Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ପ୍ରାକୃତିକ ଶୋଭାସମ୍ପଦରେ ପରିପୂର୍ଣ୍ଣ, ସାଂସ୍କୃତିକ ବିଭବରେ ବିମଣ୍ଡିତ ତଥା କଳାସଙ୍ଗୀତ, ସାହିତ୍ୟ, କାରୁକାର୍ଯ୍ୟ ଓ ଧାର୍ମିକ ଚେତନାରେ ଋଦ୍ଧିମନ୍ତ ଆମରି ଗଞ୍ଜାମ ଜିଲ୍ଲା । ଜିଲ୍ଲାର ଗ୍ରାମେ ଗ୍ରାମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଥିଲେ ମଧ୍ୟ ଶୈବ ଓ ଶାକ୍ତମାନେ ଗାଁ ଠାକୁରାଣୀ କିମ୍ବା ଗ୍ରାମଦେବତୀଙ୍କୁ ଆରାଧନା କରିବା ଦେଖାଯାଇଥାଏ ।…

ଲେଖା: ଶିବାଶିଷ ମହାପାତ୍ର ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ସଂସ୍କୃତି, ପରମ୍ପରା ତଥା ଚାଲିଚଳନ ପୂର୍ବ ଓଡ଼ିଶାନୁ ଅଲଗା । ଅଲଗା ଇତାର ଭାଷା ତଥା ନାଚ ତଥା ଗୀତ । ଆଜିବି ଇ ଯାଗା ତଥା ବିଭିନ୍ନ ସମିଆରେ ପାରମ୍ପରିକ ଲୋକଗୀତ ଆଉ ଲୋକନୃତ୍ୟ କେ ନୁରା ଯାଏସି ଲୋକବାଦ୍ୟର ସାଙ୍ଗେ । ଗୋଡ଼୍ ମାନେ…

ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .