Skip to content
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ଶ୍ରୀଜଗନ୍ନାଥ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ ଚଳଣି
    • ଆମ କଥା
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ସୃଷ୍ଟିସମଗ୍ର
  • କୋଥଳି
    • ଅଙ୍ଗେନିଭା କଥା
    • ଆଈମା କାହାଣୀ
    • ହଜିଲା ଦିନର କଥା
    • ଜଣା ଅଜଣା
  • ସଂସ୍କୃତି ଓ ପରମ୍ପରା
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
  • ସମସାମୟିକ ସାହିତ୍ୟ

ନୟନ

By admin / November 13, 2020

ଲେଖା: ଶିଶିର ସାହୁ ମନୋଜ

“ନେ + ଅନ = ନୟନ”, ଏହି ନୟନ ଶବ୍ଦ ଏହିପରି ଦ୍ଵନ୍ଦ୍ଵ ସମାସ ଦ୍ଵାରା ଠିକ୍ “ଜାୟା+ପତି = ଦମ୍ପତି” ଭଳି ସୃଷ୍ଟି ହୋଇଛି ବୋଲି ଅନେକ ମତ ଦିଅନ୍ତି । ତେଵେ କଳ୍ପଦ୍ରୁମ, ଵାଚସ୍ପତ୍ଯ ଓ ଶବ୍ଦସାଗର ଆଦି ଅଧିକାଂଶ ସଂସ୍କୃତ ଶବ୍ଦକୋଷରେ ନୟନ ଶବ୍ଦର ନିରୁକ୍ତି ‛ନୀ ଧାତୁ+କରଣେ ଲ୍ଯୁଟ୍’ ଉଲ୍ଲେଖ ରହିଛି ।

ଭାରତର ଅଧିକାଂଶ ଭାଷାରେ ‛ନେ’ ଶବ୍ଦର ଏମିତି କୌଣସି ଅର୍ଥ ନାହିଁ ଯେଉଁ ଅର୍ଥ ଆଧାରରେ ‛ନେ’ ଶବ୍ଦ ସହ ଅନ ପ୍ରତ୍ଯୟ ଯୁକ୍ତ ହୋଇ ଚକ୍ଷୁର ଅର୍ଥପ୍ରକାଶ ହେତୁ ନୟନ ଶବ୍ଦକୁ ସମାସ କରାଯାଇ ନିଷ୍ପନ ହୋଇପାରେ ।

ସଂସ୍କୃତରେ ୧ ସଂଖ୍ୟାର ଏକ ଶାସ୍ତ୍ରୀୟ ନାମ ‛ନେ’ ବୋଲି ଅମରକୋଷରେ କୁହାଯାଇଛି । ତେଵେ ନେପାଳ ଓ ଭାରତର ଏକ ତିଵେତ୍ତୀୟ ଭାଷା  ନେଓ୍ଵାରୀରେ ଦୁଇ ଅର୍ଥରେ  ‛ନେ’ ଶବ୍ଦର ଵ୍ଯଵହାର ହୋଇଥାଏ ।

ହିନ୍ଦୀରେ ‘ନେ’ ପ୍ରତ୍ଯୟ ରହିଛି ଯାହା ଆମର ‛ଟା’ ପ୍ରତ୍ଯୟ ଭଳି ପ୍ରୟୋଗ ହୁଏ । ଯଥା “ରାମ୍ ନେ ରାଵଣ କୋ ମାରା”, ଆମେ କିନ୍ତୁ ଏ ସ୍ଥାନରେ କୌଣସି ପ୍ରତ୍ଯୟ ଵ୍ୟଵହାର ନକରି ମଧ୍ୟ କହିଥାଉ “ଶ୍ରୀରାମ (ହିଁ, ସେ,ଏ,ସେହି) ରାଵଣକୁ ମାରିଥିଲେ” !

ଓଡ଼ିଆ ଭାଷାରେ ନେଵା ଶବ୍ଦର ଅନାଦାର୍ଥକ ଵ୍ୟଵହାର ନେ ଶବ୍ଦ ରହିଛି ପୁଣି ପଶ୍ଚିମ ଓଡ଼ିଶାର କଥିତ ଶୈଳୀରେ At; in ଅର୍ଥରେ ‛ନେ’ ଅଵ୍ଯୟର ଵ୍ଯଵହାର ହୋଇଥାଏ । ଯଥା: ହାତନେ=ହାତରେ, ଏହି ସ୍ଥାନରେ ମାନକ ଓଡ଼ିଆଭାଷାରେ ‛ରେ’ ଅଵ୍ଯୟର ପ୍ରୟୋଗ ହୋଇଥାଏ  ।

ତେଵେ ନୟନ ଶବ୍ଦରେ ସମାସ ହୋଇଥିଵ ବୋଲି ଲୋକଙ୍କ ମନରେ ଭ୍ରମ ଉତ୍ପନ୍ନ ହେଵାର କାରଣ ହେଉଛି ଚକ୍ଷୁ ଅର୍ଥରେ ଵ୍ୟଵହାର କରାଯାଉଥିଵା ଅନ୍ୟ ଏକ ଶବ୍ଦ ନେତ୍ର ।

ନେତ୍ର ଶବ୍ଦ ମଧ୍ୟ ‛ନୀ ଧାତୁ’ରେ କରଣାର୍ଥେ ‛ତ୍ର’ ପ୍ରତ୍ଯୟ ଯୁକ୍ତ ହୋଇ ନିଷ୍ପନ୍ନ କରାଯାଇଛି । ତେଵେ ଏଠାରେ ‛ନେ’ ଶବ୍ଦ ସହ ‛ତ୍ର’ ଯୁକ୍ତ ହୋଇଥିଵା ସ୍ଥୂଳ ଦୃଶ୍ୟ ହେଉଥିଵା ହେତୁ କିଛି ଲୋକ ସେହି ନେ ଶବ୍ଦକୁ ଚକ୍ଷୁ ଅର୍ଥଜ ବୋଲି ଧରିନେଲେ ଏଵଂ ତାହା ସହ ଅନ ପ୍ରତ୍ୟୟକୁ ଯୋଡି଼ ଦ୍ଵନ୍ଦ୍ଵ ସମାସ ଦ୍ଵାରା ନିଷ୍ପନ୍ନ କରିଵାକୁ ଚେଷ୍ଟା କଲେ ।

ସେ ଯାହା ବି ହେଉ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଦି ସମସ୍ତ ଶବ୍ଦକୋଷରେ ନୟନ ଶବ୍ଦ ସମାସ ଦ୍ଵାରା ସୃଷ୍ଟ ନୁହେଁ ଵରଂ ଧାତୁ ନିରୁକ୍ତି ପ୍ରତ୍ୟୟ ଦ୍ଵାରା ନିଷ୍ପନ୍ନ ହୋଇଥିଵା ମତଵ୍ଯକ୍ତ କରାଯାଇଛି ।

‘ନୀ’ ଧାତୁର ଵିଭିନ୍ନ ଅର୍ଥରେ ଵ୍ଯଵହାର ରହିଛି, ଯଥା:
◆ନେଵା
◆ପାଇଵା
◆ଚାଳିତ ହେଵା; ସଞ୍ଚାଳନ କରିଵା
◆ନେତୃତ୍ୱ କରିଵା
◆ପହଞ୍ଚାଇଵା
◆ମାର୍ଗଦର୍ଶନ କରିଵା
◆ପ୍ରତ୍ଯକ୍ଷ କରିଵା
◆ଶାସନ କରିଵା
◆ସମୟ ଅତିଵାହିତ କରିଵା
◆ଅନ୍ଵେଷଣ କରିଵା
◆ଖୋଜାଖୋଜି କରିଵା
◆ଵିଵାହ କରିଵା
◆କୃତାର୍ଥ କରିଵା; ଆନନ୍ଦ ଦେଵା ଇତ୍ୟାଦି ଇତ୍ୟାଦି . .

ଏଠାରେ ନୀ ଧାତୁର ମାର୍ଗଦର୍ଶନ କରିଵା, ଖୋଜାଖୋଜି କରିଵା, ଆନନ୍ଦ ଦେଵା, ପ୍ରତ୍ଯକ୍ଷ କରିଵା, ପାଇଵା ଆଦି ଅଧିକାଂଶ ଅର୍ଥରେ ନୟନ ଶବ୍ଦକୁ ଚକ୍ଷୁ ଭାଵେ ନିଷ୍ପନ କରାଯାଇପାରେ । ଆଖି  ଦ୍ଵାରା ଆମେ ଅଧିକ ଆନନ୍ଦ ଅନୁଭଵ କରିପାରନ୍ତି, ଯେକୌଣସି ପଦାର୍ଥ ଉଣ୍ଡିକି ପାଇପାରନ୍ତି, ଆଖି ନଥିଲେ କୌଣସି ଖୋଜାଖୋଜି ଅନ୍ଵେଷଣ କଷ୍ଟକର । ଆଖି ହିଁ ଆମର ସର୍ଵୋଚ୍ଚ ବନ୍ଧୁ ଯେ ଆମକୁ ମାର୍ଗଦର୍ଶନ ଦିଏ ସାରା ଜଗତକୁ ପ୍ରତ୍ଯକ୍ଷ କରାଏ ।

ନୟନ ଶବ୍ଦର  ଚକ୍ଷୁ ଵା ଆଖି ଅର୍ଥରେ ଵ୍ଯଵହାର ଲୋକପ୍ରିୟ ତେଵେ ଏ ଶବ୍ଦର ଅନ୍ୟ କେତେକ ଅର୍ଥ ହେଲା:
■ପ୍ରମାଣ; ପ୍ରାପ୍ତି କରାଇବା
■ପଥ ପ୍ରଦର୍ଶକ
■କାଳଯାପନ
■ରାଜ୍ଯାଦିର ଶାସନ

©ଶିଶିର ସାହୁ ମନୋଜ

View Share Email Follow Tweet
Post navigation
Previous

ଓଡ଼ିଆ ଭାଷା

Next

ଶାସ୍ତ୍ରୀୟ ଓଡ଼ିଆ ଭାଷା

Leave a Comment Cancel Reply

Your email address will not be published. Required fields are marked *

ଅନ୍ୟ ଲିଙ୍କ୍
  • ଆମ ବିଷୟରେ
  • ଆମ ସହିତ ଯୋଗାଯୋଗ କରନ୍ତୁ
  • ପ୍ରତ୍ୟାଖ୍ୟାନ
  • ଫଟୋ ଗ୍ୟାଲେରୀ
ବର୍ଗଗୁଡିକ
  • ମହାମନିଷୀଗଣ
  • ପର୍ଯ୍ୟଟନ କ୍ଷେତ୍ର
  • ଭାଷା ଓ ସାହିତ୍ୟ
  • ସୃଷ୍ଟିସମଗ୍ର
  • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
  • ଜଣା ଅଜଣା
  • ଶ୍ରୀଜଗନ୍ନାଥ
  • ଇତିହାସ
  • ଆମ କଥା
ଆମକୁ ସବସ୍କ୍ରାଇବ କରନ୍ତୁ
Loading
  • Facebook
  • Instagram
  • X
  • YouTube
Scroll to Top