Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମକୁ ଯେ ଋଦ୍ଧିମନ୍ତ କରିଥିଲା; ତାହାର ଅସଂଖ୍ୟ ପ୍ରମାଣ ଏବେ ଦୃଶ୍ୟମାନ ସତ ! କିନ୍ତୁ…

~ ଶ୍ରୀବତ୍ସ ପଣ୍ଡା ~ ଲେଖା: ଅମୃତେଶ ଖଟୁଆ “ଅଜ୍ଞ ସାଧାରଣ ନିନ୍ଦାକୁ ନ ଡ଼ରି, ପାଆନ୍ତୁ ସଂସ୍କାର କରି ସତ୍ବର, କେହି ମୂଢ଼ମତି କଲେ ହେଁ ଆପତ୍ତି ଅବଶ୍ୟ ସହାୟ ହେବେ ଈଶ୍ୱର।” ସେଦିନ ମହୋଦୟ ଆନ୍ଧ୍ରପ୍ରଦେଶର ସବରେଜିଷ୍ଟ୍ରାର ଥିବାବେଳେ ସେଠି ଜଣେ ଉତ୍କଳୀୟ ବ୍ରାହ୍ମଣ ବାଳବିଧବାର ପୁନର୍ବିବାହ କରାଇଥିଲେ । ଏଥି ସକାଶେ…

ଅକୁହା କଥା ସୌରଭିତ ସୃଷ୍ଟି: ସନ୍ତୋଷ ପଟ୍ଟନାୟକ କବି ସନ୍ତୋଷ ପଟ୍ଟନାୟକ I ଆମ ସମୟର ଜଣେ ଉଦୀୟମାନ କବି, ତାଙ୍କରି ମନର ବେଦନା ଉତ୍କଳ ମାଟିକୁ ନେଇ ଅକୁହା କଥା କବିତାରେ . . କା’ ଆଗେ କହିବି ଅକୁହା ବେଦନା କିଏ ବା ଶୁଣିବ ଏବେ ମାତୃଭୂମି ଆଉ ମାତୃଭାଷା ପାଇଁ କବି ଗାଉନାହିଁ…

~ ବାସୁଦେବ ସୁଢ଼ଳଦେବ ~ ଲେଖା: ନିରଞ୍ଜନ ସାହୁ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ, କିଏ ଛଳକପଟରେ, ଆଉ କିଏ ବା ବିଧିପ୍ରେରିତ ! ବାମଣ୍ଡା ରାଜା ବ୍ରଜସୁନ୍ଦର ଦେଵ ଥିଲେ ଅପୁତ୍ରିକ। ତେଣୁ ଗ୍ରହଣ କରିନେଲେ ବାସୁଦେବଙ୍କୁ ପୋଷ୍ୟପୁତ୍ର ଭାବରେ ସାନଭାଇ ହରିହର ବଡ଼କୁଅଁରଙ୍କ ଠାରୁ ।…

ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ ~ ନରୋତ୍ତମ ସୁଢ଼ଳଦେବ ~ ସୁଢ଼ଳ ଗ୍ରନ୍ଥାବଳୀର ଏକ ଭୂମିକା ଲେଖିଦେବା ପାଇଁ ଅନୁରୁଦ୍ଧ ହୋଇ ମୁଁ ବାମଣ୍ଡାର ବର୍ତ୍ତମାନ ରାଜା ଶ୍ରୀ ଭାନୁଗଙ୍ଗ ଦେବଙ୍କ ନିକଟରେ କୃତଜ୍ଞ ଅନୁଭବ କରୁଛି। କାରଣ ସର୍ ସୁଢ଼ଳଦେବଙ୍କ ପରି ଅଲୌକିକ ପ୍ରତିଭାବନ୍ତ ନରୋତ୍ତମଙ୍କ ଜୀବନୀ ଓ ଚରିତ୍ର ଆଲୋଚନା କଲେ…

ଲେଖା: ଅମ୍ବିକା ପଟ୍ଟନାୟକ ~ ପ୍ରତିଭା ବିନୋଦ କୃପାମୟ ଦେବ ଗଜପତି ~ ବୃହତ ଖେମଣ୍ଡି ପତି ଦେବ କୃପାମୟ ସତେ ସତେ ନୃପ ତୁମେ ଅଟ କୃପାମୟ l ଦାନ ଧର୍ମ ଦେଶୋନ୍ନତି ସାହିତ୍ୟ ସେବାରେ ନିଯୁକ୍ତ ସତତ ତୁମେ ସାଧୁ ବ୍ୟବହାରରେ l କବି ପଣ୍ଡିତଙ୍କ ତୁମେ ମହତ ଆଶ୍ରୟ ଏ…

~ ଭୀମଭୋଇ ଓ ଗୋପବନ୍ଧୁ: ଦୁଇ କବିମନୀଷୀଙ୍କ ଦୃଷ୍ଟି ଓ ଦର୍ଶନ ~ ଲେଖା: ଅଧ୍ୟାପକ ବିଶ୍ଵରଞ୍ଜନ ଓଡ଼ିଶାର ମାଟିରେ ଏଭଳି ଦୁଇ କବି ମନୀଷୀଙ୍କର ଆବିର୍ଭାବ ଘଟିଥିଲା, ଯେଉଁମାନଙ୍କର ବ୍ୟକ୍ତି ଜୀବନ ଉତ୍ତରିତ ହୋଇଥିଲା ବିଶ୍ଵଜୀବନକୁ । ଏହି ଦୁଇ ମହାତ୍ମା ନିଜର ଦୃଷ୍ଟି ଓ ସୃଷ୍ଟି ମାଧ୍ୟମରେ ମାନବିକତାର ଯେଉଁ ମହାମନ୍ତ୍ର ଗାନ କରିଥିଲେ,…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶ୍ରୀ ଦୁର୍ଗାମାଧବ ମନ୍ଦିର ~ देवि प्रपन्नार्तिहरे प्रसीद प्रसीद मातर्जगतोखिलस्य। प्रसीद विश्वेश्वरि पाहि विश्वं त्वमीश्वरी देवि चराचरस्य॥ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l…

~ ଉପକଣ୍ଠର କଟକ: ପୁରୁଷୋତ୍ତମପୁର ~ ଲେଖା: ଅମୃତେଶ ଖଟୁଆ ମେଘସୁନ୍ଦର ଶ୍ରାବଣର ଘନଭୂରୁ ତଳେ ଅଳସ ଭାଙ୍ଗିଲାଣି ଭୋଦୁଅର ସକାଳ । ପ୍ରକୃତିସ୍ଥ ପ୍ରଭାତରେ ସଜାଗ ପ୍ରଶାନ୍ତିକୁ ପାଥେୟ କରି ନିରନ୍ତର ଶାନ୍ତିକାମୀ ମଣିଷ ଓ କଲ୍ୟାଣକାମୀ ଜୀବଜଗତର ଚେତନାରେ ଅଫୁରନ୍ତ ଉଚ୍ଛ୍ଵାସର ଆବାହନ । ସକାଳର ପୂର୍ବସ୍ମୃତିରେ ଗତରାତିରୁ ହିଁ ସେହି ଅପେକ୍ଷାରତ…

~ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ~ ଲେଖା: ଅମୃତେଶ ଖଟୁଆ ଜଣେ ଅଜସ୍ରସ୍ରାବୀ ସଦାଧ୍ୟାୟୀ ପ୍ରାବନ୍ଧିକ ଓ ସାହିତ୍ୟିକ ରୂପେ ତାଙ୍କର ସର୍ଜନଶୀଳତା ଅପରିମିତ। ସ୍ଵାଧୀନୋତ୍ତର ଓଡିଶାରେ ଓଡିଶାର ସଂସ୍କୃତି ଓ ଇତିହାସ ସମେତ ଜଗନ୍ନାଥ ତତ୍ତ୍ଵ, ଜୀବନୀ ସାହିତ୍ୟରେ ସୁପ୍ରଚୁର କୃତୀତ୍ଵ ଛାଡି ଯାଇଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ। ଏକାଧାରରେ ସେ ଥିଲେ ଜଣେ…