~ ପହିଲିଭୋଗ ~
ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ
ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ “ପହିଲିଭୋଗ” ଲାଗି ହୁଏ l ଲୋକବିଶ୍ୱାସ ଅନୁସାରେ ଧନୁସଂକ୍ରାନ୍ତି ଠାରୁ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ମାଆ ମହାଲକ୍ଷ୍ମୀ ପିତ୍ରାଳୟକୁ ଗମନ କରିଥାନ୍ତି l ମାଆ ପିତ୍ରାଳୟ ଯାତ୍ରା କରିଥିବାରୁ ସ୍ନେହମୟୀ ମାଆ ଯଶୋଦା କାଉ କା’ ନ କରିବା ପୂର୍ବରୁ ବିଭିନ୍ନ ସୁମିଷ୍ଟ ପିଷ୍ଟକ ପ୍ରସ୍ତୁତ କରି ନିଜ ଏକୋଇରବଳା ପୁତ୍ରଙ୍କୁ ଭୁଞ୍ଜାଇ ଥାନ୍ତି l ଯାହା ”ପହିଲିଭୋଗ” ନାମରେ ପ୍ରସିଦ୍ଧ l ଏହା ଦ୍ୱାପର କାଳୀନ ଗୋପଲୀଳାର ପରିପ୍ରକାଶ l
ବଡ଼ଝିଲ୍ଲୀ, ଦରସୁଆ, ବଡ଼ି, ଏଣ୍ଡୁରୀ, ଦରସୁଆ ଝିଲ୍ଲୀ, ବଡ଼ବଡ଼ା, କାକେରୀ, ସାନ ଅମାଲୁ, କାକରା, ଆରିସା, ମୁଗେଇ, ଝଡ଼େଇନେଦା, ଲଡ଼ୁ, ଗଜା, ଗଇଁଠା, ଖଇରଚୂଳ, ମଣ୍ଡା, ଛତୁ, ଚୁଡ଼ାପୁଆ, କଣ୍ଟେଇ, ନଳୀ ଇତ୍ୟାଦି ସୁମିଷ୍ଟ ଭୋଗ ପହିଲି ଭୋଗରେ ଆମ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ l
ଚିତ୍ର ସୌଜନ୍ୟ :- Durgamadhab Mohanty
Pahilibhoga Makar Sankranti Dhanu Sankranti Ayusman Arya
Spread the love
Antaranga Kalinga

Share
Published by
Antaranga Kalinga
Tags: Pahilibhoga

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago