Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅମ୍ବିକା ପଟ୍ଟନାୟକ ~ କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁ ମହାପାତ୍ର ~ 1. ସରସ ଶ୍ରୀହର୍ଷାଦି ମହାକବି ମାନେ ବିହରିଲେ ମହୋନ୍ନତ କବନ ବିମାନେ, ସେ ବିମାନେ ତେଜି ସେ ବିମାନ ଅନାତପ କଲି ଚନ୍ଦ୍ରକଳା ଗ୍ରନ୍ଥାରମ୍ଭ ସଙ୍କଳପ (ନମ୍ରତା ଓ ଶାଳୀନତାର ପରିଚୟ) 2. ରଞ୍ଜି ନାୟକ ରଙ୍ଗେ ଚୋପଦାର ଖଞ୍ଜିଲେ ହେଲେ…

ଲେଖା: ନିରଞ୍ଜନ ସାହୁ ~ ବିଶ୍ଵପ୍ରସିଦ୍ଧ ମହିମା ଗାଦି ଓ ଯୋରନ୍ଦା ମେଳା ~ ମଳୟ ଶିଖରୀ ଶିରୀ ଚୋରି କରି ବସିଲାଣି ମନ୍ଦ ସମୀର ସୁମନାକୁ ବାସ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର । କେଶର କେଶରେ ହେଲାଣି ମଞ୍ଜୁଳ କେଶରେ ମଣ୍ଡନ କରିବା ଭଳିରେ ଫୁଟିଲାଣି କେତେ ବଞ୍ଜୁଳ । (ଲାବଣ୍ୟବତୀ/କବିସମ୍ରାଟ/ବସନ୍ତ…

ଲେଖା: ନିରଞ୍ଜନ ସାହୁ ~ ଅଭିମନ୍ୟୁ ସାମନ୍ତସିଂହାର ~ ଓଡ଼ିଆ ସାହିତ୍ୟରେ ରୀତି ଯୁଗର ଅଳଙ୍କାରିକ କବିମାନଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଵୀକୃତ ଅଭିମନ୍ୟୁ ସାମନ୍ତସିଂହାର । ଭାରତୀୟ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ସମାଲୋଚକ ଡ. ବି.ସି.ମଜୁମଦାରଙ୍କ ମୂଲ୍ୟାଙ୍କନ ଥିଲା ଏହିପରି – “In the matters of rhetorical composition he excels…

ଲେଖା: ନିରଞ୍ଜନ ସାହୁ କଥାରେ ଅଛି, “ଆଳୁ ଖୋଳୁ ଖୋଳୁ ମହାଦେବ !” ମନରେ ଆଶା ବାନ୍ଧିଥିବା ଗୋଟିଏ କ୍ଷୁଦ୍ରାତିକ୍ଷୁଦ୍ର ବସ୍ତୁ ପାଇଁ ଶ୍ରମ କରିବା ବେଳକୁ ତା’ଠାରୁ ଅନେକ କିଛି ଅଧିକ ମିଳିଗଲେ ଆଶା ଆଉଟିକେ ବଢ଼େ, ସମ୍ଭାବନା ଦୁଇ ଗୁଣ ହୋଇଯାଏ ଏବଂ ମହାନନ୍ଦ ଭରିଯାଏ ମନରେ । ଏବେ ଟିକେ ଆସନ୍ତୁ…

ଲେଖା: ଅମ୍ବିକା ପଟ୍ଟନାୟକ ଲୋକସଭା ନିର୍ବାଚନର ଦାମାମା ବାଜୁଥବା ବେଳେ ନିର୍ଲିପ୍ତ ଭାବେ ସେଇ ପ୍ରାର୍ଥୀ ଏକ ଗଳ୍ପ ଲେଖି ଶ୍ରୀ ମନୋଜ ଦାସଙ୍କୁ କହି ପାରନ୍ତି “ଆପଣ ଥିଲେ ବୋଲି ଗପଟି ଲେଖି ପାରିଲି !” କେତେଦୂର ସାହିତ୍ୟ ମନସ୍କ ନହେଲେ ଜଣେ ଏଭଳି କରି ପାରିବେ? “ଅନ୍ଧ ଦିଗନ୍ତର ନିଧି ଦାସ ପରି ଚରିତ୍ର ମୁଁ…

ଲେଖା: ନିରଞ୍ଜନ ସାହୁ ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ପରମ୍ପରାର ସଂରକ୍ଷକ ଭାବେ ନିଜକୁ ସମର୍ପିତ କରିଦେଇଥିବା ଓଡ଼ିଆ ମଣିଷ ବିଛନ୍ଦ ଚରଣ ପଟ୍ଟନାୟକ ଏ ଜାତିର ଚିରନମସ୍ୟ । “ଜ୍ଞାନର କି ଆଶ୍ଚର୍ଯ୍ୟ ପ୍ରଭାବ ! ବିଦ୍ୟାର କି ମନୋହର ମୂର୍ତ୍ତି ! ବିଦ୍ୟାହୀନ ମନୁଷ୍ୟ, ମନୁଷ୍ୟ ନୁହେଁ । ବିଦ୍ୟାହୀନର ମନରେ ଗୌରବ…

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହାର କଥା । କଟକରେ ଆୟୋଜିତ ହୋଇଥାଏ କବିସମ୍ରାଟଙ୍କ ଉପରେ ଏକ ଆଲୋଚନା ଚକ୍ର । ସଂଯୋଜକ ଭଞ୍ଜ ଭଗୀରଥ ବିଛନ୍ଦ ପଟ୍ଟନାୟକ, ଅଧ୍ୟକ୍ଷତା ଉତ୍କଳ ସାହିତ୍ୟର ପ୍ରାତଃ ସ୍ମରଣୀୟ ବାଗ୍ମୀ ଗୋପାଳ ପ୍ରହରାଜ, ଆଲୋଚକ ଭାବେ ଯୋଗ ଦେଇଥାନ୍ତି ବହୁ ପ୍ରାବନ୍ଧିକ, ବକ୍ତା । ବିଦଗ୍ଧ ଶ୍ରୋତା ମଣ୍ଡଳୀରେ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଆଜିକାଲି Search ଅର୍ଥଯୁକ୍ତ ଓଡ଼ିଆ ଭାଷାରେ ଅନେକ ଵୈଦେଶିକ ଶବ୍ଦ ଆସି ଚଳୁଅଛି । ଆମ ଭାଷାରେ ଖୋଜିବା ଭଳି ଵୈଦେଶିକ ଶବ୍ଦ ବହୁଳ ଭାବରେ ଵ୍ୟଵହାର ହେଲାଣି। ସେଇଭଳି ହୁଳିଆ, ତଲିସିବା, ସର୍ଚ୍ଚ କରିବା, ତଦାରଖ କରିବା ଆଦି ଵୈଦେଶିକ ଶବ୍ଦ ଊଣା ଅଧିକେ…

~ ଯଦୁମଣି ମହାପାତ୍ର ~ ଲେଖା: ଅମୃତେଶ ଖଟୁଆ ଉତ୍କଳମାଟିରେ ମହମ୍ମଦ ତକି ଖାଁର ଆକ୍ରମଣ ସମୟରେ ତଦାନୀନ୍ତନ ଗଜପତି ରାମଚନ୍ଦ୍ର ଦେବଙ୍କ ପରିବାର ଓ ଓଡିଶାର ସାର୍ବଭୌମାଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସସମ୍ମାନେ ଆଶ୍ରୟ ଦେଇଥିଲେ ଗଞ୍ଜାମର ଆଠଗଡ଼ ରାଜା । ୧୫୪୦ ମସିହାରେ ମହାରାଜା ପ୍ରତାପରୁଦ୍ରଙ୍କ ନିଧନାନ୍ତେ ତାଙ୍କ ସେନାପତି ବେନୁ କ୍ଷତ୍ରିବର ସିଂହଙ୍କ…

ଲେଖା: ରବୀନ୍ଦ୍ର କୁମାର ରଣା ଗଞ୍ଜାମ ଜିଲ୍ଲାର ଭଞ୍ଜନଗରଠାରୁ ୫ କି.ମି. ଦୂରରେ ଅବସ୍ଥିତ କୁଲାଡ଼ଗଡ଼ରେ ଥିବା ବ୍ୟାଘ୍ରଦେବୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଭଞ୍ଜବଂଶୀୟ ରାଜାମାନଙ୍କ ଅନନ୍ୟ କିର୍ତ୍ତୀ । ତେବେ ଏହି ଅଞ୍ଚଳ ଘୁମୁସର ଗଡଜାତ ରାଜ୍ଯ ଭାବେ ଜଣା । ଇଂରେଜମାନଙ୍କ ବିରୋଧରେ ଘୁମୁସରର କନ୍ଧବିଦ୍ରୋହ ମଧ୍ଯ ଇତିହାସ ପ୍ରସିଦ୍ଧ ।…