~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~
ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ
ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l ଜଗତପିତା ନାରାୟଣ (ଜଗନ୍ନାଥ)ଙ୍କ ବାମା l ପ୍ରାଚୀନତମ ଗ୍ରନ୍ଥ ରୁକବେଦର “ଶ୍ରୀସୁକ୍ତ” ମାଆ ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ସମର୍ପିତ l ଅମର ସିଂହଙ୍କ ରଚିତ ଅମରକୋଷରେ ମାଆଙ୍କର ଅନେକ ନାମ ଉଲ୍ଲେଖ ଅଛି ଯଥା ଲକ୍ଷ୍ମୀ ପଦ୍ମାଳୟା ପଦ୍ମା କମଳା ଶ୍ରୀ ହରିପ୍ରିୟା ଇନ୍ଦିରା ଲୋକମାତା ମାଆ କ୍ଷୀରାବ୍ଧିତନୟା ରମା l କେଉଁ ଆବହମାନ କାଳରୁ ଗୁରୁବାର ମାଆ ଲକ୍ଷ୍ମୀଙ୍କ ବାର ଭାବରେ ପରିଚିତ l
ହିନ୍ଦୁମାନଙ୍କର ଚାରିଧାମ ମଧ୍ୟରେ ଶ୍ରେଷ୍ଠଧାମ ଶ୍ରୀକ୍ଷେତ୍ର “ଶ୍ରୀ” ଅର୍ଥାତ ଲକ୍ଷ୍ମୀଙ୍କ ନିବାସ ସ୍ଥଳ ଭାବରେ ପରିଚିତ l ଚତୁର୍ଦ୍ଧl ବିଗ୍ରହଙ୍କ ଘର ଶ୍ରୀମନ୍ଦିର ମଧ୍ୟ ଶ୍ରୀ ଅର୍ଥାତ ଲକ୍ଷ୍ମୀଙ୍କ ମନ୍ଦିର l ଶ୍ରୀମନ୍ଦିରର ସିଂହଦ୍ଵାର ଗୁମୁଟ ଉପରେ ସଂପୂର୍ଣ୍ଣ ଉତ୍କଳୀୟ ଶୈଳୀରେ ନିର୍ମିତ ତୋରଣ ଲକ୍ଷ୍ମୀଙ୍କ ବିଗ୍ରହ ଦର୍ଶନରେ ମନରେ ଭକ୍ତି ଭାବର ଉନ୍ମେଷ ହୁଏ l ଚତୁ୍ଦ୍ଧାମୂର୍ତ୍ତି ବିଜେ ହୋଇଥିବା ରତ୍ନସିଂହାସନରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଶ୍ରୀଦେବୀଙ୍କ ସ୍ଵର୍ଣ୍ଣ ପ୍ରତିମା ପୂଜିତ ହେଉଛନ୍ତି l ଯିଏକି ସ୍ୱୟଂ ମାଆ ଲକ୍ଷ୍ମୀ ଅଟନ୍ତି l ବିଭିନ୍ନ ପର୍ବପର୍ବାଣୀରେ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ମଦନମୋହନ ଭୂଦେବୀଙ୍କ ସହ ସେ ବାହାରକୁ ବିଜେ କରନ୍ତି l
(ରତ୍ନ ସିଂହାସନରେ ମହାପ୍ରଭୁଙ୍କ ସହ ପୂଜିତ ହେଉଥିବା ଶ୍ରୀଦେବୀ ସ୍ଵୟଂ ମାଆ ଲକ୍ଷ୍ମୀଙ୍କ ପ୍ରତିମା ସ୍ଵର୍ଣ୍ଣନିର୍ମିତ)
ମହାପ୍ରଭୁ ଜଗନ୍ନାଥ ଯେପରି ଉତ୍କଳର ରାଜା ଭାବରେ ପରିଚିତ ମାଆ ଲକ୍ଷ୍ମୀ ସେପରି ଶ୍ରୀମନ୍ଦିରର ପାଟ ମହାଦେଇ ଭାବରେ ପରିଚିତ l ଶ୍ରୀମନ୍ଦିରର ପାଟମହାଦେଇଙ୍କ ସ୍ଵତନ୍ତ୍ର ନିବାସ ଶ୍ରୀମନ୍ଦିର ବେଢ଼ାର ବାୟୁକୋଣରେ ଅବସ୍ଥିତ l ମାଆଙ୍କର ପ୍ରଥମ ମନ୍ଦିରଟି ଅଠର ହାତ ଉଚ୍ଚର ଥିଲା ଯାହାକି କେଶରୀ ବଂଶର ରାଜା ଯଯାତୀ କେଶରୀଙ୍କ ଦ୍ଵାରା ନିର୍ମିତ ହେଇଥିଲା ବୋଲି ମାଦଳାପାଞ୍ଜିରୁ ଜଣାଯାଏ l ବର୍ତ୍ତମାନ ମନ୍ଦିରଟି ଗଙ୍ଗ ବଂଶର ରାଜା ଅନଙ୍ଗଭୀମ ଦେବଙ୍କ ଦ୍ଵାରା ଦ୍ଵାଦଶ ଶତାବ୍ଦୀରେ ଶ୍ରୀମନ୍ଦିର ସହ ନିର୍ମିତ ହେଇଥିଲା l ମାଆଙ୍କ ଦେଉଳଟି ଉଚ୍ଚକୋଟୀର କାରୁକାର୍ଯ୍ୟରେ ପରିପୂର୍ଣ୍ଣ l ଦେଉଳଟି ଚାରିଭାଗରେ ବିଭକ୍ତ ଯଥା ବିମାନ ଜଗମୋହନ ନାଟ ମଣ୍ଡପ ଓ ଭୋଗ ମଣ୍ଡପ l ମନ୍ଦିରର ଗର୍ଭଗୃହରେ ଚାରି ଫୁଟ ଉଚ୍ଚତା ବିଶିଷ୍ଟ ମାଆ ଲକ୍ଷ୍ମୀଙ୍କର ବିଗ୍ରହ ଦର୍ଶନରେ ମନରେ ଅନିବର୍ଚନୀୟ ଆନନ୍ଦ ଦେଖାଦିଏ l ମାଆ ଯେ କେତେ ଲାବଣ୍ୟମୟୀ ଓ ସ୍ନେହମୟୀ ତାହା ମାଆଙ୍କର ଶ୍ରୀମୁଖ ଦର୍ଶନ କଲେ ସହଜରେ ହୃଦୟଙ୍ଗମ କରିହୁଏ l ଶ୍ରୀମନ୍ଦିର ବେଢ଼ାର ଥିବା ଅନ୍ୟ କୌଣସି ମନ୍ଦିରରେ ପୂଜିତ ଦେବାଦେବୀଙ୍କ ମୂର୍ତ୍ତିରେ ଏତେ ପ୍ରଶାନ୍ତି, ଏତେ ଆନନ୍ଦର ବିଭା ଫୁଟି ଉଠେନି l ମାଆ ସେ ଦୃଷ୍ଟିରୁ ଅନନ୍ୟା !
(ବେତରେ ତିଆରି ମାଣରେ ଶୁକ୍ଳଧାନ ଭରି ତା’ ଉପରେ ମାଆଙ୍କ ପୂଜାର ତିନୋଟି ଗୁଆ ସ୍ଥାପନ କରିବାର
ବିଧି ପ୍ରଚଳିତ, ଯେଉଁ ଘରେ ନୂତନ ଭାବରେ ଏହି ଓଷା ପାଳିତ ହୁଏ ସେମାନେ ଶ୍ରୀମନ୍ଦିର ବେଢ଼ାରେ ଥିବା
ମାଆଙ୍କ ମନ୍ଦିରରେ ମାଣ, ଖଟୁଲି, ଗୁଆ, ଧାନ ଆଦି ପୂଜା କରି ଆଣି ଏହି ଓଷା ଆରମ୍ଭ କରନ୍ତି)
ମାଆଙ୍କ ମନ୍ଦିରରେ ତାଙ୍କ ଦର୍ଶନ ପରେ ତାଙ୍କ ଜଗମୋହନରେ କିଛି ସମୟ ବସିବା ବିଧିଟି ବହୁକାଳରୁ ପ୍ରଚଳିତ l ମାଆ ଯେହେତୁ ଲୋକମାତା ସବୁ ସନ୍ତାନଙ୍କ ଗୁହାରି ଶୁଣିବା ପାଇଁ ସେ ବ୍ୟଗ୍ର l ସେଥିପାଇଁ ମାଆଙ୍କ ଜଗମୋହନରେ ବସି ମାଆଙ୍କୁ ନିଜ ଗୁହାରି ଜଣାଯାଏ l ମାଆଙ୍କର ପଦ୍ମ ଫୁଲରେ ଅତି ଶ୍ରଦ୍ଧା ବୋଲି ମାଆଙ୍କର ନାମ ହେଉଛି ପଦ୍ମାଳୟା l ମାଆଙ୍କ ଉଦ୍ଦେଶ୍ୟରେ ତାଙ୍କ ଦେଉଳ ପାବଛରେ ଭକ୍ତ ମାନେ ଖଡ଼ି ଏବଂ ଖପରlରେ ପଦ୍ମ ଫୁଲ ଅଙ୍କନ କରିଥାନ୍ତି l
(ମାର୍ଗଶୀର ମାସରେ ପାଳିତ ହେଉଥିବା ଧାନମାଣିକl ପୂଜା ମାଣବସl ଭାବରେ ପରିଚିତ,
ବେତରେ ତିଆରି ମାଣ, ଶୁକ୍ଲଧାନ ଓ ଧାନର ବେଣ୍ଟି ମାଆ ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ପୂଜା କରାଯାଏ,
ମାଆଙ୍କ ପିତ୍ତଳ ମୂର୍ତ୍ତି, ହାତୀ, ପେଚା ମଧ୍ୟ ମାଣ ନିକଟରେ ସ୍ଥାପନ କରି ପୂଜା କରାଯାଏ)
କେତେକ ଭାବନ୍ତି ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ପାଇଁ ମାଆଙ୍କ ମାଣବସା ଗୁରୁବାର ଲୋକପ୍ରିୟ ହେଲା କିନ୍ତୁ ପଦ୍ମପୁରାଣରେ ମାଆଙ୍କୁ ଧାନମାଣ ଓ ବେଣ୍ଟିରେ ପୂଜା କରିବା ବିସ୍ତୃତ ଭାବରେ ଉଲ୍ଲେଖ ରହିଛି l ସେଥିରେ ଏହି ଓଷାଟି ଧାନମାଣିକା ଓଷା ଭାବରେ ବର୍ଣ୍ଣିତ l
Mahalakshmi Lakshmi Purana Dhanamanika Balarama Dasa Ayushman Arya Ayusman Arya
Spread the love
Antaranga Kalinga

Share
Published by
Antaranga Kalinga

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago