୍ତୁତ କରାଯାଏ ବାଉତି ଛତର୍ ଯାତ୍ରା ପାଇଁ । ପୂର୍ବରୁ ଏହି ଛତର ରାଜ ଉଆସରୁ ବାହାରି ଆସୁଥିଲା ସମଲେଶ୍ଵରୀ ମନ୍ଦିରକୁ । ଛତର୍ ପ୍ରସ୍ତୁତ ହେଲା ପରେ ପାରମ୍ପରିକ ପୂଜା ଉପଚାର କରାଯାଇ ଢ଼ୋଲ, ମହୁରୀ ବଜାର ତାଳେ ତାଳେ ବୁଢ଼ାରଜା ପିଠକୁ ବାଉତି ଛତର୍ ଯାତ୍ରା କରିଥାଏ । ସେଠାରେ ପୂଜାର୍ଚ୍ଚନା ପରେ ନିଶାର୍ଦ୍ଧରେ ବଳି ପଡ଼ିଥାଏ । ଏହା ପରେ ପୁଣି ଛତର୍ ଫେରି ଆସିଥାଏ ସମଲେଶ୍ଵରୀ ମନ୍ଦିରକୁ ଏବଂ ଏଠାରେ ପୂଜା ପାଇଥାଏ ବଳିଯାତ୍ରା ଶେଷ ଯାଏଁ । ବଳିଯାତ୍ରା ଶେଷ ପରେ ଏହି ଛତର୍ ପୁଣି ଫେରିଯାଇଥାଏ ସୁରେଶ୍ଵରୀ ମନ୍ଦିରକୁ ।

ଏହି ଦିନ ସୋନପୁର ସହରର ସୁବର୍ଣ୍ଣମେରୁ ମନ୍ଦିର ପାଖରେ ଥିବା ସାତ ବହନି ପୋଖରୀରେ ବଳିଯାତ୍ରାର ବରୁଆ ଗାଧୋଇ ଥାଆନ୍ତି । ନୂତନ ବସ୍ତ୍ର ପରିଧାନ କରାଯାଇ ସମଲେଶ୍ଵରୀ ମନ୍ଦିରକୁ ଅଣାଯାଏ । ଏହି ସମୟରେ ବଳିଯାତ୍ରାରେ ଅଂଶଗ୍ରହଣ କରୁଥିବା ଛତିଶ ନିଯୋଗର ସେବାୟତ ମାନେ ଉପସ୍ଥିତ ଥାଆନ୍ତି । ଯନ୍ତ୍ର ଉପରେ ବରୁଆଙ୍କୁ ବସାଇ ଦେବୀଙ୍କୁ ଆବାହନ କରାଯାଏ । ବରୁଆଙ୍କ ଉପରେ ଦେବୀ ଆବିର୍ଭାବ ହେଲା ପରେ ପୂଜା କରାଯାଇଥାଏ ବାଉତି ଛତର୍ ସହିତ ଯାତ୍ରା କରିଥାନ୍ତି ବୁଢ଼ାରଜା ପୀଠକୁ । ସେଠାରେ ପୂଜା ପଦ୍ଧତି ପରେ ବୁଢ଼ୀ ସମଲାଇ ମନ୍ଦିର ତଥା ଘୋଡ଼ାଘାଟ ପଡ଼ାର ଯୋଡ଼ା ଖମ୍ବ ରାସ୍ତା ଦେଇ ଆସିଥାନ୍ତି ରାଜବାଟୀକୁ । ସେଠାରେ ରାଜ ବନ୍ଦାପନା ପରେ ଫେରି ଆସନ୍ତି ସମଲେଶ୍ଵରୀ ମନ୍ଦିରକୁ ଏବଂ ଏହି ଠାରେ ଶେଷ ହୋଇଥାଏ ବାଉତି ଛତର୍ ଯାତ୍ରା ।

Spread the love
Previous Post ଜାତୀୟକବି
Next Post ଓଡ଼ିଆ ଭାଗବତ

Related Posts

ସୁବର୍ଣ୍ଣପୁର

  • July 5, 2022

ଆଶ୍ୱିନ ଅମାବାସ୍ୟା

  • October 8, 2021

ମହାଳୟା

  • January 31, 2021

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ବଳଦେବ ରଥ
ରାଣୀ ଶୁକଦେଇ 

Popular Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

August 17, 2026

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

August 16, 2026

ସୀତାବିଞ୍ଜ

August 16, 2026

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2026 | Crafted with ❤️ by Djonic Technologies

Disclaimer