Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ୧୯୩୪ ମସିହାରେ ଆରମ୍ଭ ହେଲା ଗାନ୍ଧିଜୀଙ୍କ ପଦଯାତ୍ରା ଓଡ଼ିଶାର ପୁରୀରୁ । ପୁରୀରୁ କାଜିପାଟଣା ଆସିବା ରାସ୍ତାରେ ତେଲେଙ୍ଗାପେଣ୍ଠରେ ରହିଲେ ବାପୁ । ରହଣିର ସବୁ ବ୍ୟବସ୍ଥା କରୁଥିଲେ ମା’ ରମାଦେବୀ ଓ ତାଙ୍କର ଜଣେ ସହକର୍ମୀ । ଟିକେ ଅବସର ପାଇଲେ ଗାନ୍ଧିଜୀଙ୍କୁ କିଛି ପ୍ରଶ୍ନ କରିବାକୁ ମନସ୍ଥ କଲେ…

ଲେଖା: ଦେଵ ତ୍ରିପାଠୀ ଜଗତସିଂହପୁରର ମାଛଗାଁ ମୁଖ୍ୟ କେନାଲର ଦକ୍ଷିଣ ପାର୍ଶ୍ଵ ଓ ମୃତ ଅଳକା ନଦୀର ଉତ୍ତର ପାର୍ଶ୍ୱରେ ଥିବା ଐତିହାସିକ ସୋମନାଥ ହାଟ ନିକଟସ୍ଥ ବିସ୍ତୀର୍ଣ୍ଣ ଆମ୍ବତୋଟା। ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ, ଜାତୀୟକବି ବୀରକିଶୋର, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ, ଭାଗିରଥ ମହାପାତ୍ର, ସରଳାଦେବୀ, ନୀଳମଣି ପ୍ରଧାନ, ପ୍ରାଣକୃଷ୍ଣ ପଢ଼ିଆରୀ, ଭିକାରୀଚରଣ…

ବଡ଼ବାପା ଓଡ଼ିଆ ଜାତିର କୁଳବୃଦ୍ଧ, ବାପା ବ୍ରିଟିଶ ସରକାରଙ୍କ ଅଧୀନରେ ଡେପୁଟି କଲେକ୍ଟର, ଓଡ଼ିଆ ଭାଷାରେ ଗୋଟିଏ ଆଦ୍ୟ ଉପନ୍ୟାସ 'ଭୀମାଭୂୟାଁ' ର ଲେଖକ। ଅଜା ନନ୍ଦକିଶୋର ଦାସ ଓଡ଼ିଶାର ପ୍ରଥମ ସିଭିଲିଆନ୍। ମାମୁଁ ରାଜକିଶୋର ଦାସ ଡେପୁଟି କଲେକ୍ଟର, ମା ବସନ୍ତ କୁମାରୀ ଦେବୀ ସୁସାହିତ୍ୟିକା । ଶ୍ଵଶୁର ଗୋକୁଳାନନ୍ଦ ଚୌଧୁରୀ ପୁରୁଷ ପୁରୁଷର ନାଁ ଥିବା ଜମିଦାର, କଟକ ଜିଲ୍ଲା ବୋର୍ଡର ଚେୟାରମାନ୍ ତଥା ଜାତିସ୍ମର ମଧୁସୂଦନ ଦାସଙ୍କ ସହକର୍ମୀ । ଏହି ଅଲିଅଳ ଝିଅଟି ଓଡି଼ଶା ମାଟିରେ ଆତ୍ମତ୍ୟାଗ, ସେବା, ପରୋପକାର, ସଦ ବିଚାର, ସ୍ଵାଧୀନତା ସଂଗ୍ରାମ, ମହତ ମଣିଷର ଜୀବନ୍ତ ପ୍ରତିମୂର୍ତ୍ତି ଦେଶପୂଜ୍ୟା ରମାଦେବୀ ଚୌଧୁରୀ, ମା' ରମାଦେବୀ . .

ଲେଖା: ଦେଵ ତ୍ରିପାଠୀ ୧୯୨୦ ସାଲ । ନଇବଢ଼ି ସମୟ । ବନ୍ୟାବିଧ୍ୱସ୍ତ ଜେନାପୁର ଓ ଅନ୍ୟ ଗ୍ରାମଗୁଡିକରେ ବନ୍ୟାପ୍ରପୀଡ଼ିତ ଲୋକଙ୍କ ଅବସ୍ଥା ଦେଖି କାନ୍ଦି ଉଠିଲା ଯାଜପୁରର ତତ୍କାଳୀନ ଡେପୁଟି ମାଜିଷ୍ଟ୍ରେଟଙ୍କ ଦରଦୀ ହୃଦୟ । ସରକାରୀ ସାହାଯ୍ୟକୁ ଅନୁଧ୍ୟାନ କରି ସେତକ ଦେଖି ଯଥେଷ୍ଟ ନୁହେଁ ବୋଲି ଅଧିକ ସାହଯ୍ୟ ନିମନ୍ତେ ଦାବି…