~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~
୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ ଆମେ ଆଗେଇ ଚାଲିଛୁ ! ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ !
ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ ସମ୍ମାନରେ ଅନ୍ତରଙ୍ଗ କଳିଙ୍ଗ ନେଇଛି ସ୍ବତନ୍ତ୍ର ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ! ଏହାର ସପ୍ତମ ପର୍ବ ଭାବେ ଉତ୍କଳୀୟ ଭାଷାସାହିତ୍ୟର ସୃଜନ ଓ ପ୍ରଚାରପ୍ରସାର ପ୍ରତି ଅନୁରାଗ, ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗର ପ୍ରୟୋଗରେ ଅନନ୍ୟ ଉଦାହରଣ ସୃଷ୍ଟି କରି ପାରିଥିବା ମହାନ ସାଧକ ବୈଷ୍ଣବ ଚରଣ ମହାନ୍ତି ମହୋଦୟଙ୍କୁ ତାଙ୍କ ରାଜଧାନୀସ୍ଥିତ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀଯୁକ୍ତ ବୈଷ୍ଣବ ଚରଣ ମହାନ୍ତିଙ୍କ ପରି ଜଣେ ସମର୍ପିତ ଗବେଷକ ତଥା ସାହିତ୍ୟସାଧକଙ୍କୁ ତାଙ୍କ ସାଧନାର ସଫଳ କାମନା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରି ଅନ୍ତରଙ୍ଗ କଳିଙ୍ଗ ନିଜକୁ ଗୌରବମଣ୍ଡିତ କରିପାରିଛି ନିଶ୍ଚୟ । ନିଜ ଉତ୍କର୍ଷତାର ଅଭିପ୍ରେରଣା ସ୍ଵରୂପ ଶ୍ରୀଯୁକ୍ତ ମହାନ୍ତିଙ୍କ ନିଷ୍ଠା ଓ ସାଧନା ଉଜ୍ଜୀବିତ ହେଉ, ଉତ୍କଳୀୟ ଭାଷାସଂସ୍କୃତି ଭଣ୍ଡାରକୁ ସେ ଏମିତି ରୁଦ୍ଧିମନ୍ତ କରୁଥାନ୍ତୁ ।
ସାଧକ ମହୋଦୟଙ୍କ ସାଧନା ସଫଳ ହେଉ, ଜୟଯାତ୍ରା ଅବ୍ୟାହତ ରହୁ, ଚଲାପଥ କୁସୁମିତ ହେଉ, ନୂତନ ଉପଲବ୍ଧିରେ ସେ ଗୌରବାନ୍ଵିତ ହୁଅନ୍ତୁ, #ଉତ୍କଳ_ଜନନୀ ତଥା #ଉତ୍କଳସୂର୍ଯ୍ୟ #ମଧୁବାବୁଙ୍କ ଚରଣ ପଙ୍କଜରେ କୃତଜ୍ଞ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ପରିବାରର ବିନୀତ ପ୍ରାର୍ଥନା ।
Odia Pride
Antaranga Kalinga Foundation
Felicitation
Baishnab Charan Mohanty
Antaranga Kalinga Award