~ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ~

ଲେଖା: ଅମୃତେଶ ଖଟୁଆ
ଅଧୁନାତନ ଓଡ଼ିଆ ସାହିତ୍ୟ ଜଗତରେ ମନୋରଞ୍ଜନ ଦାସ, ଭଞ୍ଜକିଶୋର ପଟ୍ଟନାୟକ ପ୍ରଭୃତି ଜନମାନ୍ୟ ନାଟ୍ୟକାରମାନଙ୍କ ମଧ୍ୟରେ କାର୍ତ୍ତିକ ଚନ୍ଦ୍ର ରଥ ଥିଲେ ଜଣେ ଅନନ୍ୟ ନାଟ୍ୟକାର । ସାମାଜିକ ଚରିତ୍ରମାନଙ୍କୁ ବାସ୍ତବିକ ଜଗତ ସମ୍ମୁଖରେ ଆଲୋଡନାତ୍ମକ ଢଙ୍ଗରେ ପରିବେଷିତ କରି ସେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲେ।
କାର୍ତ୍ତିକ ଚନ୍ଦ୍ର ରଥ, ୧୯୪୯ ମସିହା ମାର୍ଚ୍ଚ ୨୧ ତାରିଖରେ ବ୍ରହ୍ମପୁର ଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍‌ସା କଲିଜିଏଟ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ବେଳେ, ସେ ନିଜର ପ୍ରଥମ ନାଟକ “ଏଇ ଦେଶ ଏଇ ମାଟି” ଲେଖିଥିଲେ । ନାଟକଟି ସ୍କୁଲ ଛାତ୍ରଛାତ୍ରୀଙ୍କଦ୍ୱାରା ମଞ୍ଚସ୍ଥ ହୋଇଥିଲା ଓ ରାଜ୍ୟସ୍ତରୀୟ ଶିଶୁ ନାଟକ ସମାରୋହରେ ପ୍ରଥମ ପୁରସ୍କାର ଲାଭ କରିଥିଲା । ସେହିପରେ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ପଢୁଥିବା ବେଳେ, ସେ ଲେଖିଥିଲେ ନାଟକ “ଜୀବନଯଜ୍ଞ” । ନାଟକଟି ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲା ।
୧୯୮୯ରେ କଟକ ସହରର ହଜାର ବର୍ଷ ପୂର୍ତ୍ତୀ ଅବସରରେ ସେ ଲେଖିଥିଲେ ନାଟକ “କଟକ ନଗର ବରଷ ହଜାର” । ନାଟକରେ ୩୦୦ ଚରିତ୍ର ଥିଲେ ଓ ବାରବାଟି ଷ୍ଟାଡିଅମରେ ୫ଟି ମୁକ୍ତାକାଶ ରଙ୍ଗମଞ୍ଚରେ ନାଟକ ପ୍ରଦର୍ଶିତ ହୋଇଥିଲା । ସେତିକିବେଳେ ବିଶ୍ୱ ନାଟ୍ୟ ମେଳାର ପରିକଳ୍ପନା ତାଙ୍କ ମନକୁ ଆସିଥିଲା । ୧୯୯୩ ମସିହାରୁ କଟକରେ ବିଶ୍ୱ ନାଟ୍ୟ ମେଳା (ଇଣ୍ଡିଆ ଥିଏଟର ଅଲମ୍ପିଆଡ଼)ର ଆୟୋଜନ କରିଆସୁଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ, ବିହାର ଆର୍ଟ ଥିଏଟର୍ସ, ଉତ୍କଳ ସାହିତ୍ୟ ସମାଜ, ଗଞ୍ଜାମ କଳା ପରିଷଦ ପ୍ରଭୃତି ଏକାଧିକ ଅନୁଷ୍ଠାନ ତରଫରୁ ସେ ପୁରସ୍କୃତ ଓ ସମ୍ବର୍ଦ୍ଧିତ।
ନେତାଜୀ ସୁବାଷ ମେମୋରିଆଲ୍ ସିଟି କଲେଜରେ ଅର୍ଥନୀତିର କାର୍ତ୍ତିକ ଚନ୍ଦ୍ର ରଥ ଅଧ୍ୟାପକ ଥିଲେ। “ନବନାଟ୍ୟ ଆନ୍ଦୋଳନ”ର ଏକ ଅବିଶ୍ରାନ୍ତ ପ୍ରବାହରେ ପ୍ରଭାବିତ ହୋଇ ତାଙ୍କ ରଚନାଧାରାରେ ଯେଉଁ ନାଟକୀୟତା ପରିଲକ୍ଷିତ ହେଉଥାଏ, ତାହାର ବ୍ୟାପ୍ତି ଓ ଖ୍ୟାତି, ସାମାଜିକ ସମସ୍ୟାଠୁ ଆରମ୍ଭ କରି ଅନ୍ତର୍ଜାତୀୟ ବିଷୟବସ୍ତୁ ପର୍ଯ୍ୟନ୍ତ ପ୍ରଲମ୍ବିତ। ତାଙ୍କ ନାଟକର ସାବଲୀଳ ଶୈଳୀ ସର୍ବଭାରତୀୟ ସ୍ତରରେ ଚର୍ଚ୍ଚିତ। “ଏଇ ଦେଶ, ଏଇ ମାଟି”ରେ ୧୯୭୧ ମସିହାର ବଙ୍ଗଳାଦେଶ ଯୁଦ୍ଧକୁ ମହାଭାରତର ଯୁଦ୍ଧ ପରି ଏକ ଅନନ୍ୟ ଛୁଙ୍କ ଦେଇ ପାରିଛନ୍ତି। ଜନୈକ ପ୍ରତିଯୋଗିତା ପାଇଁ ସେ ଲେଖିଥିଲେ ଗୋଟିଏ ସୁନ୍ଦର ନାଟକ, “ମାଂସର ଫୁଲ”। ୨୧ ଟ୍ରଫିରୁ ତାଙ୍କର ଏହି ନାଟକକୁ ମିଳିଥିଲା ସତରଟି ଟ୍ରଫି।
ଓଡ଼ିଆ ଭାଷାକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇବାରେ ଜଣେ ଅଭୂତପୂର୍ବ ନାଟ୍ୟକାର ଥିଲେ କାର୍ତ୍ତିକ ଚନ୍ଦ୍ର ରଥ। ବିହାର, ସିମଲା, ଆହ୍ଲାବାଦ ପ୍ରଭୃତି ଭାରତୀୟ ସହରମାନଙ୍କରେ ଗସ୍ତ କରି ନିଜର ନାଟ୍ୟକଳାର ଏକ ସଫଳ କୃତୀତ୍ଵ ବରଣ କରିଛନ୍ତି। ତାଙ୍କ ଦ୍ଵାରା ଆୟୋଜିତ, ବିଶ୍ଵ ନାଟ୍ୟ ମେଳାରେ ରୁଷ୍, ଇରାନ, ବ୍ରାଜିଲ୍ ପ୍ରଭୃତି ଦେଶ ବିଦେଶରୁ ୧୦୦ରୁ ଊର୍ଦ୍ଧ୍ଵ ଏମିତି କିଛି ନାଟ୍ୟସଂସ୍ଥା ଯୋଗଦାନ କରିଥାଆନ୍ତି। “ଭଗବାନ ଜଣେ ମଣିଷ” ନାଟକଟି ଆହ୍ଲାବାଦ ଚଳଚ୍ଚିତ୍ର ଉତ୍ସବ ଠାରେ ୧୯୮୦ ମସିହା ବେଳକୁ ପ୍ରଦର୍ଶିତ ତାଙ୍କ ନାଟ୍ୟ ଜୀବନକୁ ପ୍ରଥମ କରି ସର୍ବଭାରତୀୟ ସ୍ତରରେ ଲୋକପ୍ରିୟତା ଆଣେ। ‘କ୍ରୀତଦାସ’, ‘ବହ୍ନିମାନ’, ‘ଅସ୍ତସୂର୍ଯ୍ୟ ଶ୍ମଶାନ’, ‘ଆଗାମୀ ଅତୀତ’, ‘ଈଶ୍ୱର ଜଣେ ଯୁବକ’, ‘କଳା ଓ କଳଙ୍କ’ , ‘ଯାତ୍ରୀ’, ‘ସବୁଜ ସୂର୍ଯ୍ୟ’, ‘ରକ୍ତର ଫୁଲ’, ‘ଆହୁତି’, ‘ଯଉଘର’, ‘ସର୍ବନାମ’, ‘ସୀମିତ ସମ୍ପର୍କ’ ପ୍ରଭୃତି ଏକାଧିକ ନାଟକର ଜନପ୍ରିୟ ସ୍ରଷ୍ଟା ସେ । ହେଲେ, ଦୁଃଖଦ ଘଟଣା ଏହି କି ଯେ ସେ ଅସୁସ୍ଥତା କାରଣରୁ ଏପ୍ରିଲ ୧, ୨୦୧୯ ମସିହାରେ ତାଙ୍କର ପରଲୋକ ଘଟେ।
ଆଉ ନାଟ୍ୟ ଜୀବନକୁ ପ୍ରଶସ୍ତ କରାଇ ଏକ ନବରୂପ ଦେବା ପାଇଁ ଯୁବପିଢି ତାଙ୍କ ଶ୍ରମ ସାର୍ଥକ କଲେ ଓଡ଼ିଆ ଜାତି ନିଶ୍ଚିତ ରୂପେ, ସର୍ବକାଳରେ ଚିରଞ୍ଜୀବୀ ହେଇପାରିବ।
Kartika Chandra Rath
Amritesh Khatua
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

3 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago