ଲେଖା: ନିରଞ୍ଜନ ସାହୁ

“ଚରମ ପତ୍ର ଦେଲି ଭଗବାନ
ଚରମ ପତ୍ର ଘେନ ! ଆଗାମୀ ଚବିଶ ଘଣ୍ଟା ଭିତରେ ,
ଆଗାମୀ କାଲିର ଏଇ ପ୍ରଭାତରେ
ଖାଲି କର ତମେ ଗୋଲକ ସିଂହାସନ
ଘେନ ଭଗବାନ, ଚରମ ପତ୍ର ଘେନ ।

ସୂର୍ଯ୍ୟର ମେରୁଦଣ୍ଡ ଉପାଡ଼ି
ଈଶ୍ୱର ଶିରେ ପିଟି
ଉଠିବି ସେଦିନ ସୌର ସିଡି ରେ
ଉଲ୍କାର ଫୁଲ ଫୁଟି।”

ଭଗବାନଙ୍କୁ ଚରମପତ୍ର ଦେବା କବି। ସେହି ଭଗବାନଙ୍କର ଚରମପତ୍ର ପାଇ ସେ ବୈକୁଣ୍ଠ ଲୋକକୁ ଯାତ୍ରା କରିଛନ୍ତି ୨୦୨୦ ମସିହା ଫେବୃଆରୀ ୨ ତାରିଖରେ ।

କବି ରବି ସିଂ, ଓଡ଼ିଆ ସାହିତ୍ୟର ଯଶଶ୍ୱୀ ଏବଂ ବିପ୍ଳବୀ କବି। ପଥପ୍ରାନ୍ତର କବିତା, ଚରମପତ୍ର, ଲାଲ ପାଗୋଡାର ପ୍ରେତ, ଭ୍ରୂକୁଟୀ, ବିଦୀର୍ଣ୍ଣ, ଅପ୍ରତିକର କବିତା, ଜ୍ଵଳାର ମାଳା, କ୍ଷତ, ବିଷବାଣୀ, ଦୁର୍ଗମଗିରି, ଝଡ, ବନ୍ୟା, ସର୍ବହରା, ଅନ୍ୟାୟର ଚର୍ଯ୍ୟାପଦ ଇତ୍ୟାଦି କାବ୍ୟର କବି, କବି ରବି ସିଂ। ଅନ୍ଧକାରର ସଙ୍ଗୀତ, ବିରସ କଷଣି, ନାୟକ ଆମ ସମୟର, ବୋତଲ ଭୁତ, ପୂର୍ବକ୍ଷଣ ଇତ୍ୟାଦି ପୁସ୍ତକର ଅନୁବାଦକ କବି ରବି ସିଂ।

ଅତିବଡି ଜଗନ୍ନାଥ ଦାସ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଝଙ୍କାର ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ସମ୍ମାନପ୍ରାପ୍ତ କବି ରବି ସିଂ।

ଓଡ଼ିଆ ସାହିତ୍ୟର Vladimir Mayakovsky କବି ରବି ସିଂ। ବୈପ୍ଳବିକ ଓ ବାମପନ୍ଥୀ ଚିନ୍ତାଧାରାର ସୁପରିଚିତ ସଂଗ୍ରାମୀ, କବି ରବି ସିଂ।

ଏ କବିତାର ସ୍ରୋତରେ କିନ୍ତୁ ସେଦିନ ପଡ଼ିଗଲା ପୂର୍ଣ୍ଣଛେଦ। ପ୍ରଗତିଶୀଳତାର ଭାବ ଓ ସମାଜର ଧରାବନ୍ଧା ନୀତି ନିୟମ ପ୍ରତି ବିଦ୍ରୋହୀ ନିସଙ୍ଗ ପଦାତିକ ରବି ସିଂ ସତରେ ଚାଲିଗଲେ ଆମକୁ ନିସଙ୍ଗ କରିଦେଇ । ଉତ୍କଳ ଭାରତୀ ହରେଇଦେଲେ ତାଙ୍କ ବିଦ୍ରୋହୀ ପୁଅକୁ।

ସମଗ୍ର ଓଡ଼ିଶାବାସୀଙ୍କ ତରଫରୁ ଅନ୍ତରଙ୍ଗ କଳିଙ୍ଗ ଏହି ମହାନ କବିଙ୍କୁ ଦଣ୍ଡବତ କରୁଛି।

© Niranjan Sahu

Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

6 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 week ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

1 week ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago