Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ ସମା ଓ ଶମା ! ଏ ଉଭୟ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ରହିଛି ତେଣୁ ଉଭୟ ଶବ୍ଦର ଅର୍ଥ ଆଧାରରେ ଏ ଶବ୍ଦର ଵ୍ଯଵହାର ହେଵା ଉଚିତ । ସମା ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଦୃଷ୍ଟିଗୋଚର ହୁଏ । ?୧. ସମ୍ବତ୍ସର ଵା ଵର୍ଷ: ଏହାର ପ୍ରାକ୍…

ଲେଖା: ଶିବାଶିଷ ମହାପାତ୍ର “କଷ୍ଟ କଲେ କୃଷ୍ଣ ମିଳେ ଏ ସାର ବଚନ, ମନେ ରଖିଥିବ ସଦା ଆହେ ଶିଶୁ ଗଣ ।” ୧୮୬୮ ମସିହାର ସମ୍ବଲପୁର କଥା । ସେତେବେଳର ଏହି ଅଞ୍ଚଳରୁ ବାହାରିଥିଲେ ଗୋଟିଏ ବାଳକ ମନରେ ଅଦମ୍ୟ ଅଭିଳାଷ ଏବଂ ମ୍ୟାଟ୍ରିକ ପରୀକ୍ଷା ପାସ କରିବାର ଆଶା ନେଇ ।…

~ ଦୟାନିଧି ମିଶ୍ର ~ ଲେଖା: ଅମୃତେଶ ଖଟୁଆ “ବୀର ଦରଶନ ମାତ୍ରେ ପ୍ରେମର ପ୍ରବାହେ ଭାସି ଦିବାରାତ୍ର, ସତୀ, ବୀର ପାଦପଦ୍ମେ, ସମର୍ପିଛ ମନପ୍ରାଣ, ଉନ୍ମାଦିନୀ ପ୍ରାୟେ ସ୍ଥାପିଅଛ ବୀରମୂର୍ତ୍ତି ପୂତ ହୃଦସଦ୍ମେ। × × × ହୃଦ-ଉପବନେ ପ୍ରେମ ମାରୁତ ମଳୟ, ସ୍ଵର୍ଗେ ପ୍ରେମ, ପ୍ରେମ ପୁଣି ତ୍ରିଦଶ-ଆଳୟ। (କବିତା – “ସୁଭଦ୍ରା”)…

ଲେଖା: ଦେଵ ତ୍ରିପାଠୀ ନିଘଞ୍ଚ ମାଳାଞ୍ଚଳ, ଆକାଶର ନୀଳ ଓ ଅରଣ୍ୟର ଚୂଳ ସେଠି ମିତ ବସିଛନ୍ତି । ଆଉ କିଛି ବାଟ ପରେ ଏକାଠି ହୋଇଛନ୍ତି ଓଡ଼ିଶା ଓ ଛତିଶଗଡ଼ର ସୀମା । ଦିନେ ପାହାଡିଆ ନଈର ଛନ୍ଦ, ଦିଗନ୍ତବ୍ୟାପୀ ଧାନକ୍ଷେତର ସବୁଜମାୟା, ବିହଗକାକଳି ଏବଂ ସର୍ବୋପରି ସରଳ ମଣିଷଙ୍କ ଶ୍ରଦ୍ଧାମୟ କୋଳାହଳରେ ସେ…

ଲେଖା: ହରେକୃଷ୍ଣ ସାହୁ ଏଇଠି ଠିଆ ହୋଇ ଚାହିଁଲେ ଘଞ୍ଚ ଗଛଲତାର ମଥାନ ଉପରେ ଫର ଫର ହୋଇ ଉଡ଼ୁଥିବ ନାଲିଆ ପତାକାଟିଏ। ସେଇଟି ହେଲା ଆମ ଗାଁ ଇଷ୍ଟଦେବତା ରଘୁନାଥ ମନ୍ଦିରର ନେତ। ସେହି ଗଛର ଗହଳି ଭିତରେ ଲୁଚିଛି ଆମ ଗାଁ। ମୋର ଭାରି ପ୍ରିୟ। ମୋ ଗାଁ ମୁଗପାଳ। ଓଡ଼ିଶାର ସବୁ…

ଲେଖା: ଶିବାଶିଷ ମହାପାତ୍ର ଭାରତରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଜର୍ମାନମାନେ ତିନି ଗୋଟି ସ୍ଥାନକୁ ପ୍ରାଧାନ୍ୟତା ପ୍ରଦାନ କରିଥିଲେ । ସେଗୁଡିକ ଥିଲା ବିହାରର (ବର୍ତ୍ତମାନ ଝାଡ଼ଖଣ୍ଡ) ଚିଡିଆ ମାଇନ୍ସ ଅଞ୍ଚଳ, ଓଡ଼ିଶାର ପାନପୋଷ ଅଞ୍ଚଳ ଏବଂ ମଧ୍ୟପ୍ରଦେଶର (ବର୍ତ୍ତମାନର ଛତିଶଗଡ଼) ଭିଲାଇ ଅଞ୍ଚଳ । ଏ ମଧ୍ୟରୁ ଗୋଟିଏ ସ୍ଥାନ ଚୟନ କରିବା…

ଲେଖା: ସତ୍ୟବ୍ରତ ହାତୀ ଶଶାଙ୍କ ମଣ୍ଡଳ ଉତ୍କଳ ଧରଣୀ ଗଞ୍ଜାମ ତା’ମଧ୍ୟେ ପୂର୍ଣ୍ଣ ନିଶାମଣି । ଘୁମୁଷର ଜ୍ୟୋତ୍ସ୍ନା ସେ ନିଶାମଣିର ଅତ୍ୟୁକ୍ତ ବର୍ଣ୍ଣନା ନୁହେଁ ଏହି ଗୀର । (କବିଶେଖର ଚିନ୍ତାମଣି ମହାନ୍ତି) ଏପରି ଗର୍ବ ଓ ଗୌରବର ଅଧିକାରୀ ଯେଉଁ ଭଞ୍ଜଭୂମି, ସେଇ ମହାନ ମାଟି ଭଞ୍ଜନଗରର ଶ୍ରୀ ବୃଦ୍ଧି କରାଏ ସହର…

ଲେଖା: ଶିବାଶିଷ ମହାପାତ୍ର ଉତ୍କଳ ଏପରି ଏକ ପ୍ରଦେଶ ଯାହା ନିଜର କଳା, ସଂସ୍କୃତି, ପରମ୍ପରା ତଥା ସ୍ଥାପତ୍ୟ ପାଇଁ ପରିଚିତ। ଓଡ଼ିଶାର କୋଣ ଅନୁକୋଣରେ ଏପରି ଲୋକକଥା ତଥା ପରମ୍ପରା ସବୁ ଦେଖିବାକୁ ମିଳେ ଯାହାର କେବେହେଲେ ପୁନରାବୃତ୍ତି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଓଡ଼ିଶା ପ୍ରଦେଶର ଏକ ଛୋଟ…

ଲେଖା: ଋଷିରାଜ ପଟ୍ଟନାୟକ ଆମ ଭଞ୍ଜଭୂମଣ୍ଡଳ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳର ଜୈବବିବିଧତା ସମଗ୍ର ବିଶ୍ୱର ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକଙ୍କୁ ସବୁ ସମୟରେ ଆକୃଷ୍ଟ କରିଆସିଛି । ଶିମିଳିପାଳରେ ଥିବା ଅନେକ ଛୋଟ ପାହାଡ଼, ଉପତ୍ୟକା, ଅଧିତ୍ୟକା ଘଞ୍ଚ ଅରଣ୍ୟାନୀ ପରିବେଷ୍ଟିତ । ଜାତୀୟ ସର୍ବେକ୍ଷଣ ସଂସ୍ଥା, ଡେରାଡୁନ ପକ୍ଷରୁ ପ୍ରକାଶିତ ‘ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ’ରେ…

ଲେଖା: ନିରଞ୍ଜନ ସାହୁ ~ ସଂଗ୍ରାମୀ ସାରସ୍ଵତସାଧକ ପୁସ୍ତକପ୍ରକାଶକ ଖାଣ୍ଟି ଓଡ଼ିଆ ପଣ୍ଡିତ ଗୋବିନ୍ଦ ରଥ ~ ଉନବିଂଶ ଶତାବ୍ଦୀର ଶେଷ ଦଶନ୍ଧି ସମୟରେ ଓଡ଼ିଶାରେ ବ୍ରିଟିଶ ଶାସନର ଏକ ଘଟଣା। ଅଖଣ୍ଡ କ୍ଷମତାର ଅଧିକାରୀ କମିଶନର ମାନେ। ଥରେ କଟକର କମିଶନର କାର୍ଯ୍ୟକ୍ରମ ରଖିଥିଲେ ବାଙ୍କୀ ବାଟେ ଖୋର୍ଦ୍ଧା ଯିବା ପାଇଁ। କଟକରୁ ବାଙ୍କୀ…