Tag କବିବର

ତୁଡ଼ିଖୋଳ ଘାଟି

ଲେଖା: ନିରଞ୍ଜନ ସାହୁ ରାଧାନାଥ ଥିଲେ ତାଙ୍କ ସମୟର ଜଣେ ନିର୍ମାଣ ପୁରୁଷ । ସାହିତ୍ୟ ସର୍ଜନା ଜରିଆରେ ଓଡ଼ିଶାର ଏକ ପ୍ରାଦେଶିକ ତଥା ସାଂସ୍କୃତିକ ପରିଚୟ ଗଠନ କରିଥିଲେ ନୂତନ ସଂସ୍କାର, ନୂତନ ଚେତନା, ଜାତୀୟ ଇତିହାସ ସୃଷ୍ଟି କରି । ରୀତି ଯୁଗୀୟ କବିଗଣ ଏପରି ପରିଯୋଜନାର ସ୍ଵପ୍ନ ଦେଖି ନଥିଲେ ମଧ୍ୟ…

ଉତ୍କଳସାହିତ୍ୟର ଉନ୍ନତି

ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ପ୍ରଥମ ଭାଗ ଓଡ଼ିଶାରେ ରେନେସାଁ କାଳର ଏକ ଉଲ୍ଲେଖନୀୟ ସମୟ । ଭାଷା ଭିତ୍ତିରେ ରାଜ୍ୟ ଗଠନର ଆବଶ୍ୟକତା ଯେତିକି ଥିଲା, ସେତିକି ଥିଲା ଭାଷାକୁ ଭାରତୀୟ ସାହିତ୍ୟରେ ଉପଯୁକ୍ତ ମାନ୍ୟତା ଦେବା ପାଇଁ ସାଂସ୍କୃତିକ ଆନ୍ଦୋଳନ । ନଅଙ୍କ ଦୁର୍ଭିକ୍ଷ ପରେ ଆରମ୍ଭ ହୋଇଥିବା ଜାଗରଣ ଆହୁରି…

ଭାରତ ଗୀତିକା

ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ ଉତ୍କଳ ସମ୍ମିଳନୀରେ ଗାନ ହେବା ନିମିତ୍ତ ଏହି ଗୀତିକା ରଚନା କରିଥିଲେ କବିବର ରାଧାନାଥ ରାୟ । ୧୯୦୮ ମସିହା ଏପ୍ରିଲ ମାସରେ ପୁରୀ ନଗରୀରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଶେଷ ତିନି ପଦ ଯୁକ୍ତ ହୋଇଥିଲା ଏହି ଭାରତ ଗୀତିକାରେ…

ଅମୃତସନ୍ତାନ ଫକୀରମୋହନ

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୂଳେ ଲୋପ କରି ମୃତ ଓଡ଼ିଆର କଙ୍କାଳ ହାଡରେ ନିଜ…

କବିବର ରାଧାନାଥ ରାୟ

ଲେଖା: ଶିବାଶିଷ ମହାପାତ୍ର ଯେଉଁ ଅସ୍ପଷ୍ଟ ରେଖାଚିତ୍ରଟି ସମୟର ଅନୁସରଣରେ କ୍ରମଶଃ ସ୍ପଷ୍ଟ ହୋଇଉଠିଥିଲା ଏବଂ ସମଗ୍ର ଓଡ଼ିଆ ଜାତିର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଉତ୍କଳ ସମ୍ମିଳନୀର ରୂପ ନେଲା ତାହା ୧୯୦୨ ମସିହାରେ ରମ୍ଭା ରାଜବାଟୀରେ ଖଲିକୋଟ ରାଜା ଶ୍ରୀ ହରିହର ମର୍ଦ୍ଦରାଜଙ୍କ ଏକମାତ୍ର ପୁତ୍ର ରାମଚନ୍ଦ୍ରଙ୍କ ଦ୍ବିତୀୟ ବାର୍ଷିକୀ ପୂର୍ତ୍ତି…

କର୍ମବୀର ଗୌରୀଶଙ୍କର

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷ ତୃତୀୟାଂଶ ଓଡ଼ିଶାର ଜାତୀୟ ଜୀବନ ପକ୍ଷରେ ଏକ ନବଜାଗରଣର କାଳ । ନଅଙ୍କ ଦୁର୍ଭିକ୍ଷର ଆଘାତ, ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ନବବାଣୀ ନିହିତ ପ୍ରେରଣା ଜାତିର ଯୁଗବ୍ୟାପୀ ସୁଷୁପ୍ତି, ନିଷ୍କ୍ରିୟତା, ସ୍ୱାର୍ଥପରତା ଭାଂଗି ଦେଇ ଏହାକୁ ଆତ୍ମସଚେତନ ଓ କର୍ମତପ୍ତର କରିଥିଲା ।ଅତଏବ ସମାଜ ନିମନ୍ତେ…

ଉତ୍କଳ ଦୀପିକା

ଲେଖା: ନିରଞ୍ଜନ ସାହୁ “ହେ ଗୌରୀଶଙ୍କର ଧନ୍ୟ ତୁମର ସାହସ, ଦୀପିକା ଲେଖୁଛ ବସି ତିରିଶ ବରଷ । ନ ମାନି ବିପଦ ବାଧା ନ ଚାହିଁ ଦେହକୁ, ମନପ୍ରାଣ ସମରପି ପାଳିଛ ବ୍ରତକୁ । ଦେଖି ଦେଖି ଢେର ଦିନ ଜାଣିଛି ବିଶେଷ, ଅଟ ତୁମ୍ଭେ ଜଣେ man of business” ବ୍ୟାସକବି ଫକୀରମୋହନଙ୍କ…

ବାସୁଦେବ ସୁଢଳଦେବ

ଲେଖା: ନିରଞ୍ଜନ ସାହୁ ସାର୍ ବାସୁଦେବ ସୁଢଳଦେବ ! ପବିତ୍ରକୀର୍ତ୍ତି ଶ୍ରୀଯୁକ୍ତ ବାମଣ୍ଡାଧିପ ବାସୁଦେବ ସୁଢଳଦେବ ମହୋଦୟ ଶ୍ରୀ କରକମଳେଷୁ ସବିନୟ ନିବେଦନମିଦଂ ! ଶ୍ରୀମନ୍ ମହାରାଜ ! ପରସ୍ପର ବିରୋଧୀ ଶ୍ରୀ, ସରସ୍ଵତୀ ଏବଂ ବିନୟ ଆପଣଙ୍କଠାରେ ଏକତ୍ରାବସ୍ଥିତ ହୋଇ ପରସ୍ପରର ଶୋଭା ବୃଦ୍ଧି କରୁଅଛନ୍ତି, ଏହା ସମସ୍ତେ ଏକବାକ୍ୟରେ ସ୍ଵୀକାର କରନ୍ତି। ବିଶେଷତଃ…

ରାଧାନାଥ ରାୟ

ଲେଖା: ଦେଵ ତ୍ରିପାଠୀ ରୂପ ଓ ସୌନ୍ଦର୍ଯ୍ୟର କବି, ପ୍ରକୃତି ମଧ୍ୟରେ ପ୍ରାଣସଞ୍ଚାର କରି ତା’କୁ ସ୍ୱପ୍ନ ସମ୍ବେଦନଶୀଳ ସତ୍ତା ଭାବରେ ଚିତ୍ରଣ କରିପାରୁଥିବା କବିଶ୍ରେଷ୍ଠ କବିବର ରାଧାନାଥ ରାୟ ଥିଲେ ପ୍ରକୃତିର ଉପାସକ । ଉତ୍କଳର ନଦନଦୀ, ଗିରି-ବନ-ପ୍ରାନ୍ତର, ସୁଗଭୀର ସମୁଦ୍ର, ସୁପ୍ରଶସ୍ତ ବେଳାଭୂମି, ବିସ୍ତୀର୍ଣ୍ଣ ହ୍ରଦ, ଭୟାବହ ଅରଣ୍ୟର ଭୀମକାନ୍ତ ଦୃଶ୍ୟ ନବଶୋଭା…

ମହେନ୍ଦ୍ରଗିରି

ଲେଖା: ଦେଵ ତ୍ରିପାଠୀ ଉତ୍ତୁଙ୍ଗ, ମହାନ, ବିରାଟ, ପୁରାଣ, ମହିମା ଯାହାର ଘୋଷଇ ପୁରାଣ । ଦେବାତ୍ମା, ଭୀଷଣବପୁ,ଅଭ୍ରଂକଶ, ଯାଦଃପତି ଯାର ଯୋଗ୍ୟ ଆଦରଶ । + + + + + + + + + ସମଗ୍ର ଉତ୍କଳ – ଶୋଭା – ତିଳୋତ୍ତମା, ଛବିଳ ଉତ୍କଳେ ଏ ଛବିଳତମା । (ମହେନ୍ଦ୍ରଗିରି/କବିବର…