Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ ପଶ୍ଚିମ ଓଡ଼ିଶାର ଲୁପ୍ତ ଖେଳ ଖମଖମାଲୋ ! ଗଡ଼ଜାତ ଓଡ଼ିଶାରେ ପୂର୍ଵେ ‘ଖମଖମାଲୋ’ ବୋଲି ଏକ ଖେଳ ଖେଳାଯାଉଥିଲା । ସାଧାରଣତଃ ଏହା ପିଲାମାନଙ୍କର ଖେଳ ଏଵଂ ଖମ୍ବ ଵା ଖୁମ୍ବ ଏ ଖେଳର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥିଵାରୁ ଏହାର ନାମ ଖମଖମାଲୋ ରଖାଯାଇଥିଲା । ଏ ଖେଳର…

ଲେଖା: ଅମ୍ବିକା ପଟ୍ଟନାୟକ ଅବିସ୍ମରଣୀୟ ବ୍ୟକ୍ତିତ୍ୱ : ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ! “ନାମରେ ପ୍ରୟାସ ନାହିଁ, ଅର୍ଥରେ ପିପାସା ନାହିଁ, ନିନ୍ଦାସ୍ତୁତି ପ୍ରତି ଭୃକ୍ଷେପ ନାହିଁ l ଅନନ୍ୟ ଚିତ୍ତରେ କେବଳ ସାହିତ୍ୟ ନିମନ୍ତେ ସାହିତ୍ୟର ଅନୁଶୀଳନ ନନ୍ଦ ମହାଶୟଙ୍କ ବ୍ରତ l ଏହି କବି ମୂଳଗ୍ରନ୍ଥର ଅନୁବାଦ କରିନାହାନ୍ତି କିମ୍ବା ଅବିକଳାନୁକରଣରେ ମଧ୍ୟ…

ଲେଖା: ଅମ୍ବିକା ପଟ୍ଟନାୟକ ~ ପ୍ୟାରୀମୋହନ ଆଚାର୍ଯ୍ୟ ~ “ରଥେ, ଯେଉଁ କାର୍ଯ୍ୟରେ ପ୍ରବୃତ୍ତ ହୋଇଅଛ, ସେଥିରେ ସାବଧାନ ପୂର୍ବକ କାର୍ଯ୍ୟ କରିବ l ସାକ୍ଷୀମାନେ ଯେମନ୍ତ ଯଥାର୍ଥ ବର୍ଣ୍ଣନା କରନ୍ତି, ସେଥିପ୍ରତି ଚେଷ୍ଟାର ତ୍ରୁଟି କରିବ ନାହିଁ l ସାକ୍ଷୀମାନେ ସତ କହିବେ କି ନାହିଁ ବଡ଼ ସନ୍ଦେହର ବିଷୟ l କମିଶନର ସାହେବଯେ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଆମ ଓଡ଼ିଆ ଶବ୍ଦ: ଲସି ! ଆଜି ଦହି, ଚିନି, ବରଫ କିଂଵା ପାଣିରେ ପ୍ରସ୍ତୁତ ପଶ୍ଚିମ ଭାରତୀୟ ପେୟ “ଲସ୍ସୀ” ସାରା ଵିଶ୍ଵରେ ଲୋକପ୍ରିୟ ହୋଇଅଛି । ପୂର୍ଵେ ଓଡ଼ିଶାରେ ଏ ଲସ୍ସୀ ଶବ୍ଦ ଚଳୁନଥିଲା କିନ୍ତୁ ଓଡ଼ିଶାର ଲୋକେ ବହୁପ୍ରାଚୀନ କାଳରୁ ଦହିରେ ଚିନି…

ଲେଖା: କରୁଣାକର ପାଟ୍ଟଶାଣୀ ରଜଦୋଳି ଗୀତରେ ମନସ୍ତାତ୍ତ୍ବିକ ଦିଗ ! ରଜ ପର୍ବରେ କୁଆଁରୀ ଝିଅମାନଙ୍କର ଦୋଳି ଖେଳ ଏକ ପ୍ରଧାନ ଆକର୍ଷଣ। ଦୋଳି ଖେଳ ଭିତରେ କୁଆଁରୀ ମନର ଅଫିଟା କଥା ସବୁ ମୁକୁଳି ପଡେ। କୁମାର ପୂନେଇଁ ଗୀତ ପରି ରଜଦୋଳି ଗୀତ ଝିଅମାନଙ୍କ ମୁଖରେ ଚହଲୁଥାଏ: “ରଜ ଦୋଳି କଟମଟ ଲୋ…

ଲେଖା: ନିରଞ୍ଜନ ସାହୁ ୧୯୨୪ ମସିହା ଏପ୍ରିଲ ମାସ ତିନି ତାରିଖ । କଟକ ଟାଉନହଲ୍’ରେ ପାଳିତ ହେଉଥାଏ ବ୍ରିଟିଶ ସରକାରଙ୍କ ନାରକୀୟ ହତ୍ୟାକାଣ୍ଡ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଦିବସ । ସଭାସ୍ଥଳ ଭରପୂର । ଗୋଟିଏ ନଅ ବର୍ଷର ବାଳକ ତା’ର ସାତ ବର୍ଷର ଭଉଣୀକୁ ସାଙ୍ଗରେ ଧରି ଆଗଧାଡିର ଶ୍ରୋତା । ବିଶିଷ୍ଟ ସ୍ବାଧିନତା…

ଲେଖା: ଦେଵ ତ୍ରିପାଠୀ ମହାନ ଦେଶପ୍ରେମୀ, ଖଲ୍ଲିକୋଟ ରାଜ୍ୟର ଭୂମିପୁତ୍ର ପ୍ରଜାବତ୍ସଳ ମହାଦାନୀ ମହାରାଜା ହରିହର ମର୍ଦ୍ଦରାଜ । #ସ୍ବତନ୍ତ୍ର #ଓଡ଼ିଶାପ୍ରଦେଶ #ଗଠନର #ବୀଜବପକ ତଥା #ଉତ୍କଳ #ସମ୍ମିଳନୀର #ଆଦ୍ୟପ୍ରବର୍ତ୍ତକ; ଓଡ଼ିଶା ସହିତ ଗଞ୍ଜାମ ଏବଂ ଅନ୍ୟାନ୍ୟ ଦକ୍ଷିଣାଞ୍ଚଳକୁ ମିଶାଇବା ନିମନ୍ତେ ସଂଗ୍ରାମର ଅବଧାରକ; ଗଞ୍ଜାମ ମାଟିରେ ତେଲୁଗୁ ଭାଷାଭାଷୀଙ୍କ ପ୍ରାଦୁର୍ଭାବରୁ ଓଡ଼ିଆ ଭାଷାର ସୁରକ୍ଷା…

~ ହରିଆ ତନ୍ତୀ ~ ସୌରଭିତ ସୃଷ୍ଟି: ପଣ୍ଡିତ ଗୋବିନ୍ଦ ରଥ ଏକାଧାରରେ ଜଣେ ହାସ୍ଯାମୋଦୀ, ନିର୍ଭୀକ, ସ୍ପଷ୍ଟବାଦୀ, ନିରପେକ୍ଷ ତଥା ପ୍ରଚଣ୍ଡ ସ୍ଵାଭିମାନୀ ରୂପେ ସେ ଥିଲେ ଜନମନରେ ପ୍ରଖ୍ୟାତ । ଓଡ଼ିଆ #ଭାଷାରେ ସର୍ବପ୍ରଥମେ ଯେଉଁ ପାଠ୍ୟ ପୁସ୍ତକର ପ୍ରଣୟନ ହୋଇଥିଲା, ତାହାର ଆଦ୍ୟଲଗ୍ନରୁ ହିଁ #ପଣ୍ଡିତ #ଗୋବିନ୍ଦ #ରଥ ଙ୍କ ଜନପ୍ରିୟତା…

ଗବେଷଣା ଓ ଉପସ୍ଥାପନା: ଲେଖା: ଶିଶିର ସାହୁ ମନୋଜ ~ ପାଣିଖରା, ଖରାଵରଷା ଓ ବିଲୁଆ ନନାର ବାହାଘର ~ ଵର୍ଷା ଛାଡି଼ଗଲାପରେ ଯେଉଁ ଟାଣ୍ ଖରା ହୁଏ ତାକୁ ଆମ ଭାଷାରେ ପାଣିଖରା କହିଥାନ୍ତି । ଵର୍ଷା ହେଵା ଦିନ ପରିଵେଶ ଥଣ୍ଡା ହୋଇଯାଏ କିନ୍ତୁ ଵର୍ଷା ଛାଡି଼ଲା ପରଦିନ ଆକାଶରେ ବାଦଲ ନଥିଲେ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପୁରୀ ଜିଲ୍ଲାର ଆଞ୍ଚଳିକ ଶବ୍ଦ ! ଓଡ଼ିଶାର ସବୁ ଜିଲ୍ଲାର ଶବ୍ଦ ଓ ଶୈଳୀରେ ରହିଛି ନିଆରାପଣ । ସବୁ ଜିଲ୍ଲାର ଶୈଳୀରେ ଏହି ବୈଶିଷ୍ଟ୍ୟ ଯୋଗୁଁ ଓଡ଼ିଆ ଭାଷା ହୋଇଛି ସମୃଦ୍ଧ । ଏଠାରେ ପୁରୀ ଜିଲ୍ଲାର ସେଇଭଳି କିଛି ନିଆରା ଆଞ୍ଚଳିକ ଶବ୍ଦର ସୂଚୀ…