Physical Address
Sai Samarpanam, Satya Vihar, Bhubaneswar

ଉପସ୍ଥାପନା: ନିରଞ୍ଜନ ସାହୁ ~ ମୁଁ ଓଡ଼ିଆରେ କାହିଁକି ଲେଖିବି ~ ସବୁ ଦେଶର ଲେଖକ-ଜାତି ଦରିଦ୍ର ! Suffering is the badge of our tribe! ଲାଞ୍ଛନା ଆମ୍ଭମାନଙ୍କର ଲାଞ୍ଛନ । ଲାଞ୍ଛନା ଓ ଦୁଃଖ, ସାଧନା ଓ ଅନୁଭୂତିର ଜନନୀ ଓ ଧାତ୍ରୀ । ସାଧନା ଓ ଅନୁଭୂତି ସାହିତ୍ୟ-ସୃଷ୍ଟିର ମେରୁଦଣ୍ଡ…

ଉପସ୍ଥାପନା: ନିରଞ୍ଜନ ସାହୁ ~ ମୁଁ ଓଡ଼ିଆ ଜାତିକୁ କାହିଁକି ଭଲପାଏ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ କେବଳ ଜଣେ ସଫଳ କାବ୍ୟ ସ୍ରଷ୍ଟା ନୁହନ୍ତି । ଓଡ଼ିଆ ସାହିତ୍ୟରେ ବିବିଧ ବିଭାଗରେ ଲେଖନୀ ଚାଳନା କରି ସାର୍ଥକତା ଲାଭ କରିଥିବା ଜଣେ ସୁପରିଚିତ ଓ ସୁପ୍ରତିଷ୍ଟିତ ଲେଖକ ଆମର ସର୍ବପୂଜ୍ୟ ଭାବରେ ବିଦିତ…

ଲେଖା: ନିରଞ୍ଜନ ସାହୁ ~ ବିଶ୍ଵପ୍ରସିଦ୍ଧ ମହିମା ଗାଦି ଓ ଯୋରନ୍ଦା ମେଳା ~ ମଳୟ ଶିଖରୀ ଶିରୀ ଚୋରି କରି ବସିଲାଣି ମନ୍ଦ ସମୀର ସୁମନାକୁ ବାସ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର । କେଶର କେଶରେ ହେଲାଣି ମଞ୍ଜୁଳ କେଶରେ ମଣ୍ଡନ କରିବା ଭଳିରେ ଫୁଟିଲାଣି କେତେ ବଞ୍ଜୁଳ । (ଲାବଣ୍ୟବତୀ/କବିସମ୍ରାଟ/ବସନ୍ତ…

ଲେଖା: ନିରଞ୍ଜନ ସାହୁ ~ ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ~ ଇତିହାସ ଏକ ନିରବଚ୍ଛିନ୍ନ ଘଟଣା ପ୍ରବାହର ବର୍ଣ୍ଣନା । ଜାତି ପରେ ଜାତି, ବଂଶ ପରେ ବଂଶ ଓ ବ୍ୟକ୍ତି ପରେ ବ୍ୟକ୍ତିର କ୍ରମନ୍ଵୟତା ଓ ଘଟଣାର ଆବୃତ୍ତି, ପୁନରାବୃତ୍ତି ମଧ୍ୟରେ ସତ୍ୟ ଓ ପ୍ରାମାଣିକତା ହିଁ ଇତିହାସ । ଯୁଗ କ୍ରମରେ,…

ଲେଖା: ଦେଵ ତ୍ରିପାଠୀ ~ ତୀର୍ଥମଠ ~ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରାର ପ୍ରାଥମିକ ରୂପରେଖ ପ୍ରସ୍ତୁତି ସମୟରେ #ଜଗତସିଂହପୁର ଜିଲ୍ଲାର ଐତିହ୍ୟସ୍ଥଳୀ ଗୁଡ଼ିକର ତାଲିକା ପ୍ରସ୍ତୁତି ପାଇଁ ଯେତେବେଳେ ସେଠାକାର ବନ୍ଧୁମାନଙ୍କୁ ଜିଜ୍ଞାସା କଲି, ସେମାନଙ୍କର କୁଣ୍ଠିତ ତଥା ନକରାତ୍ମକ ଉତ୍ତରରେ ବିସ୍ମିତ ହୋଇ ନ ଥିଲି ଆଦୌ ! ମନେ ପଡ଼ୁଥିଲା, #କଥାଶିଳ୍ପୀ…

ଲେଖା: ନିରଞ୍ଜନ ସାହୁ ~ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ~ ସମ୍ମାନୀୟା, ପୂଜ୍ୟା ମା’ ମୋର ! ଆପଣଙ୍କ ହାତରେ ନଥିଲା ବୀଣା, ପୁସ୍ତକ ନଥିଲା ଅପର ହସ୍ତରେ । ହେ ଭଗବତୀ ଭାରତୀ ! କୌଣସି ମଣ୍ଡପରେ ସ୍ଥାନିତ ହୋଇ ନା ପାଇଥିଲେ ଆପଣ ପୂଜାର୍ଚ୍ଚନା, ନା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାର୍ଷିକ…

ଲେଖା: ନିରଞ୍ଜନ ସାହୁ ~ ଅଭିମନ୍ୟୁ ସାମନ୍ତସିଂହାର ~ ଓଡ଼ିଆ ସାହିତ୍ୟରେ ରୀତି ଯୁଗର ଅଳଙ୍କାରିକ କବିମାନଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଵୀକୃତ ଅଭିମନ୍ୟୁ ସାମନ୍ତସିଂହାର । ଭାରତୀୟ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ସମାଲୋଚକ ଡ. ବି.ସି.ମଜୁମଦାରଙ୍କ ମୂଲ୍ୟାଙ୍କନ ଥିଲା ଏହିପରି – “In the matters of rhetorical composition he excels…

ଲେଖା: ଅମ୍ବିକା ପଟ୍ଟନାୟକ ~ ମାଟିର ମହାକବି ଆଦିକବି ଶୁଦ୍ରମୁନି ସାରଳା ଦାସ ~ ୧. ଦୁର୍ଗତିନାଶିନୀ ମା’ ଦୁର୍ଗା ମହିଷାସୁର ସହ ଯୁଦ୍ଧରେ ବ୍ୟାପ୍ରୁତା l ଭୟଙ୍କର ସମର ଚାଲିଛି l ଦେବୀଙ୍କ ସମସ୍ତ କଳ କୌଶଳ ବ୍ୟର୍ଥ l ମହିଷାସୁର ତଥାପି ଅପରାଜିତ l ଦେବୀ ଦୁର୍ଗା ଉପାୟ ଚିନ୍ତା କରୁଛନ୍ତି l…

ଲେଖା: ନିରଞ୍ଜନ ସାହୁ ~ ଭଗବତୀ ଚରଣ ପାଣିଗ୍ରାହୀ ~ ୧୯୧୭ ମସିହା ପରେ ପରେ ଅର୍ଥାତ୍ ସୋଭିଏତ ଋଷର ଅକ୍ଟୋବର ବିପ୍ଳବର ପୃଷ୍ଠଭୂମି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟର ସୂତ୍ରପାତ ହୁଏ ସମଗ୍ର ବିଶ୍ଵରେ । ବିଶ୍ୱବାସୀଙ୍କ ମନରେ ସୃଷ୍ଟି କରାଏ ନୂତନ ପ୍ରତ୍ୟୟ, ଆଶା ଓ ଆଶ୍ଵାସନା । ମୁକ୍ତି, ସ୍ଵାଧୀନତା ଓ…

ଲେଖା: ଅମ୍ବିକା ପଟ୍ଟନାୟକ ~ ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡା :ଅନାଲୋଚିତ ଗାଳ୍ପିକ/ରାଜନୀତିଜ୍ଞ ~ ଜ୍ୟୋତ୍ସ୍ନା ବିଧୌତ ଗଭୀର ଶାରଦୀୟ ରଜନୀ l ଅଭେଦ୍ୟ ଗୁରୁ ନିସ୍ତବ୍ଧତା l ସବିରାମ ମନ୍ଦ ସମୀରଣରେ ନିଶି ପୁଷ୍ପର ଆକୁଳ ପରିମଳ l ରାଜ ପ୍ରାସାଦ ସଂଲଗ୍ନ ପ୍ରମୋଦ ଉଦ୍ୟାନ l ପାରିଧିକ୍ଲାନ୍ତ ମହାରାଜା ଆରାମଦାୟକ ଏକ ବେତ୍ରାସନରେ ବିଜେ କରିଚନ୍ତି l…