ଲେଖା: ନିରଞ୍ଜନ ସାହୁ

1890 ମସିହା ଅକ୍ଟୋବର ମାସ ତିନି ତାରିଖରେ ବାଲେଶ୍ଵର ସହର ଓଲନ୍ଦା ସାହିରେ ଜନ୍ମିତ ପିଲାଟିଏ ‘ସେବକ ଶ୍ରେଷ୍ଠ’ ଭାବେ ପରବର୍ତ୍ତୀ କାଳରେ ବିଦିତ ହେଲେ । ସେ ହେଉଛନ୍ତି ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ। ତାଙ୍କ ଜୀବନ ଆଦର୍ଶବାଦର ଏକ ଜୀବନ୍ତ ଉପନ୍ୟାସ । ଓଡ଼ିଶାରେ ଯେଉଁ କେତୋଟି ପ୍ରତିଭା ଓଡ଼ିଆର ଭାବଧାରାକୁ ପ୍ରଭାବିତ କରି ଓଡ଼ିଆ ସମାଜକୁ ଉନ୍ନତି ମାର୍ଗରେ ଅଧିରୁଢ କରିଛନ୍ତି, ସେମାନଙ୍କ ମଧ୍ୟରେ ଲକ୍ଷ୍ମିନାରାୟଣ ସାହୁ ଅନ୍ୟତମ ।

~ ସଂସ୍କାରକ ଲକ୍ଷ୍ମୀନାରାୟଣ ~
ସେ ଥିଲେ ଅଗ୍ରଣୀ ବିପ୍ଳବୀ। ଅସ୍ପୃଶ୍ୟତା ନିବାରଣ ପାଇଁ ତାଙ୍କର ଆନ୍ତରିକତାର ତୁଳନା ନାହିଁ । “ଲକ୍ଷ୍ମୀନାରାୟଣ ସାହୁ ଜାତିରେ ପାଣ” ପୁସ୍ତକ ରଚନା କରି ସମସ୍ତଙ୍କ ଆଖି ଖୋଲି ଦେଇଥିଲେ। ହରିଜନ ମାନଙ୍କ ସେବା ଥିଲା ତାଙ୍କ ଜୀବନର ବ୍ରତ। ଆଦିବାସୀ ମାନଙ୍କ ଉପରେ ଗବେଷଣା କରି 1942 ମସିହାରେ ସେ ଲେଖିଥିଲେ ଏକ ପୁସ୍ତକ ‘The Hill Tribes of Jeypore ‘। ଏହି ବହି ସେ ସମୟ ରେ ଭାରତ ତଥା ବାହାରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ।

~ ସାହିତ୍ୟ ସାଧକ ଲକ୍ଷ୍ମୀନାରାୟଣ ~
ସେ ଥିଲେ ଜଣେ ସୁସାହିତ୍ୟିକ । ‘ସହକାର’ ପତ୍ରିକା ସେ ଗଢିଲେ ଏବଂ ବାଳକୃଷ୍ଣ କରଙ୍କ ହାତରେ ଟେକି ଦେଲେ । ‘ବୈତରଣୀ’, ‘ଷ୍ଟାର ଅଫ୍ ଉତ୍କଳ’, ‘ମୁଁ ଓଡ଼ିଆ’ ବହିରେ ଓଡ଼ିଆ ଜାତିର ବିରାଟତ୍ଵର ଚିତ୍ର ସେ ଯେଉଁ ଭାବେ ଉପସ୍ଥାପନ କରିଛନ୍ତି, ତାହାର ତୁଳନା ନାହିଁ ।

~ ଜାତୀୟତାବାଦୀ ଲକ୍ଷ୍ମୀନାରାୟଣ ~
ବିଛିନ୍ନ ଉତ୍କଳର ଏକତ୍ରୀକରଣ ପାଇଁ ଉତ୍କଳ ସମ୍ମିଳନୀରେ ସେ ସଭାପତିତ୍ବ କରି ଆନ୍ଦୋଳନର ପୁରୋଭାଗରେ ଥିଲେ ସେ । ଉତ୍କଳର ଜାତୀୟ ଜୀବନରେ ସେ ଥିଲେ ଅଜାତଶତୃ । ତାଙ୍କ କର୍ମକ୍ଷେତ୍ର ଥିଲା ବ୍ୟାପକ। ଉତ୍କଳ ସମ୍ମିଳନୀ, ଉତ୍କଳ ସାହିତ୍ୟ ସମାଜ, ଆନ୍ତର୍ଜାତିକ ସ୍ତରରେ PEN ସଂସ୍ଥା, ବହୁତ ସେବା ସଂସ୍ଥାମାନଙ୍କର ପୁରୋଭାଗରେ ସେ ଥିଲେ।

କୁଷ୍ଠରୋଗୀଙ୍କୁ ସେବା କରିବାକୁ ଯାଇ ଲକ୍ଷ୍ମୀନାରାୟଣ ସାହୁ ସେହି ରୋଗରେ ଆକ୍ରାନ୍ତ ହେଲେ, ଅବଶ୍ୟ ପରେ ଆରୋଗ୍ୟ ହୋଇଥିଲେ। ଜୀବନବ୍ୟାପୀ ଜନସେବାର ସ୍ଵୀକୃତି ସ୍ଵରୂପ ଭାରତ ସରକାର ତାଙ୍କୁ ସମ୍ମାନୀତ କରିଥିଲେ ‘ପଦ୍ମଶ୍ରୀ’ ଉପାଧିରେ । ଏଭଳି ଜାତୀୟ ସମ୍ମାନ ଲାଭ କରିବାରେ ସେ ଥିଲେ ଓଡ଼ିଶାର ପ୍ରଥମ ବ୍ୟକ୍ତି । ଗୋପାଳକୃଷ୍ଣ ଗୋଖଲେ ତାଙ୍କର ଆଦର୍ଶ ମଣିଷ । 

Laxminarayan Sahu Lakshminarayan Sahu

© Niranjan Sahu

Spread the love
admin

View Comments

  • ସେ ଥିଲେ ସେବକ ଶ୍ରେଷ୍ଠ । ଦୀର୍ଘ ମଣିଷ , ଶରୀର ଦୃଷ୍ଟିରୁ ଏବଂ ଶ୍ରେଷ୍ଠ ମଣିଷ ସେବା ଦୃଷ୍ଟିରୁ ?

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago