Physical Address
Sai Samarpanam, Satya Vihar, Bhubaneswar
ଲେଖା: ଅକ୍ଷୟ ଓଝା ପାଚିଲା ପଣସ ବାସ୍ନାରୁ ରଜ ଆସେ । ବାଡ଼ି ଆମ୍ବବଗିଚାର ଶେଷ ଫଳ ବେଳକୁ ରଜ ଆସେ । ଗାଆଁର ବାତାବରଣରେ ଏକ ରଜମଉଜର ହାୱା ବହିଯାଏ । ରଜ ଆସୁଛି ଝୁଲଣରେ । ବୁଢ଼ାଠୁ ପିଲା ଯାଏ ରଜ ପାଇଁ ମାତିଉଠନ୍ତି । ପଲ୍ଲୀରେ ଆନନ୍ଦ ଖେଳିଯାଏ କେଇଦିନ ପାଇଁ।…
ଲେଖା: ଅକ୍ଷୟ ଓଝା ଉତ୍କଳୀୟ ପରମ୍ପରାରେ ଅଲେଖ ମହିମାଧର୍ମ ଏକ ସବିଶେଷ ଅଙ୍ଗ । ଧର୍ମଧାରଣାରେ ହିନ୍ଦୁ ସମ୍ପ୍ରଦାୟ ଅଲେଖ ଧର୍ମକୁ ବହୁତ ସମ୍ମାନ ଦେଇ ଆସିଛି । ରେଢ଼ାଖୋଲର ସନ୍ଥ ଭୀମଭୋଇ ଆବିର୍ଭାବ ହେବା ପରେ ଅଲେଖ ଧର୍ମ ପରମ୍ପରା ପୁରା ଓଡ଼ିଶା ମାଟିରେ ବିସ୍ତାର ଲାଭ କରିଥିଲା । ଲୋକେ ଅଲେଖ ଧର୍ମାବଲମ୍ବୀ…
ଲେଖା: ଅକ୍ଷୟ ଓଝା ଯେଉଁଠି ଏନ୍ତୁଡି, ସେଇଠି ମଶାଣି । ମୋ ଗାଁ ମଶାଣି । ଆମ ଗାଁ ସ୍ଵର୍ଗଦ୍ୱାର । ଆମ ଗାଁର ସେଇ ଦାଣ୍ଡିପଡି଼ଆ କଣରେ । ଶେଷ ଯାତ୍ରାରେ କେତେ ଯେ ଗଲେଣି ମୁଁ ଗଣିପାରିନି କେବେ ! କିନ୍ତୁ, ହଁ ଅନେକ ଗଲେଣି ଯେଉଁମାନଙ୍କ କୋଳରେ କାଖରେ ବଢ଼ିଥିଲି !…
ଲେଖା: ଅକ୍ଷୟ ଓଝା ଗାଁ ଖେଳପଡ଼ିଆ । ସ୍କୁଲରୁ ଫେରିବା ମାତ୍ରେ ହିଁ କ’ଣ ଦିଟା ଖାଇଦେଇ ସିଧା ପଡ଼ିଆରେ । ବେଶ କୋଳାହଳ ହେଇଯାଏ ଖେଳ ପଡିଆ । ବ୍ୟାଟ ବଲ୍ ଷ୍ଟମ୍ପ ସବୁ ପହଞ୍ଚିଯାଏ । ଦୁଇ ଭାଗରେ ବାଣ୍ଟି ଯାଆନ୍ତି ଖେଳାଳି । ଟସ୍ ପଡ଼େ । ବ୍ୟାଟିଂ ବାଲା ଗ୍ରୁପ୍…
ଲେଖା: ଅକ୍ଷୟ ଓଝା ମାଟି ଘର ନାହିଁ ନା ଆଉ ସେ ମାଟିକାନ୍ଥ ବି ନାହିଁ । ସମୟ ଗର୍ଭରେ ସବୁ ଲୀନ ହେଇ ଯାଇଛି । ଅତ୍ୟାଧୁନିକ ଜୀବନ ଶୈଳୀରେ ପୁରାତନ ସମାଜରେ ମାନବ ଜୀବନର ରହଣି ସହଣି ଧୀରେ ଧୀରେ ଅପସରି ଗଲାଣି । ଚାଳ ଛପର ଘର ଓ ମାଟିର କାନ୍ଥ…
ଉପସ୍ଥାପନା: ଶିଶିର ସାହୁ ମନୋଜ ଅତି ପୁରାକାଳରେ ପୂର୍ବଖଣ୍ଡ ରାଜ୍ୟରେ ମାଣିକେଶ୍ଵର ବୋଲି ଜଣେ ରାଜା ଥିଲେ । ପ୍ରତିଦିନ ଏକ ମାଳାକାର ତାଙ୍କୁ ପୁଷ୍ପମାଳା ପ୍ରଦାନ କରୁଥିଲେ । ଦିନେ ଉକ୍ତ ମାଳାକାର ପ୍ରତ୍ୟୁଷରୁ ଋଷିକୂଲ୍ୟା ନଦୀକୁ ଯାଇ ସ୍ନାନ କରିବା ନିମନ୍ତେ ନଦୀଜଳ ଆଲୋଡନ କରିବା ସମୟରେ ତାରା ଓ ତାରିଣୀ ଦୁଇଗୋଟି…
ଉପସ୍ଥାପନା: ଶିଶିର ସାହୁ ମନୋଜ ଜଣେ ରାଜା ଥିଲେ । ସେ ଦିନେ ଦେଶଯାକରେ ଘୋଷଣା କରିଦେଲେ ଯେ ‛ମୋ ଦେଶରେ ଯେତେ ପଣ୍ଡିତ ଅଛନ୍ତି ସଭିଏଁ ଗୋଟିଏ ଗୋଟିଏ ପୁରାଣ ବର୍ଷକ ମଧ୍ୟରେ ସଂସ୍କୃତଭାଷାରେ ଲେଖି କି ଦେବେ ଯାହା ରାଜକୋଷରେ ଜମାହେବ । ଯେଉଁମାନେ ପୁରାଣ ରଚନା କରି କି ଦେବେ ସେ…
ଉପସ୍ଥାପନା: ଶିଶିର ସାହୁ ମନୋଜ ଏକ ଦେଶରେ ଜଣେ ରାଜା ଥିଲେ ଯେ ତାଙ୍କର ସାତ ପୁଅ ଗୋଟିଏ ବୋଲି ଝିଅ । ଝିଅର ନାଆଁ କଲରେଇ ଫୁଲ । ଦିନେ ରାଜାଙ୍କ ମଝିଆଁ ପୁଅ କର୍ଣ୍ଣ ପାଞ୍ଚକୁଡୁମଇ ଗଛରୁ ନାଲି ଟହଟହ ଫଳଟିଏ ଆଣି ଘରେ ରଖି ମାଆକୁ କହିଲା – ‛ଏ ଫଳ…
ଲେଖା: ଦେଵ ତ୍ରିପାଠୀ ଇଏ କୋଉ ଅସିଆ କାଳର ମସିଆ କଥା । ବାହାଘର ହବ । ଗାଁ ଟା ଯାକ ଲୋକଙ୍କ ଖୁସି କାହିଁରେ କ’ଣ ! ମୁରବିମାନେ ଲାଗିପଡିଥିବେ ଯେଝା କାମରେ । ଘର ଗୋଟାକ ନୂଆ ଦୁଶୁଥିବ ! ବରକନ୍ୟାଙ୍କ ମଙ୍ଗୁଳାଘରେ ମଙ୍ଗନକୃତ୍ୟ ଦିନ ବିବାହ ବିଷୟକ ଚିତ୍ରସବୁ ଅଙ୍କାଯିବ !…
ଲେଖା: ଅକ୍ଷୟ ଓଝା ପରମ ଶାସ୍ତ୍ର ଭାଗବତ। ଅଭ୍ୟାସ କରୁଥିବ ନିତ୍ୟ।। ଆଗ କାଳରେ ପ୍ରତ୍ୟେକ ଗାଆଁରେ ଭାଗବତ ଟୁଙ୍ଗି ଥିଲା । ସଞ୍ଜ ନଇଁ ଆସିଲେ ଗାଆଁର ଝିଅ ବୋହୂମାନେ ଦୀପଟିଏ ଜାଳି ଦେଉଥିଲେ ଭାଗବତ ଘରେ । ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିଟିଏ କିମ୍ବା ତ୍ରୀମୂର୍ତ୍ତି ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ପାଖରେ…