ସୌରଭିତ ସୃଷ୍ଟି: ଜ୍ଞାନସିଦ୍ଧ ବ୍ୟାସକବି ଫକୀରମୋହନ

କିଏ କହେ ତାଙ୍କୁ ଶତାବ୍ଦୀର ସୂର୍ଯ୍ୟ, କିଏ କହେ ଜାତି ଐରାବତ, କିଏ କହେ ଉତ୍କଳଗୌରବ, କିଏ କହେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, କିଏ କହେ ଏଜାତି ଗାଲମାଧବ, କିଏ କେତେ କ’ଣ ଉପାଧି/ନାମରେ ନାମିତ କରାନ୍ତି ସେହି ଉତ୍କଳ ଖଣ୍ଡର ଅଗ୍ରସାରଥୀଙ୍କୁ !

ତେବେ ଏ ଜାତିର ପ୍ରମୁଖ ଭାଷ୍ୟକାର ଆମର ବ୍ୟାସଙ୍କ ଭାଷାରେ ସେ ନରଦେହେ ନାରାୟଣ ! ଆଉ ଗୋଟେ କଥାରେ କହିଲେ ତୁମ୍ଭର ଉପମା ତୁମ୍ଭେ ହିଁ ଏକା

ଏହି ଭଳି ଜଣେ ପୁରୁଷ ସିଂହ ହିଁ ମଧୁସୂଦନ ଦାସ ! ବ୍ୟାସକବିଙ୍କ ଦୃଷ୍ଟିରେ ଜାତୀୟଗୌରବ ମଧୁସୂଦନ, ସେଇ କ୍ରମରେ ତାଙ୍କ ରଚିତ କବିତା ‘ଶ୍ରୀ ମଧୁସୂଦନ ଦାସ କେ.ସି.ଆଇ.ଇ‘ . .

ଧନ୍ୟ ! ଧନ୍ୟ ! ଧନ୍ୟ ! ମଧୁସୂଦନ
ଉତ୍କଳ ମାତାର ଯୋଗ୍ୟ ନନ୍ଦନ ।
ଦେଲ ଉତ୍କଳକୁ ନବ ଜୀବନ
ଶିଖାଇଲ ଲୋକେ ଜାତି ବନ୍ଦନ ।

ଜାତୀୟ ଜୀବନ ବୋଲେ କାହାକୁ
ଶିଖାଇଲ ଦେଶବାସୀ ଭ୍ରାତାଙ୍କୁ ।
କଥା ନୁହେଁ ଏହା ଦେଖେ ପ୍ରମାଣ
ଦେଶହିତ ବ୍ରତେ ସଁପିଛ ପ୍ରାଣ ।

କୋଟି ପରମାଣ ଉତ୍କଳ ଲୋକ
ସମସ୍ତଙ୍କ କାହିଁ ଘୁଞ୍ଚିବ ଦୁଃଖ ।
ଗୋଟା ଦେଶ ପାଇଁ ଭାଳୁଛି ଜଣେ
ଏ କଥା ଯେ କାଳେ ପଡ଼େ ମୋ ମନେ।


ହୃଦୟରେ ମୋର ହୁଏ ପ୍ରତ୍ୟୟ
ଦୈବ ଶକ୍ତି ଏହା ଅଟେ ନିଶ୍ଚୟ ।
ଯେତେ କଷ୍ଟେ ପଡ଼ି ଅର୍ଜିଲ ଧନ
ଫୋପାଡ଼ି ଦେଇଛ ଦେଶ କାରଣ ।

ଶିଳ୍ପ କାର୍ଯ୍ୟେ ବିଂଶ ସହସ୍ର ଟଙ୍କା
ଦେଲ ଢାଳି ଦେଖି ଲାଗେ ତାଟକା ।
ଆହାର ନିଦ୍ରାରେ ନ ଥାଏ ଜ୍ଞାନ
କରୁଥାଅ ବସି ନିର୍ଜନେ ଧ୍ୟାନ ।

କି ଉପାୟେ ହେବ ଦେଶ ମଙ୍ଗଳ
ଜପୁ ଅଛ ବୀଜ ମନ୍ତ୍ର କେବଳ ।
ଜାତିର ଗୌରବ ଜାତିର ଧନ
ବୃଦ୍ଧିରେ ଦେଇଛ ଧନ ଜୀବନ ।

ମତ୍ତ-ପାନ କରି କି ସୋମରସ
ଅକାତରେ ଫିଙ୍ଗି ଦେଲ ସର୍ବସ୍ବ ।
ଧନ୍ୟ ! ଧନ୍ୟ ! ତୁମ୍ଭ ଜୀବନ ବ୍ରତ!
ଦେଖା ଥାଉ, ଶୁଣା ନାହିଁ ଏମନ୍ତ ।

ତୁମ୍ଭ କାର୍ଯ୍ୟାବଳୀ ତୁମ୍ଭ କଳ୍ପନା
ପୃଥ୍ବୀ ଇତିହାସେ ନାହିଁ ତୁଳନା।
ଦେଖାଯାଏ ଦେଶ ହିତ କାରଣ
କେ କରେ ବକ୍ତୃତା, କେ ଦିଏ ଧନ।

ମାତ୍ର ତୁମ୍ଭେ ସର୍ବ ଧନ ଜୀବନ
ଶକ୍ତି, ସାମରଥ, କଳ୍ପନା ମନ ।
ସବୁ ଢାଳି ଦେଇ ନ ହୋଇ ତୁନି
ଦିବା ନିଶି ବସି ଭାଳୁଛ ପୁଣି ।

ମୋ ଜାତିର ହେଉ ସମ୍ମାନ ବୃଦ୍ଧି
କେ ଲୋକର ହେବ ଏପରି ବୁଦ୍ଧି।
ତୁମ୍ଭର ଚରିତ୍ର ଓ ଇତିହାସ
ପାଉ ନାହିଁ ଭାଷା କଲେ ପ୍ରକାଶ ।

ଯେତେକାଳ ଥିବେ ଉତ୍କଳୀ ଜାତି
ଯାବତ ଚନ୍ଦ୍ରାର୍କେ ରଟିବ ଖ୍ୟାତି ।
ଉପମା ଦେବାକୁ ତୁମ୍ଭ ସଙ୍ଗରେ
ଖୋଜିଲି ତ ସର୍ବ ଇତିହାସରେ ।

ଜଗତରେ ଲୋକ ନ ଯାଏ ଦେଖା
ତୁମ୍ଭର ଉପମା ତୁମ୍ଭେ ହିଁ ଏକା ।
କେତେ କୋଟିପତି କେତେ ଭୂପତି
ଗଲେ ଧ୍ଵନି ରଖି ଯାଇ ଅଛନ୍ତି ।

ତୁମ୍ଭେ ଚାଲିଗଲେ ତୁମ୍ଭର ଧନ
ବାଣ୍ଟି ବୁଣ୍ଟି ନେବେ କୋଟିଏ ଜନ।
ତୁମ୍ଭ ଧନ ବାଣ୍ଟେ ରୀତି ଦେଖିଛି
ପ୍ରତି ଜଣ ଭାଗେ ପଡ଼ିବ କିଛି ।

ଯାଉଥିଲା ଗୋଟେ ଜାତିଟା ଭାସି
ରକ୍ଷା କରିଅଛ ସ୍ଵର୍ଗରୁ ଆସି ।
ଉତ୍କଳୀ ଜାତିର ଆଗୁଆ ହୋଇ
ପଞ୍ଚାଶ ବରଷ ଦେଲ ଆଗୋଇ ।

ଉପସ୍ଥାପନା: ନିରଞ୍ଜନ ସାହୁ (Niranjan Sahu)

Sri Madhusudan Das KCIE Byasakabi Fakirmohan Senapati

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

14 hours ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

5 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

7 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago