Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ ଭାଇ ପାଇଁ ତପସ୍ୟା – ଭାଇଜିଉଁତିଆ ! ଚମ୍ପାବତୀ ନଗରୀର ମହାମନ୍ତ୍ରୀ ବୀରସେନ ଓ କମଳାଙ୍କ ପୁତ୍ର ମଦନସୁନ୍ଦର ଏକଦା ଘୋଡାଚଢି ଫେରୁଥିବା ସମୟେ ତୃଷାତୁର ହୋଇ ଜଳପାନ ଆଶାରେ ରାଜଉଦ୍ୟାନରେ ପହଞ୍ଚିଲେ । ଉଦ୍ୟାନସ୍ଥ ପୋଖରୀ କୂଳରେ ରାଜଜେମା ବସି ଫୁଲ ଗୁନ୍ଥୁଥିବା ରାଜଜେମା ଅରୁଣାଙ୍କୁ ଦେଖି ମନ୍ତ୍ରୀପୁଅଙ୍କ ମନେ…

ଲେଖା: ବିଶ୍ୱରଞ୍ଜନ ମହାପାତ୍ର ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶାବ୍ରତ ରୂପେ ପାଳିତ ହୁଏ । ଏଥିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଫଳତଃ ଉପାସନାରେ ଦଶପାଖୁଡ଼ା ପଦ୍ମ, ଦଶବର୍ଣ୍ଣ…

ଲେଖା: ଦେଵ ତ୍ରିପାଠୀ ଗାଁ ମୁଲକର ସଞ୍ଜ ସତରେ ନିଆରା, ଅଭୁଲା । ସାରାଦିନର ଅକ୍ଲାନ୍ତ ପରିଶ୍ରମ ପରେ ଘରକୁ ଫେରନ୍ତି ଚଷାଭାଇମାନେ, ଖଟିଖିଆ ମାନେ, ପକ୍ଷୀମାନେ ହୋଇ ଯା’ନ୍ତି ନୀଡ଼ ମୁହାଁ । ଘଣ୍ଟଘଣ୍ଟା ଓ କରତାଳ ମିଶା ହରିଭଜନ ଭାସିଆସେ ଅଦୂରର କେଉଁ ମନ୍ଦିର କି ଗ୍ରାମଦେବତୀ ପୀଠରୁ । ସହରରେ ସିନା…

ଓଡ଼ିଶାରେ ଲୋକନାଟ୍ୟ, ନୃତ୍ୟ ପରମ୍ପରା ବହୁ ପୁରାତନ ଓ ପାରମ୍ପରିକ ଅଟେ।ଆମ ରାଜ୍ୟର ସଂସ୍କୃତି, କଳା ଓ ଧର୍ମଧାରଣାର ଏହା ଏକ ସମନ୍ୱିତ ରୂପବିଭବ। ସହସ୍ରାଧିକ ଲୋକମାନଙ୍କର ମନୋରଞ୍ଜନ ନିମନ୍ତେ ଉଦ୍ଦିଷ୍ଟ। ଗ୍ରାମବହୁଳ ଓଡ଼ିଶାର ଜୀବନଯାତ୍ରା ସହ ଜଡ଼ିତ ମେଳା ମହୋତ୍ସବ ମାନଙ୍କରେ ସାମୟିକ ଆନନ୍ଦ ପାଇଁ ଏହି ଲୋକନୃତ୍ୟ ମାନ ଅନୁଷ୍ଠିତ ହୋଇଥାଏ . .

ଲେଖା: ଦେଵ ତ୍ରିପାଠୀ ଆଶ୍ଵିନ ଶୁକ୍ଳପକ୍ଷର ଜ୍ୟୋତ୍ସ୍ନା ମାୟାରେ ବର୍ଷା ଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନ ମଧ୍ୟ ହୋଇ ଉଠେ ମତୁଆଲା, ଆଉ କୁଆଁରୀ ଝିଅଙ୍କ ମନ ହୋଇ ଯାଏ ଉଚ୍ଚାଟ, ସ୍ନାୟୁର ସୌଧ ଯେମିତି ଭାଙ୍ଗି ଭାଙ୍ଗି ଯାଏ, ମନ ଚାହେଁ ଜ୍ୟୋସ୍ନା ପ୍ଲାବିତ, ପୁଲକିତ ରଜନୀ ଉଜାଗର ରହି ବିତାଇବାକୁ…

ଶୁଦ୍ରକବି ସାରଳା ଦାସ ମହାଭାରତର କଥାବସ୍ତୁକୁ ଉତ୍କଳୀୟତାରେ ଭରିଦେଇଛନ୍ତି। ସେ ଓଡି଼ଆ ମହାଭାରତରେ ଅନେକ ମୌଳିକ ଉପାଖ୍ୟାନ ସଂଯୋଜିତ କରିଛନ୍ତି ଯାହା ସଂସ୍କୃତ ମହାଭାରତ କିମ୍ବା ଅନ୍ୟ କୌଣସି ପୁରାଣ ଗ୍ରନ୍ଥରେ ଦେଖିବାକୁ ମିଳେନାହିଁ। ନବଗୁଞ୍ଜର ଉପାଖ୍ୟାନ ମଧ୍ୟ ଆଦିକବିଙ୍କର ସେହିପରି ଏକ ନୂତନ କଳ୍ପନା . .

ମାର୍ଗଶୀରମାସ ଶସ୍ୟ ଅମଳର ଚୂଡ଼ାନ୍ତ ପର୍ଯ୍ୟାୟ । କେଦାରେ କେଦାରେ ପକ୍ୱଧାନର ସୁନାରଙ୍ଗୀ ଢେଉ । ଆକାଶ ଥାଏ ମେଘମୁକ୍ତ, ଦକ୍ଷିଣାୟନ ସୂର୍ଯ୍ୟର କଅଁଳ ଉତ୍ତାପ, ପବନରେ ଶୀତାର୍ତ୍ତ ଶୁଷ୍କତା । ପୁଷମାସ ସୁଦ୍ଧା ଫସଲ ଅମଳ ସମୁଦାୟ ଶେଷ । ସେଥିପାଇଁ ଆମର ପ୍ରବାଦଟିଏ ଅଛି 'କାହାର ପୁଷମାସ, କାହାର ସର୍ବନାଶ'। ପୁଷମାସରେ ମହାଲକ୍ଷ୍ମୀ ପ୍ରାୟ କାହାରିକୁ ଅନାହାରରେ ରଖନ୍ତି ନାହିଁ । ସୁତରାଂ ଏହାର ଅବ୍ୟବହିତ ପୂର୍ବରୁ ଲକ୍ଷ୍ମୀ ଉପାସନାର ବେଳା . .

ଗଡ଼ଜାତ ଅଞ୍ଚଳର କ୍ଷୁଦ୍ରନଗରୀ ସୁବର୍ଣ୍ଣପୁରକୁ ୟୁରୋପ ଏବଂ ଆମେରିକାର କଳାପ୍ରେମୀଙ୍କ ମଧ୍ୟରେ ପରିଚିତ କରାଇଥିଲା ଗଞ୍ଜପା । ଘୁମେଇ ପଡ଼ିଥିବା ଏଇ ସ୍ବର୍ଣ୍ଣମୟୀ ସୁବର୍ଣ୍ଣପୁର ସମୁଜ୍ଜ୍ୱଳ ହୋଇ ଉଠିଥିଲା ବିଦେଶିନୀ କଳାଗବେଷକ ଜୋଆନା ଉଇଲିଅମସଙ୍କ ଆନ୍ତରିକ ଉଦ୍ୟମରେ . .

ଗାଁରେ ତିନୋଟି ମନ୍ଦିର, ଗୋଟିଏ ପଟେ ମହାଦେବ, ଅନ୍ୟପଟେ ମହାବିଷ୍ଣୁ । ମନ୍ଦିର ଦୁଇଟିକୁ ଦେଖିଲେ ଗାଁଟିର ପ୍ରାଚୀନ ବାସ୍ତୁକଳାକୁ କାଳର ଅବକ୍ଷୟ ସ୍ପର୍ଶ କରି ନ ଥିବା ପରି ମନେହୁଏ । ହାତଗଣତି କେତୋଟି ପରିବାରକୁ ନେଇ ଗଢ଼ିଉଠିଥିବା ଲୋକସଂସ୍କୃତିର ମନ୍ଦିର "ପ୍ରହ୍ଲାଦନାଟକ ପୁଞ୍ଜା", ଏହା ହିଁ ସେ ଗାଁର ତୃତୀୟ ମନ୍ଦିର . .

ଉପସ୍ଥାପନା: ଦେଵ ତ୍ରିପାଠୀ “ସାଧୁସନ୍ଥ ଜନଙ୍କର ପରମ କାରଣ ଦୁଷ୍ଟ ଜନଙ୍କର ଗର୍ବର ଗଞ୍ଜନ, ସନ୍ଥ ପ୍ରାଣୀଙ୍କର ଆରତ ତରୁଥିବ ରାମ ରାମ ବାଇଲେ କି ଛାଡିଯିବ ପାପ ଏ ଘଟରୁ ମୁକ୍ତ କରହେ ପ୍ରଭୁ ରାମ ସଦା ତୁଣ୍ଡେ ନେଉ ଅଛି ତୁମ୍ଭରି ହେ ନାମ ।” ମାଣବସା, ସୁଦଶାବ୍ରତ, ବାଟଓଷା ଭଳି ବ୍ରତ…