Tag ଶାରଳା ପୁରସ୍କାର

ଓଡ଼ିଆ ସାହିତ୍ୟର ଦିଗବାରେଣି ସ୍ତମ୍ଭ ଯଶସ୍ବୀ ସାହିତ୍ୟରଥୀ ସୁରେନ୍ଦ୍ର ମହାନ୍ତି (Surendra Mohanty)

ଲେଖା: ନିରଞ୍ଜନ ସାହୁ ଜଣେ ପ୍ରଥିତଯଶା ସାହିତ୍ୟକାର ଭାବେ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଚିରନ୍ତନ ଗର୍ବ। ଗଳ୍ପ, ଉପନ୍ୟାସ, ନାଟକ, ଜୀବନୀ, ଆତ୍ମଜୀବନୀ, ସାହିତ୍ୟ ସମାଲୋଚନା, ପ୍ରବନ୍ଧ, ମୁକ୍ତ ଆଙ୍ଗିକଧର୍ମୀ ଗଦ୍ୟ ଇତ୍ୟାଦିରୁ ତାଙ୍କ ପ୍ରତିଭାକୁ ଆକଳନ କରାଯାଇପାରେ। ~ ଅନନ୍ୟ ସୃଷ୍ଟିସମ୍ଭାର ~ ‘ନୀଳଶୈଳ’, ‘ଅନ୍ଧଦିଗନ୍ତ’, ‘ଶତାବ୍ଦୀର ସୂର୍ଯ୍ୟ’, ‘କୁଳବୃଦ୍ଧ’, ‘ନୀଳାଦ୍ରି ବିଜୟ’,…

ଚିତ୍ତରଞ୍ଜନ ଦାସ

ଲେଖା: ଦେଵ ତ୍ରିପାଠୀ ସେ ଓଡ଼ିଆ ସାହିତ୍ୟର ‘ବିଶ୍ୱକୁ ଗବାକ୍ଷ’, ‘ଶିଳା ଓ ଶାଳଗ୍ରାମ’ର ମଣିଷ ପ୍ରଫେସର ଚିତ୍ତରଞ୍ଜନ ଦାସ । ଜ୍ଞାନ ଓ ଗାରିମାର ମହାକାଶ। ବିଦ୍ୱାନ ଓ ଦାର୍ଶନିକ । ଦୂରରୁ ଦେଖିଲେ ମନେ ହୁଅନ୍ତି ଜଣେ ତପସ୍ୱୀ । କେବେ କେବେ ଝୀନ ଆଲୋକ ରେଖାରେ ଉଦ୍ଭାସିତ ଜଣେ ଚିନ୍ତାନାୟକ ।…

ରବି ପଟ୍ଟନାୟକ

ଲେଖା: ଅମ୍ରିତେଶ ଖଟୁଆ “ସଂସ୍କାର ହିଁ ମଣିଷର ସବୁଠୁ ବଡ଼ ଶିକୁଳି। ସେଇ କାରାଗାରରେ ବନ୍ଦୀ ହୋଇ ମଣିଷ ତା’ରି ଅନୁକୂଳ ପରିବେଶରେ ଗଢିଉଠେ। ସେଇ ସାମାଜିକ ଚେତନାର ପରିବେଷ୍ଟନୀରେ ନିଜର ଚରିତ୍ର, ବ୍ୟବହାରର ସଂଜ୍ଞା ନିରୂପଣ କରେ। ସେଥିରୁ ବାହାରିଗଲେ ଭିତରୁ ବାହାରୁ ଚିତ୍କାର କରି ଉଠେ, ‘ଫେରିଯା, ଫେରିଯା – ଏ ଦୋଷ, ଅନ୍ୟାୟ, ପାପ ।’  କେତେ ବିରାଟ, କେତେ ବ୍ୟାପ୍ତ ଏ ମଣିଷ ଜାତି। କିନ୍ତୁ ନିଜର ସ୍ବାର୍ଥ ନେଇ ସେ ନିଜକୁ ସୁହାଇଲା ପରି ସମାଜ ଗଢିଛି ଭିନ୍ନ ଭିନ୍ନ ଜାଗାରେ, ବିଭିନ୍ନ ରୂପ ଦେଇ। ଆଜି ହୁଏତ ମୁଁ ସମାଜ ପାଖରେ ଦୋଷୀ। କିନ୍ତୁ ଯଦି କୌଣସି ୟୁରୋପୀୟ ବା ମୁସଲମାନ ସଂପ୍ରଦାୟର ହୋଇଥାଆନ୍ତି, ମୋ ପାଖରେ ହୁଅନ୍ତା ଏଇଟା ଗୋଟାଏ ସାଧାରଣ ବିଷୟ। ଏଥିପାଇଁ ମୋତେ ଅନୁତାପ କରିବାକୁ ପଡ଼ନ୍ତା ନାହିଁ….  …. ସେଇ ଏକା ମଣିଷ। ଅଥଚ ଖାଲି କେଇଟା ମାଇଲ୍ ବ୍ୟବଧାନ। ….  ଗୋଟିଏ ବାଟ ଛାଡି ଅନ୍ୟ ଗୋଟାଏ, କିନ୍ତୁ, ତା’ରି ଭିତରେ ନୀତି, ବିଚାରର କେଡେ ବଡ଼ ବ୍ୟବଧାନ। ଜଣେ ପ୍ରତିରୋଧ କରେ, ଅନ୍ୟ କହେ ଗ୍ରହଣୀୟ। ଗୋଟିଏ ମଣିଷ ଜାତି, ଅଥଚ ତା’ର ଗୋଟିଏ ନିୟମ ନାହିଁ। ତେଣୁ, ମୁଁ ଯୋଉଟା କରିଛି, ସେଇଟା ମାନବିକତା ଦୃଷ୍ଟିରୁ ଭୁଲ୍ ହେଲେ ମଧ୍ୟ ସମାଜ ଦୃଷ୍ଟିରୁ ଭୁଲ୍ ହେବ କାହିଁକି?” (ଅସାମାଜିକର ଡାଏରୀ) ସ୍ଵୈରତନ୍ତ୍ରିତ ଜଗତ ଓ ମୁକ୍ତବାକ୍ ଅଧରର ଭାଷ୍ୟ – ପୁନଶ୍ଚ କେତୋଟି ପରିବର୍ତ୍ତନ, କେତୋଟି ଅସ୍ତିତ୍ଵର ଘାତସଂଘାତସମ୍ପନ୍ନ ସ୍ଥିତିବାଦ ଆଜି ସମସ୍ତ ସମାଜର ଗୋଟିଏ ଗୋଟିଏ ପୃଥକ୍ ଅଥଚ, ଏକ ଅଭିନ୍ନ ଆକାର ରୂପେ ପ୍ରସରି ଯାଉଛି। ତହିଁ ମଧ୍ୟରୁ ଚରମ ଉତ୍ତାରୁ ସଦ୍ୟତମ ମାନବୀୟ ସମ୍ବେଦନତାର ଉତ୍କୋଚ ଅନ୍ୟତମ! କୌଣସି ବିଦ୍ରୋହ ନଥିଲା, କେବଳ ପରିବର୍ତ୍ତନ! କୌଣସି ଚାକଚାକ୍ଯର ଆଭାସ ମିଳେନା, କେବଳ ଚକ୍ଷୁଷ୍ମାନ କରୁଥିବା ପ୍ରତିଟି ପଲକର ଅବଗାହନ ସେଥିରେ ଅଛି! ଓଡ଼ିଆ ସାହିତ୍ୟ ଜଗତର ଧରାବନ୍ଧା ରୀତିବଦ୍ଧତାକୁ ତ୍ୟାଗପୂର୍ବକ ମଣିଷ ଜୀବନର ସୂକ୍ଷ୍ମ ପରିବର୍ତ୍ତନ ସହ ଓଡ଼ିଶା, ଭାରତବର୍ଷ ସମେତ ସମଗ୍ର ବିଶ୍ଵ ଚେତନାର ଆଧୁନିକତାରେ ଗଢି ଉଠୁଥିବା ନୂଆ ନୂଆ ତତ୍ତ୍ୱ ସମସ୍ତକୁ ନିଜ ଲେଖନୀରେ ଆହୁରି ପରାଙ୍ଗପୁଷ୍ଟ କରିଥିଲେ ଗାଳ୍ପିକ ରବି ପଟ୍ଟନାୟକ। ୨୧ ଅକ୍ଟୋବର ୧୯୩୫ ମସିହା ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ବା ବର୍ତ୍ତମାନର ବଣାଇ ଠାରେ ସେ ଜନ୍ମଗ୍ରହଣ କରିଥିଲେ। ପିତା କୃଷ୍ଣଚନ୍ଦ୍ର ପଟ୍ଟନାୟକ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ଭାବେ ଓ ପରବର୍ତ୍ତୀ ସମୟରେ ବଣାଇଗଡ଼ ରାଜକର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପୈତୃକ ଗ୍ରାମ ଥିଲା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅନ୍ତର୍ଗତ ଆମ୍ବଡିହା ଗ୍ରାମ। ତାଙ୍କ ମାତା ଥିଲେ ସୁନ୍ଦରମଣି ଦେବୀ।  ଶୈଶବର ଚାରି ପାଞ୍ଚ ବର୍ଷ ପୈତୃକ ଗ୍ରାମରେ ଅତିବାହିତ କରିଛନ୍ତି। ଦିଗନ୍ତାନୁସରିତ କ୍ଷେତ୍ରମଣ୍ଡଳ ସମେତ ନଭଶ୍ଚୁମ୍ଵୀ ପର୍ବତମାଳା ତଳେ ଦୁଇଟି ବିରାଟ ଆମ୍ଵ ବଗିଚା। ରାଇରଙ୍ଗପୁର ହାଇସ୍କୁଲରୁ ସେ ମାଟ୍ରିକ ଉତ୍ତୀର୍ଣ୍ଣ ହୋଇ […]

କବି ଅନନ୍ତ ପଟ୍ଟନାୟକ 

ଲେଖା: ଅମ୍ରିତେଶ ଖଟୁଆ “ମୁଁ ଏଇ ଜନ୍ମିଲି ଆରେ, ଉତ୍ସବରେ ବନ୍ଧୁକ କ୍ରୀଡାରେ, ନବତମ ଯାତ୍ରୀ ମୁହିଁ, ବାପା ମୋର ଭାଇ ମୋର, ଏ ନିଅ ମଥା ମୋର ଆଜି।” ** ** ** ** ** **  ଆସିଛି ମୁଁ ଆସିଛି, ଯାଚଜ୍ଞାର ଅର୍ଜିସ୍ତୂପ ଠେଲି ମୁଁ ଆସିଛି, ସ୍ଥବିରତାର ମର୍ମଭେଦ କରି ମୁଁ…