Skip to content
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ଶ୍ରୀଜଗନ୍ନାଥ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ ଚଳଣି
    • ଆମ କଥା
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ସୃଷ୍ଟିସମଗ୍ର
  • କୋଥଳି
    • ଅଙ୍ଗେନିଭା କଥା
    • ଆଈମା କାହାଣୀ
    • ହଜିଲା ଦିନର କଥା
    • ଜଣା ଅଜଣା
  • ସଂସ୍କୃତି ଓ ପରମ୍ପରା
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
  • ସମସାମୟିକ ସାହିତ୍ୟ

ପ୍ରଥମ ରଙ୍ଗମଞ୍ଚ

By admin / November 22, 2020

ଲେଖା: ଦେଵ ତ୍ରିପାଠୀ

କାଇଁ କେଉଁ କାଳର କଥା ! ଅବକ୍ଷୟମୁଖୀ ସମାଜକୁ ସୁସ୍ଥ ସଂହତ ରଖିବା ଲକ୍ଷ୍ୟରେ ତଥା ମୂଲ୍ୟବୋଧର ବାର୍ତ୍ତା ସଂଚରିତ କରିବା ଉଦ୍ଦେଶ୍ୟରେ ରାମାୟଣ ଅଭିନୟ ପାଇଁ ଉତ୍କଳୀୟ ଗ୍ରାମାଞ୍ଚଳରେ ଦିନେ ସୃଷ୍ଟି ହୋଇଥିଲା ଆଖଡ଼ାଘର ! ‘ମହାଭାରତ’ର ପଟ୍ଟଭୂମି ଓ ଚରିତ୍ର ବଡ଼ ବ୍ୟାପକ ଓ ଜଟିଳ ଥିବାରୁ ତା’ର ଖଣ୍ଡିତ ଅଂଶକୁ ନେଇ ଗୀତାଭିନୟ ଅନୁଷ୍ଠିତ ହେଉଥିଲା । କାବ୍ୟ ଓ ଛନ୍ଦର ଦେହଳୀ ଭେଦ କରି ସଂଳାପଧର୍ମୀ ନାଟକ ଆସିଲା ବହୁପରେ, ତେବେ ବହୁକାଳ ଧରି ଐତିହାସିକ ବିଷୟବସ୍ତୁ ମଣିଷକୁ ଆଚ୍ଛନ୍ନ କରି ରଖିଥିଲା । ମାତ୍ର ମୁକ୍ତମଞ୍ଚର ପରିକଳ୍ପନା ଓ ମନୋରଞ୍ଜନର ଆବଶ୍ୟକତା ନେଇ ଅଭିନୟର ଧାରା କେଉଁ ଯୁଗର, ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ପରୀକ୍ଷା । ନ ହେଇଥିଲେ ଖଣ୍ଡଗିରିରେ ମହାମେଘବାହନ ଐର ଖାରବେଳ ପଥର କଟାଇ ମଞ୍ଚ ଗଢ଼ି ନ ଥାନ୍ତେ !


ତେବେ ନୃତ୍ୟ, ସଙ୍ଗୀତ, ବାଦ୍ୟ, ଅଭିନୟ ବହୁକାଳ ଧରି ଦରବାରରୁ ଦେବାଳୟରେ ସୀମା ଭିତରେ ଅଟକି ରହିଥିଲା । ବିଷୟବସ୍ତୁ ମଧ୍ୟ ଥିଲା ସେଇ ଦେବାଦେବୀଙ୍କୁ ନରପତିଙ୍କ ଭିତରେ ସୀମିତ – ସେ ହେଉ ମଧ୍ୟଯୁଗୀୟ ମହାକବି କାଳିଦାସଙ୍କ ଅଭିଧାନ ଶକୁନ୍ତଳମ୍ ଅବା ଏ ଯୁଗର ଗଣକବି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟସମୂହ !ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଲୋକମଞ୍ଚର ଜଗତ ଥିଲା ନିଆରା ! ଜଣେ ଅଭିନୟ କଲାବେଳେ ଆଉ ଜଣେ ମଶାଲ ଧରି ଅଭିନେତାର ମୁହଁକୁ ଆଲୋକ ଦେଖାଉଥିଲା । ସେଇ ଆଲୋକ ଥିଲା ସର୍ବଶ୍ରେଷ୍ଠ ଆଧୁନିକ କୌଶଳ ! ଡ଼ାକବାଜି ଯନ୍ତ୍ର ଅବା ମାଇକ୍ ସେ ଯାଏଁ ଦେଖି ନ ଥିଲା ମଞ୍ଚ ! ଖୁବ୍ ଉଚ୍ଚ ସ୍ବରରେ ସଂଳାପ ମାନ କହି କହି ଶହ ଶହ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ରଖିବାକୁ ପଡ଼ୁଥିଲା ! ପରେ ଆସିଲା ଏ ଧାରାରେ ବିବର୍ତ୍ତନ !

ସମୟ ସୁଅରେ ରାଜାଙ୍କ ଟିଣଖଣ୍ଡାରେ କଳଙ୍କି ଲାଗିଗଲା, କଳଙ୍କି ଲାଗିଗଲା ସଂସ୍କୃତିରେ, ରାମଲୀଳା, ଭରତଲୀଳା, କୃଷ୍ଣଲୀଳା, ପ୍ରହ୍ଲାଦ ନାଟକ ଇତ୍ୟାଦିର ରାଜାମାନଙ୍କ ଶାସନର ଅବସାନ ଘଟି ଇଂରାଜୀ ସିନ୍ ପକା ମଞ୍ଚର ସମୟ ଆସିଲା ! ୧୮୮୭ ମସିହାରେ କଟକରେ ରାଧାକାନ୍ତ ରଙ୍ଗମଞ୍ଚ ଭାବେ ପ୍ରଥମ ରଙ୍ଗମଞ୍ଚ ସ୍ଥାପିତ ହେଲା । ୧୮୯୪ ମସିହାରେ ବାଲୁବଜାର ରେ ସ୍ଥାପିତ ହେଲା ମ୍ୟାଗ୍ନେଟିକ ଥିଏଟର, ୧୮୯୫ରେ ଖଡ଼ିଆଳ ମହାରାଜା ପ୍ରତିଷ୍ଠା କଲେ ବୀରବିକ୍ରମ ଥିଏଟର, ୧୮୯୭ରେ ଗଞ୍ଜାମ ପାରଳାଖେମୁଣ୍ଡିରେ ସ୍ଥାପନ ହେଲା ପଦ୍ମନାଭ ରଙ୍ଗାଳୟ ଓ ୧୮୯୮ରେ ବିନୋଦବିହାରୀ ଠାରେ ବୀଣାପାଣି ରଙ୍ଗମଞ୍ଚ ସ୍ଥାପିତ ହେଲା ।


ଆଧୁନିକ ବାସ୍ତବବାଦର ଚାନ୍ଦୁଆ ତଳେ ନୂଆ ନାଟକମାନ ଦର୍ଶକଙ୍କ ମନୋରଞ୍ଜନ କଲେ, ସାମାଜିକ ସମସ୍ୟାମାନଙ୍କୁ ନେଇ !  ଲୋକମଞ୍ଚର କଳ୍ପନା ଜଗତ କାଇଁ କୁଆଡ଼େ ମିଳାଇଗଲା ! କିନ୍ତୁ ଦେଖେଣାହାରୀ ପ୍ରଜାମାନେ କ’ଣ ସତରେ ଭୁଲି ପାରିଥିଲେ ସେଇ ଟିଣଖଣ୍ଡାର ରାଜାମାନଙ୍କୁ ! ଯେତେ ଚିତ୍ରିତ ପ୍ରଦାନ ଚିତ୍ରିତ ବାସ୍ତବତା ଦେଖାଇଲେ ବି ସେମାନେ ଭୁଲି ନ ଥିଲେ ମାଟି ସଙ୍ଗେ ମାଟି ହୋଇ କାଳ୍ପନିକ ସାମ୍ରାଜ୍ୟ ତିଆରି କରିଥିବା ସେଇ ଲୋକନାଟକମଞ୍ଚକୁ ! ପୁନଃ ବିବର୍ତ୍ତନର ପଥରେ ପାଦଦେଲା ଓଡ଼ିଆ ରଙ୍ଗମଞ୍ଚ ।Images: Prof. Sukanta Rout
ଚିତ୍ରର ନାଟକଗୁଡ଼ିକ: ଢ଼ାଲୁ, ରେବତୀ, ବୁଢ଼ାଶଙ୍ଖାରୀ

 

View Share Email Follow Tweet
Post navigation
Previous

ଚାଟଶାଳୀ

Next

ଭାରତମଣି

Leave a Comment Cancel Reply

Your email address will not be published. Required fields are marked *

ଅନ୍ୟ ଲିଙ୍କ୍
  • ଆମ ବିଷୟରେ
  • ଆମ ସହିତ ଯୋଗାଯୋଗ କରନ୍ତୁ
  • ପ୍ରତ୍ୟାଖ୍ୟାନ
  • ଫଟୋ ଗ୍ୟାଲେରୀ
ବର୍ଗଗୁଡିକ
  • ମହାମନିଷୀଗଣ
  • ପର୍ଯ୍ୟଟନ କ୍ଷେତ୍ର
  • ଭାଷା ଓ ସାହିତ୍ୟ
  • ସୃଷ୍ଟିସମଗ୍ର
  • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
  • ଜଣା ଅଜଣା
  • ଶ୍ରୀଜଗନ୍ନାଥ
  • ଇତିହାସ
  • ଆମ କଥା
ଆମକୁ ସବସ୍କ୍ରାଇବ କରନ୍ତୁ
Loading
  • Facebook
  • Instagram
  • X
  • YouTube
Scroll to Top