Category ଆମ କଥା

ସୂର୍ଯ୍ୟବନ୍ଧୁ

ଲେଖା: ଅକ୍ଷୟ ଓଝା ସେତେବେଳେ କେବଳ ସମଜାତିରେ ବିବାହ କରି ବନ୍ଧୁତା ଗଢିବାକୁ ହିଁ ସମ୍ପର୍କ କୁହାଯାଉ ନ ଥିଲା ଗ୍ରାମ୍ୟ ସମାଜରେ । ଆଉ ଏକ ପ୍ରଗାଢ ସମ୍ପର୍କର ବନ୍ଧୁତ୍ୱ ଥିଲା ସେ ସମୟରେ । ସମାଜରେ ଧର୍ମ ସମ୍ପର୍କ । ହୃଦୟରେ ହୃଦୟକୁ ମିଳୁଥିବା ସମ୍ପର୍କ । ପାରିବାରିକ ସମ୍ପର୍କ। ସୂର୍ଯ୍ୟବନ୍ଧୁ ।…

ବୃତ୍ତି ଏ ମୋର ପୋଷେ କୁଟୁମ୍ବ

ଲେଖା: ଅରବିନ୍ଦ ମହାନ୍ତି ଗୁହାଳଡିହି ଗ୍ରାମ। ଭଞ୍ଜଭୂମଣ୍ଡଳ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଅନ୍ୟତମ ଏକ ଗ୍ରାମ। ଏହି ଗାଁର ଲୋକମାନେ ମୁଖ୍ୟତଃ ଗରିବ ଆଦିବାସୀ ଶ୍ରେଣୀର ଅଟନ୍ତି। ଶାଳପତ୍ର ବୁଣି ନିଜର ସବୁ ଦିନିଆ ଗୁଜୁରାଣ ମେଣ୍ଟାଇବା ଏମାନଙ୍କ କାର୍ଯ୍ୟ। ଏହି ଗାଁ ସହିତ ଅନ୍ୟ ପାଖାପାଖି ଗାଁର ଲୋକ ମାନଙ୍କର ମଧ୍ୟ ଏହା…

ବର୍ଷାରେ ଆମ ଗାଆଁ

ଲେଖା: ଅକ୍ଷୟ ଓଝା ରଜ ସରୁ ସରୁ ବର୍ଷା ଆସିଯାଏ ଆମ ଗାଆଁରେ । ଖୁବ୍ ଝୁମି ଝୁମି ବର୍ଷେ । ଚାଳରୁ ବୋହି ପଡେ ବର୍ଷା । ପାଣି ଫୋଟକା ହୋଇ କିଛି ସମୟ ପାଇଁ ଖେଳି ବୁଲେ ପାଣିରେ । ପୁଣି କୁଆଡେ ଉଭାନ ହେଇଯାଏ । ଚାଳ ପାଣିରୁ ଦାଣ୍ଡ ଭରେ…

ନାରିକେଳ

ଲେଖା: ଦେଵ ତ୍ରିପାଠୀ   ~ ନାରିକେଳ ~ ଇଏ କୋଉ ଅସିଆ କାଳର‌ ମସିଆ କଥା ! ଥିଲେ ଜଣେ ଗ୍ରାମୀଣ ଚାରଣ କବି । ସେଇ କବିଙ୍କ ଖ୍ୟାତି ଆଉ ଲାଳିତ୍ୟମୟ ସଙ୍ଗୀତର ଧ୍ୱନି ପ୍ରତିଧ୍ୱନିତ ହେଉଥିଲା ମହୀମଣ୍ଡଳରେ। ରାଜ୍ୟର ଦୁର୍ଦ୍ଦାନ୍ତ ରାଜା ସେ ସଙ୍ଗୀତର ପ୍ରଭାବରୁ ମୁକୁଳାଇ ପାରି ନ ଥିଲେ…

କାନ୍ଦଣା ଲହରୀ

ଲେଖା: ଅକ୍ଷୟ ଓଝା “ବାସୁକି ସହିଛି ବସୁଧା ଭାର ଲୋ ବୋଉ ବୃକ୍ଷ କି ସହିଛି ଫଳର ଭାର ଲୋ ବୋଉ ନଦୀ କି ସହିଛି ମୀନର ଭାର ଲୋ ବୋଉ ନ ସହି ପାରିଲୁ ମୋହର ଭାର ଲୋ ବୋଉ ************** ବନସ୍ତରେ ପାରା ଯୋଡିକି ଯୋଡ଼ି ଲୋ ମାେ ମାଆମାନେ ସେ ପାରା…

ଧାନରୁଆ ଗୀତ (DhanaRua Gita)

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ ଦକ୍ଷିଣ ଓଡ଼ିଶାର ସଂସ୍କୃତି ସର୍ବଦା ଲୋକ ନୃତ୍ୟ, ଗୀତ ଓ ଏହାର ଉନ୍ନତ ପରମ୍ପରାକୁ ନେଇ ଜୀବିତ। ବିଶେଷ କରି ଉଭୟ ଅବିଭକ୍ତ ଗଞ୍ଜାମ ଓ ଅବିଭକ୍ତ କୋରାପୁଟରେ ପ୍ରତ୍ୟେକ ଲୋକର ଜୀବନ ଜୀବିକା ସହ ଗୀତ ଟିଏ ଯେପରି ବନ୍ଧା ହୋଇ ଯାଇଥାଏ। ସେ ଠାକୁର ଘରେ…

ମାଗୁଣିର ଶଗଡ଼ (Magunira Shagada)

ଉପସ୍ଥାପନା: ଅନ୍ତରଙ୍ଗ କଳିଙ୍ଗ ମାଗୁଣିର ଶଗଡ଼ ପରି ସଦାକାଳ ପରିତ୍ୟକ୍ତ ସେମାନଙ୍କ ଜୀବନ । ଯେଉଁଠି ସକାଳ ଆରମ୍ଭ ହୁଏ ସଂଘର୍ଷ, ସଂଘାତ ଓ ଶେଷ ହୁଏ ସମ୍ଭାବନାହୀନ ସୂର୍ଯ୍ୟାସ୍ତରେ । ସରକାର ଆସେ, ପୁଣି ବଦଳିଯାଏ । ଯୋଜନା ବି ଆସେ, ଯାଏ । ଫମ୍ପା ପ୍ରତିଶ୍ରୁତି ଆଉ ମୂଲ୍ୟହୀନ ଯୋଜନାର ବୈତରଣୀ ଭସାଇ…

ସଞ୍ଜସଳିତା (Sanjasalita)

ଉପସ୍ଥାପନା: ଅନ୍ତରଙ୍ଗ କଳିଙ୍ଗ  ସାରାଦିନର ଶ୍ରମପରେ ଘରକୁ ଫେରି ଆସେ ପକ୍ଷୀ, ଶ୍ରମଜୀବୀ । ସୂର୍ଯ୍ୟ ଢଳିଯାଏ ପଶ୍ଚିମାଚଳର ବିସ୍ତାରିତ ଦିଗନ୍ତରେ, ସିନ୍ଦୁରିମାର ସନ୍ତକ ଛାଡ଼ି । କ୍ଲାନ୍ତ ପୃଥିବୀ ଘୋଡି ହୁଏ ସଞ୍ଜ ଅନ୍ଧାର । ଠାକୁର ଘରେ ଧୂପ, ଆଳତିର ବାସ୍ନା । ଓଡ଼ିଆ ଘର ବୋହୂ ସଞ୍ଜବତୀ ଦିଏ ଘରର ଦୁଆରବନ୍ଧ…

କନିଆଁ କାନ୍ଦଣା ଗୀତ

ବାସ୍ତବରେ ପୂର୍ବ ସ୍ମୃତିକୁ ମନେ ପକେଇ ବାହୁନି ବାହୁନି କାନ୍ଦୁଥିବା କନ୍ୟାର କାନ୍ଦଣା ଗୀତର ଗୁଞ୍ଜରଣରେ ଆଖ ପାଖରେ ଏକ ଦୁଃଖର ବାତାବରଣ ସୃଷ୍ଟି ହୋଇ ଥାଏ । ଏହି କାନ୍ଦଣା ଗୀତ ଶୁଣୁଥିବା ଲୋକର ଆଖିରୁ ଆପେ ଆପେ ଲୁହ ଝରି ଯାଇ ଥାଏ । ଏପରି ଲୋକ ଗୀତ ଆଜି ବି କିଛି କିଛି ଗ୍ରାମରେ ବଞ୍ଚିରହିଛି ଏବଂ ବଞ୍ଚେଇ ରଖିଥିବା ଲୋକମାନେ ସତରେ ଅନନ୍ୟ ସମ୍ମାନର ହକଦାର . .

ଚକୁଳିଆ ପଣ୍ଡା

ସଂଗ୍ରହ ଓ ଉପସ୍ଥାପନା: ଦେଵ ତ୍ରିପାଠୀ ବୈଶାଖର ଉତ୍ତପ୍ତ ଆକାଶ, ସୂର୍ଯ୍ୟରୁ ଝରୁଛି ଅବା ତରଳା ତମ୍ବାର ସୁଅ । ଗାଁ ଦାଣ୍ଡର ଧୂଳି ତତଲା ଡହଡହ । କୁଣ୍ଠିତ ବସନ୍ତରେ କଅଁଳିଥିବା ନବକିଶଳୟ ଅଚାନକ ବାର୍ଦ୍ଧକ୍ୟପ୍ରାପ୍ତି ପରି କୁଞ୍ଚିତ, ମ୍ଳାନ; ଜଳି ଜଳି ଯାଉଛି ପୁଷ୍ପିତ ବିତାନ । କାଉ କି କୋଇଲିର ସୋରଶବ୍ଦ…