Physical Address
Sai Samarpanam, Satya Vihar, Bhubaneswar

~ ଗୋପୀନାଥପୁର ~ ଲେଖା: ଅମୃତେଶ ଖଟୁଆ ନାତିଦୂର ବିଜନତାରେ ସବୁଜ ପଲ୍ଲୀଭୂମି ଦେଇ ସେଦିନ ପହିଲି ଶ୍ରାବଣର ଆଗମନ । କଜଳ ମେଘ ଉହାଡ଼ରେ ଗୋଟାପଣେ ଆଚ୍ଛନ୍ନ ମେଦୂର ଗଗନର ନୀଳ ବର୍ଣ୍ଣରାଜି । ଗ୍ରାମର ପଥେ ପଥେ ପଡ଼ିଥିଲା ତିଳ-ତଣ୍ଡୁଳିତ ଖରା । ଏହାର ପଥରୋଧ କରୁଥିବା ଊର୍ଦ୍ଧ୍ବମୁଖ ତରୁ ତଳ ଛାୟାଘନ…

~ ଲଙ୍ଗୁଳୀ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ଭାରତର ସର୍ବକାଳୀନ ପ୍ରାଚୀନ ସହରମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛି ଆମର ଏଇ କଟକ ନଗର । ମହାନଦୀ କୂଳ କଟକର ଏହି ଅଞ୍ଚଳରେ ମାନବ ସଭ୍ୟତାର ଅଭ୍ୟୁଦୟ କେବେ ହୋଇଥିଲା, ଏହି ପ୍ରଶ୍ନର ଯୁକ୍ତିଯୁକ୍ତ ଓ ଯଥାର୍ଥ ଉତ୍ତର କାହାରି ପାଖରେ ନାହିଁ; ଏ ସମ୍ପର୍କରେ…

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମକୁ ଯେ ଋଦ୍ଧିମନ୍ତ କରିଥିଲା; ତାହାର ଅସଂଖ୍ୟ ପ୍ରମାଣ ଏବେ ଦୃଶ୍ୟମାନ ସତ ! କିନ୍ତୁ…

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ ଯେତିକି ଅନନ୍ୟ ତା’ର ସବୁଜିମା ତଥା ମନୋରମ ମନ୍ଦିର ବି ସେତିକି ଅନନ୍ୟ l ସତରେ ମହାଐତିହ୍ୟ କ୍ଷେତ୍ର କଟକ ଉପକଣ୍ଠର ଏ ଯେ ଗୁପ୍ତ ଐତିହ୍ୟ କହିଲେ କମ ହେବ ନାହିଁ ।…

ଲେଖା: ଶ୍ରୀକାନ୍ତ ସିଂହ ~ ବ୍ରହ୍ମାବଣ ~ ବ୍ରହ୍ମାଙ୍କ ଉପାସନା ସ୍ଥଳୀ “ବ୍ରହ୍ମାବଣ” l କୁହାଯାଏ ପବିତ୍ର ଚିତ୍ରୋତ୍ପଳା ନଦୀ କୂଳରେ ଏକଦା ବ୍ରହ୍ମା ଏଠାରେ ତପସ୍ୟା କରୁଥିଲେ l ଏଣୁ ସ୍ଥାନଟିର ନାଁ ବ୍ରହ୍ମାବଣ l ପଞ୍ଚସଖାମାନେ ମଧ୍ୟ ଏଠାରେ କିଛି କାଳ ଅବସ୍ଥାନ କରିଥିବା କଥା ସ୍ଥାନୀୟ ଲୋକେ କୁହନ୍ତି l ଏଠାରୁ…

ଲେଖା: ଦେଵ ତ୍ରିପାଠୀ ~ ଭଟ୍ଟସାହି ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବାପାଇଁ ମଠଗୁଡ଼ିକ ସର୍ବଦା ତତ୍ପର ରହିଆସିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମେ ମଠ ସଂସ୍କୃତିର ପରିକଳ୍ପନା ଓ ପ୍ରତିଷ୍ଠା କରିଥିଲେ ବୋଲି…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶ୍ରୀ ଦୁର୍ଗାମାଧବ ମନ୍ଦିର ~ देवि प्रपन्नार्तिहरे प्रसीद प्रसीद मातर्जगतोखिलस्य। प्रसीद विश्वेश्वरि पाहि विश्वं त्वमीश्वरी देवि चराचरस्य॥ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l…

~ ଉପକଣ୍ଠର କଟକ: ପୁରୁଷୋତ୍ତମପୁର ~ ଲେଖା: ଅମୃତେଶ ଖଟୁଆ ମେଘସୁନ୍ଦର ଶ୍ରାବଣର ଘନଭୂରୁ ତଳେ ଅଳସ ଭାଙ୍ଗିଲାଣି ଭୋଦୁଅର ସକାଳ । ପ୍ରକୃତିସ୍ଥ ପ୍ରଭାତରେ ସଜାଗ ପ୍ରଶାନ୍ତିକୁ ପାଥେୟ କରି ନିରନ୍ତର ଶାନ୍ତିକାମୀ ମଣିଷ ଓ କଲ୍ୟାଣକାମୀ ଜୀବଜଗତର ଚେତନାରେ ଅଫୁରନ୍ତ ଉଚ୍ଛ୍ଵାସର ଆବାହନ । ସକାଳର ପୂର୍ବସ୍ମୃତିରେ ଗତରାତିରୁ ହିଁ ସେହି ଅପେକ୍ଷାରତ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶ୍ରୀକୁର୍ମ ଅବତାର ବିଷ୍ଣୁମନ୍ଦିର ~ କ୍ଷିତିରତିବିପୁଳତରେ ତବ ତିଷ୍ଠତି ପୃଷ୍ଠେ l ଧରଣୀଧରଣକିଣ ଚକ୍ର ଗରିଷ୍ଠେ ll କେଶବ ଧୃତକଛପରୂପ ଜୟ ଜଗଦୀଶ ହରେ ll ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଭାରତ ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ…

ଲେଖା: ଶ୍ରୀକାନ୍ତ ସିଂହ ~ ଦୁର୍ଗା ~ ଶରତର ନିର୍ମଳ ଆକାଶ ଆଉ ଧରଣୀରେ କାଶତଣ୍ଡୀ ଫୁଲର ଶ୍ୱେତସମ୍ଭାର ଇଙ୍ଗିତ କରେ, ମାତୃ ଆବାହନର ସମୟ ଯେ ଉପନୀତ । ଦେବୀ ଉତ୍ଥାପନର ପବିତ୍ର ବେଳାରେ ଜଗତଜନନୀଙ୍କ ଆବାହନ ନିମନ୍ତେ ସହସ୍ରକୁମ୍ଭାଭିଷେକ ସହିତ ଷୋଡଶ ଦିନାତ୍ମକ ପୂଜାର ହୁଏ ଅୟମାରମ୍ଭ । ଏହି ଅବସରରେ, ସହର,…