ପହିଲିଭୋଗ

~ ପହିଲିଭୋଗ ~
ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ
ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ “ପହିଲିଭୋଗ” ଲାଗି ହୁଏ l ଲୋକବିଶ୍ୱାସ ଅନୁସାରେ ଧନୁସଂକ୍ରାନ୍ତି ଠାରୁ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ମାଆ ମହାଲକ୍ଷ୍ମୀ ପିତ୍ରାଳୟକୁ ଗମନ କରିଥାନ୍ତି l ମାଆ ପିତ୍ରାଳୟ ଯାତ୍ରା କରିଥିବାରୁ ସ୍ନେହମୟୀ ମାଆ ଯଶୋଦା କାଉ କା’ ନ କରିବା ପୂର୍ବରୁ ବିଭିନ୍ନ ସୁମିଷ୍ଟ ପିଷ୍ଟକ ପ୍ରସ୍ତୁତ କରି ନିଜ ଏକୋଇରବଳା ପୁତ୍ରଙ୍କୁ ଭୁଞ୍ଜାଇ ଥାନ୍ତି l ଯାହା ”ପହିଲିଭୋଗ” ନାମରେ ପ୍ରସିଦ୍ଧ l ଏହା ଦ୍ୱାପର କାଳୀନ ଗୋପଲୀଳାର ପରିପ୍ରକାଶ l
 
ବଡ଼ଝିଲ୍ଲୀ, ଦରସୁଆ, ବଡ଼ି, ଏଣ୍ଡୁରୀ, ଦରସୁଆ ଝିଲ୍ଲୀ, ବଡ଼ବଡ଼ା, କାକେରୀ, ସାନ ଅମାଲୁ, କାକରା, ଆରିସା, ମୁଗେଇ, ଝଡ଼େଇନେଦା, ଲଡ଼ୁ, ଗଜା, ଗଇଁଠା, ଖଇରଚୂଳ, ମଣ୍ଡା, ଛତୁ, ଚୁଡ଼ାପୁଆ, କଣ୍ଟେଇ, ନଳୀ ଇତ୍ୟାଦି ସୁମିଷ୍ଟ ଭୋଗ ପହିଲି ଭୋଗରେ ଆମ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ l
ଚିତ୍ର ସୌଜନ୍ୟ :- Durgamadhab Mohanty
Pahilibhoga Makar Sankranti Dhanu Sankranti Ayusman Arya
Spread the love

Leave a Reply

Your email address will not be published. Required fields are marked *