ପଞ୍ଚପାଣ୍ଡବ

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ
ଶ୍ରୀକ୍ଷେତ୍ରରେ ଅବସ୍ଥିତ ପଞ୍ଚ ମହାଦେବ ମଧ୍ୟରେ ଗୌଡ଼ବାଡ଼ ସାହିର ପ୍ରତିଷ୍ଠିତ ଶ୍ରୀଯମେଶ୍ୱର, ମାଣିକର୍ଣ୍ଣିକା ସାହିର ଶ୍ରୀକପାଳମୋଚନ, ଶ୍ରୀଲୋକନାଥ, ମାର୍କଣ୍ଡେୟ ପୁଷ୍କରିଣୀର ତୀରଦେଶରେ ଶ୍ରୀମାର୍କଣ୍ଡେଶ୍ୱର ଏବଂ ଇନ୍ଦ୍ରଦ୍ୟୁମ୍ନ ସରୋବର ସମୀପରେ ଶ୍ରୀନୀଳକଣ୍ଠେଶ୍ୱର ଅତ୍ୟନ୍ତ ରହସ୍ୟମୟ ଅଟନ୍ତି । ଏହା ପଞ୍ଚମହାଦେବ ବା ପଞ୍ଚପାଣ୍ଡବ ମଧ୍ୟ କୁହାଯାଏ ।
ଏହା ଯଥାକ୍ରମେ :
୧. ଶ୍ରୀ ଯମେଶ୍ୱର : ଯୁଧିଷ୍ଠିର
୨. ଶ୍ରୀ ଲୋକନାଥ : ଭୀମ
୩. ଶ୍ରୀ ମାର୍କଣ୍ଡେଶ୍ୱର : ଅର୍ଜୁନ
୪. ଶ୍ରୀ କପାଳମୋଚନ : ନକୁଳ
୫. ଶ୍ରୀ ନୀଳକଣ୍ଠେଶ୍ୱର : ସହଦେଵ
ଏହି ପଞ୍ଚ ମହାଦେବଙ୍କ ମଧ୍ୟରୁ ଶ୍ରୀ ଯମେଶ୍ୱର ହରିହରାତ୍ମକ ବିଗ୍ରହ ହୋଇଥିବା ବେଳେ ଅନ୍ୟ ମହାଦେବ ଚନ୍ଦ୍ରଶେଖର ବିଗ୍ରହ ଅଟନ୍ତି। ଏହି ପଞ୍ଚ ମହାଦେବ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ହୋଇ ଚନ୍ଦନଯାତ୍ରାରେ ସ୍ୱ ସ୍ୱ ବିମାନରେ ଆରୂଢ ହୋଇ ଯାତ୍ରା କରିଥାନ୍ତି।
Spread the love

Leave a Reply

Your email address will not be published. Required fields are marked *