~ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା ~
ଲେଖା: ଅମୃତେଶ ଖଟୁଆ
ଏପ୍ରିଲ ୧, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ଜନ୍ମଦିନ। ହେଲେ ଆଉ ଜଣେ ମହୀୟାନ ବୈଜ୍ଞାନିକ, ଯିଏକି ଓଡ଼ିଆ ମାଟିରୁ ବିଶ୍ଵସ୍ତରକୁ ନିଜ ଅଭୂତପୂର୍ବ ବୈଜ୍ଞାନିକ ସିଦ୍ଧାନ୍ତ ବଳରେ ଜ୍ଞାନର ଅନୁପମ ଶ୍ରେଣୀକୁ ଆରୋହଣ କରି ନିଜ ବିଦବତ୍ତାର ପରିଚୟ ଦେଇଥିଲେ। ଏଇ ମହାନ ଦିବସଟି ମଧ୍ୟ ଡ. ପ୍ରାଣକୃଷ୍ଣ ପରିଜାଙ୍କ ଜନ୍ମଦିନ।
ସାଧାରଣତଃ, ବର୍ତ୍ତମାନ ଯୁଗରେ ରାଜନୀତି ମଧ୍ୟରେ ବୈଜ୍ଞାନିକମାନଙ୍କ ପରି ବ୍ୟକ୍ତିବିଶେଷଙ୍କ ଅଂଶଗ୍ରହଣ ଖୁବ ନ୍ୟୂନ। ହେଲେ, ଆମ ଓଡିଶାର ପ୍ରଥମ ନିର୍ବାଚନୀ ଇତିହାସରେ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା କୌଣସି ମନୋନୀତ ସଭ୍ଯ ଅଥବା ରାଜନୈତିକ ଦଳର ପୃଷ୍ଠପୋଷକତା କରି ନିର୍ବାଚିତ ନ ହୋଇ ବରଂ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ନିର୍ଦ୍ଦଳୀୟ ନିର୍ବାଚିତ ହୋଇଥିଲେ।
ବିଧାନସଭାରେ ସେ କଟକ ସହରର ଉନ୍ନତି ପାଇଁ ଗୋଟିଏ ବେସରକାରୀ ବିଲ୍ ଉପସ୍ଥାପନ କରି ଏହି ସର୍ବପୁରାତନ ସହରର ଯଥୋଚିତ ଉନ୍ନତିକଳ୍ପେ ଧ୍ୟାନ ପ୍ରଦାନ କରିଥିଲେ। ଏଥି ସହ ନିଜ ନିର୍ବାଚନୀ ବ୍ୟୟକୁ ତତ୍କାଳୀନ ନିୟମାନୁସାରେ ୭ ହଜାର ଟଙ୍କାରୁ କମ୍ ରଖି ସେ ସମଗ୍ର ଭାରତବର୍ଷରେ ବେଶ ପ୍ରଶସ୍ତି ଲାଭ କରିବାର ସହ ଓଡ଼ିଶା ସରକାରଙ୍କ ଦ୍ଵାରା ଗଠିତ ନିଶା ନିବାରଣ କମିଟିରେ ପ୍ରଫେସର ପରିଜା ଅଧ୍ୟକ୍ଷ ରୂପେ କାର୍ଯ୍ୟ କରି ବହୁ ଉପାଦେୟ ଓ ମୂଲ୍ୟବାନ ଗଠନମୂଳକ ପରାମର୍ଶ ପ୍ରଦାନ କରୁଥିଲେ। ୧୯୫୫ରେ ଭାରତ ସରକାରଙ୍କ ଦ୍ଵାରା ପଦ୍ମଭୂଷଣ ଉପାଧି ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା।
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…