Search Results for ଉତ୍କଳ ସାହିତ୍ୟ

କୃପାମୟ ଦେବ

ଲେଖା: ଅମ୍ବିକା ପଟ୍ଟନାୟକ   ~ ପ୍ରତିଭା ବିନୋଦ କୃପାମୟ ଦେବ ଗଜପତି ~ ବୃହତ ଖେମଣ୍ଡି ପତି ଦେବ କୃପାମୟ ସତେ ସତେ ନୃପ ତୁମେ ଅଟ କୃପାମୟ l ଦାନ ଧର୍ମ ଦେଶୋନ୍ନତି ସାହିତ୍ୟ ସେବାରେ ନିଯୁକ୍ତ ସତତ ତୁମେ ସାଧୁ ବ୍ୟବହାରରେ l କବି ପଣ୍ଡିତଙ୍କ ତୁମେ ମହତ ଆଶ୍ରୟ ଏ…

ଭୀମଭୋଇ ଓ ଗୋପବନ୍ଧୁ

~ ଭୀମଭୋଇ ଓ ଗୋପବନ୍ଧୁ: ଦୁଇ କବିମନୀଷୀଙ୍କ ଦୃଷ୍ଟି ଓ ଦର୍ଶନ ~ ଲେଖା: ଅଧ୍ୟାପକ ବିଶ୍ଵରଞ୍ଜନ ଓଡ଼ିଶାର ମାଟିରେ ଏଭଳି ଦୁଇ କବି ମନୀଷୀଙ୍କର ଆବିର୍ଭାବ ଘଟିଥିଲା, ଯେଉଁମାନଙ୍କର ବ୍ୟକ୍ତି ଜୀବନ ଉତ୍ତରିତ ହୋଇଥିଲା ବିଶ୍ଵଜୀବନକୁ । ଏହି ଦୁଇ ମହାତ୍ମା ନିଜର ଦୃଷ୍ଟି ଓ ସୃଷ୍ଟି ମାଧ୍ୟମରେ ମାନବିକତାର ଯେଉଁ ମହାମନ୍ତ୍ର ଗାନ କରିଥିଲେ,…

ଦୁର୍ଗାମାଧବ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶ୍ରୀ ଦୁର୍ଗାମାଧବ ମନ୍ଦିର ~ देवि प्रपन्नार्तिहरे प्रसीद प्रसीद मातर्जगतोखिलस्य। प्रसीद विश्वेश्वरि पाहि विश्वं त्वमीश्वरी देवि चराचरस्य॥ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l…

ପୁରୁଷୋତ୍ତମପୁର

~ ଉପକଣ୍ଠର କଟକ: ପୁରୁଷୋତ୍ତମପୁର ~ ଲେଖା: ଅମୃତେଶ ଖଟୁଆ ମେଘସୁନ୍ଦର ଶ୍ରାବଣର ଘନଭୂରୁ ତଳେ ଅଳସ ଭାଙ୍ଗିଲାଣି ଭୋଦୁଅର ସକାଳ । ପ୍ରକୃତିସ୍ଥ ପ୍ରଭାତରେ ସଜାଗ ପ୍ରଶାନ୍ତିକୁ ପାଥେୟ କରି ନିରନ୍ତର ଶାନ୍ତିକାମୀ ମଣିଷ ଓ କଲ୍ୟାଣକାମୀ ଜୀବଜଗତର ଚେତନାରେ ଅଫୁରନ୍ତ ଉଚ୍ଛ୍ଵାସର ଆବାହନ । ସକାଳର ପୂର୍ବସ୍ମୃତିରେ ଗତରାତିରୁ ହିଁ ସେହି ଅପେକ୍ଷାରତ…

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ

~ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ~ ଲେଖା:  ଅମୃତେଶ ଖଟୁଆ ଜଣେ ଅଜସ୍ରସ୍ରାବୀ ସଦାଧ୍ୟାୟୀ ପ୍ରାବନ୍ଧିକ ଓ ସାହିତ୍ୟିକ ରୂପେ ତାଙ୍କର ସର୍ଜନଶୀଳତା ଅପରିମିତ। ସ୍ଵାଧୀନୋତ୍ତର ଓଡିଶାରେ ଓଡିଶାର ସଂସ୍କୃତି ଓ ଇତିହାସ ସମେତ ଜଗନ୍ନାଥ ତତ୍ତ୍ଵ, ଜୀବନୀ ସାହିତ୍ୟରେ ସୁପ୍ରଚୁର କୃତୀତ୍ଵ ଛାଡି ଯାଇଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ। ଏକାଧାରରେ ସେ ଥିଲେ ଜଣେ…

ଶ୍ରୀରାମନାଥ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ    ~ ଶ୍ରୀରାମନାଥ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ…

ପ୍ରଫୁଲ୍ଲ ଦାସ

~ ମାଟିର ମଲାଟ ତଳେ ସାଧନା: ପ୍ରଫୁଲ୍ଲ ଦାସ ~ ଲେଖା: ଅମୃତେଶ ଖଟୁଆ “ସେମାନଙ୍କ (ହରିଜନ) ସହ ନିଜେ ନବକୃଷ୍ଣ ତାଳପତ୍ର ଟୋପର ମୁଣ୍ଡରେ ଦେଇ ପାଇକଛା ଭିଡି କୋଡି ଧରି ମାଟି ହାଣିଲେ ଓ ମାଳତୀ ମଧ୍ୟ ଶାଢି କାନିକୁ ଅଣ୍ଟାରେ ଭିଡି ତାଙ୍କ ପଛେ ପଛେ ଘାସ ବାଛି ଚାଲନ୍ତି ।…

କହଇ ଦାସ ଜଗନ୍ନାଥ

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

ଓଡ଼ିଆ ଲିପି

ଲେଖା: ତେଜସ୍ବ ତ୍ରିପାଠୀ ~ ଓଡ଼ିଆ ଲିପି ~ ଭାଷା ଓ ଲିପି ପରସ୍ପରର ପରିପୂରକ l ମାନବ ସଭ୍ୟତାର ଇତିହାସ ରେ ଲିପି ବା ଅକ୍ଷର ଏକ ମହତ୍ୱ ପୂର୍ଣ୍ଣ ଅବଦାନ l ମନୁଷ୍ୟର ମୁଖ ନିସୃତ ବାଣୀକୁ ଚିର କାଳ ଧରି ଅକ୍ଷୟ ରଖିବା ପାଇଁ ଲିପିର ସୃଷ୍ଟି l ମନୁଷ୍ୟ ସଭ୍ୟତାର…

ସାମନ୍ତ ଚନ୍ଦ୍ରଶେଖର

ଲେଖା: ତେଜସ୍ବ ତ୍ରିପାଠୀ ~ ସାମନ୍ତ ଚନ୍ଦ୍ରଶେଖର ~ ଯେଉଁ ଧିର ଧୀମନ୍ତ ମଣ୍ଡଳୀଙ୍କୁ ଧାରଣ କରି ଏ ଧରିତ୍ରୀ ଧନ୍ୟ ହୋଇଛି, ସେମାନଙ୍କ ମଧ୍ୟରେ ସିଦ୍ଧାନ୍ତ ଦର୍ପଣ ସ୍ରଷ୍ଟା ସାମନ୍ତ ଚନ୍ଦ୍ରଶେଖର ଅନ୍ୟତମ l ପିତା ଶ୍ୟାମବନ୍ଧୁ ସିଂହ ଓ ମାତା ବିଷ୍ଣୁମାଳୀ ଦେବୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଥିଲେ ସେ l ୧୮୩୫…