Search Results for ଶଗଡ଼

ମା’ ହିଙ୍ଗୁଳାଙ୍କ ପୀଠ (Maa Hingula)

ଲେଖା: Odisha Stories ଅନନ୍ୟ ଭାରତର ଇତିହାସ, ସଂସ୍କୃତି, ପରମ୍ପରା ତଥା ଐତିହ୍ୟ । ମା’ଙ୍କ ଅନେକ ରୂପ ଯଥା ଶକ୍ତି, ସୁନ୍ଦର ତଥା ଭୟଙ୍କର ଭାବରେ ପରିଚିତ । ଓଡ଼ିଶାର ଏକ ପ୍ରସିଦ୍ଧ ଦେବୀ ସିଏ ପୁଣି ପୂଜା ପାଆନ୍ତି ପାକିସ୍ତାନ, ଆଫଗାନିସ୍ତାନ ତଥା ସୁଦୁର ଆସାମରେ । ଓଡ଼ିଶାର ଅନୁଗୋଳ ଜିଲ୍ଲାର ସିଙ୍ଗଡ଼ା…

କର୍ମବୀର ଗୌରୀଶଙ୍କର

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷ ତୃତୀୟାଂଶ ଓଡ଼ିଶାର ଜାତୀୟ ଜୀବନ ପକ୍ଷରେ ଏକ ନବଜାଗରଣର କାଳ । ନଅଙ୍କ ଦୁର୍ଭିକ୍ଷର ଆଘାତ, ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ନବବାଣୀ ନିହିତ ପ୍ରେରଣା ଜାତିର ଯୁଗବ୍ୟାପୀ ସୁଷୁପ୍ତି, ନିଷ୍କ୍ରିୟତା, ସ୍ୱାର୍ଥପରତା ଭାଂଗି ଦେଇ ଏହାକୁ ଆତ୍ମସଚେତନ ଓ କର୍ମତପ୍ତର କରିଥିଲା ।ଅତଏବ ସମାଜ ନିମନ୍ତେ…

ବେଜେଲଗେଟ ହତ୍ୟାକାଣ୍ଡ

ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଶାର ରଣପୁର । ତଦନାନ୍ତୀନ ରଣପୁର ରାଜ୍ୟ। ପ୍ରଜା ଆନ୍ଦୋଳନରେ ଭୀତତ୍ରସ୍ତ ରାଜା ଏବଂ ବ୍ରିଟିଶ ଶାସନ। ପ୍ରଜାମାନଙ୍କର ଅସନ୍ତୋଷ ଦିନୁଁ ଦିନ ଦାନା ବାନ୍ଧୁଥାଏ। ଦିବାକର ପରିଡ଼ା ଓ ରଘୁନାଥ ମହାନ୍ତିଙ୍କ ନିଷ୍ଠାପର ଉଦ୍ୟମ ଫଳରେ ପ୍ରଜାମଣ୍ଡଳ ଆନ୍ଦୋଳନ ଅଭୂତପୂର୍ବ ରୂପ ନେଉଥାଏ। ସେହି କଥା ଚିନ୍ତା କରି ରାଜା…

ସହୀଦ ବାଜି ରାଉତ

ଲେଖା: ବିଜୟ ସାହୁ ବିଶ୍ୱ ଇତିହାସରେ ସଂକଳିତ ସର୍ବକନିଷ୍ଠ ସହୀଦ ବାଜି ରାଉତ ୧୯୩୮ ମସିହା ଅକ୍ଟୋବର ୧୦ ତାରିଖରେ ଢେଙ୍କାନାଳ ଜିଲ୍ଲାର ଭୁବନ ନିକଟସ୍ଥ ନୀଳକଣ୍ଠପୁର ବ୍ରାହ୍ମଣୀ କୂଳ ଘାଟରେ ବ୍ରିଟିଶ ଫଉଜ ଗୁଳିରେ ପ୍ରାଣ ହରାଇଥିଲେ ! ଯାହାଙ୍କ ଚିତା ପାଖରେ ବସି ବିପ୍ଲବୀକବି ସଚି ରାଉତରାୟ ଏହି ସହୀଦକୁ ଲେଖନୀରୁ ଅମର…

ବାହୁଡ଼ା ଯାତ୍ରା

ଲେଖା: ବନ୍ଧନ ଦଳେଇ ~ ବାହୁଡ଼ା ଯାତ୍ରା ଓ ସୁନାବେଶ ~ ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ମହାପ୍ରଭୁ ରଥରେ ଗୁଣ୍ଡିଚାଘରୁ ବଡ଼ଦେଉଳକୁ ଫେରିବେ, ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ଯାତ୍ରା ଅବା #ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି – “ନବମ୍ୟା ବାସୟେଦ୍ଦେବାନ୍…

ମା’ ଛିନ୍ନମସ୍ତା

ଲେଖା: ଶଶାଙ୍କ ତରାଇ ବାଖରାବାଦର ମା’ ଛିନ୍ନମସ୍ତା କାଳୀ ! ଐତିହ୍ୟ ନଗରୀ କଟକର ବିଭିନ୍ନ ସ୍ଥାନରେ ଦୀପାବଳି ସମୟରେ ମା’ ଶ୍ୟାମାକାଳୀଙ୍କୁ ପୂଜା କରାଯାଏ କିନ୍ତୁ ବାଖରାବାଦ ଅଞ୍ଚଳର ଏ ପୂଜା ସମ୍ପୂର୍ଣ୍ଣ ନିଆରା । କେବଳ ଓଡ଼ିଶା ନୁହଁ ସମ୍ପୂର୍ଣ୍ଣ ଭାରତବର୍ଷରେ କଟକର ବାଖରାବାଦରେ ମା’ ଛିନ୍ନମସ୍ତା କାଳୀଙ୍କୁ ପୂଜାମୂର୍ତ୍ତି ରୂପେ ପୂଜା…

ପଣ୍ଡିତ ଗୋବିନ୍ଦ ରଥ 

~ ଗୋବିନ୍ଦ ରଥ ~ ଲେଖା: ଅମୃତେଶ ଖଟୁଆ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଏବଂ ଜଣେ ବିପ୍ଳବୀ ସାରସ୍ୱତ ସାଧକ ଭାବେ ବାଙ୍କୀ ବରପୁତ୍ର ପଣ୍ଡିତ ଗୋବିନ୍ଦ ରଥ ପ୍ରଥିତଯଶା ! ଇଂରେଜ ଶାସନ ବିରୋଧରେ ବିଭିନ୍ନ ଲେଖା ଲେଖି ସେ ଜନମାନସରେ ବିଦ୍ରୋହର ନିଆଁ ଜଳାଇ ଦେଉଥିଲେ। ତାଙ୍କ କଟକସ୍ଥିତ ନିମଚଉଡିଠାରେ ଥିବା “ଗୋବିନ୍ଦ…

ମୃତ୍ୟୁଞ୍ଜୟ ରଥ 

~ ମୃତ୍ୟୁଞ୍ଜୟ ରଥ ~ ଲେଖା: ଅମୃତେଶ ଖଟୁଆ ~ କାବ୍ୟତୀର୍ଥ ବାଣୀଭୂଷଣ : ମୃତ୍ୟୁଞ୍ଜୟ ରଥ ~ କରିଛ ତୁମ୍ଭେ ନବ ସ୍ବର୍ଗ-ପ୍ରବାସ,  ଅନୁସରନ୍ତି ସୁଖେ ଅଛି କି ଆଶ ! ମାତ୍ର ଏ ଜନେ ସିନା ଭୁଞ୍ଜିବେ ଦୁଃଖ, ତୁମ୍ଭ ଆୟତ୍ତ ଯେଣୁ ସବୁରି ସୁଖ।” (କୁମ୍ଭାରସମ୍ଭବମ୍, ଚତୁର୍ଥ ସର୍ଗ : ଅନୂଦିତ…

ଗୁପ୍ତେଶ୍ୱର

ଉପସ୍ଥାପନା: ବିଶ୍ୱରଞ୍ଜନ ମହାପାତ୍ର ଗୁପ୍ତେଶ୍ୱର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ। ସ୍ଥାନଟି କୋରାପୁଟ ଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର । ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ । ଛତିଶଗଡ଼ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବା ‘Hidden God’ ବୋଲି…

ଓଡ଼ିଶାର ପ୍ରଥମ ସିନେମାହଲ୍

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶା ଏକ ପ୍ରାଚୀନ ସଭ୍ୟତା ତଥା ଐତିହ୍ୟ, ପରମ୍ପରାର ଅଞ୍ଚଳ । ଅତ୍ୟନ୍ତ ବିକଶିତ ଏହି ଦେଶ । ଏହି ମାଟି ସୃଷ୍ଟି କରିଛି ଅନେକ ବିରଳ କୀର୍ତ୍ତି ତଥା ଅନେକ ଉଦାହରଣ । ଓଡ଼ିଶାର କୋଣ ଅନୁକୋଣରେ ଭରି ରହିଛି ଅନେକ କିଛି ଜଣା ଅଜଣା ସଂପଦ । ଏହି…