Category ଅନ୍ୟାନ୍ୟ

ବୈକୁଣ୍ଠନାଥ ପୂଜାରୀ

ଲେଖା: ଶିବାଶିଷ ମହାପାତ୍ର ସମ୍ବଲପୁରର ଭାଷା ଆନ୍ଦୋଳନର ସାରଥୀ – ବୈକୁଣ୍ଠନାଥ ପୂଜାରୀ । ୧୮୪୯ ମସିହା ‌। ସମ୍ବଲପୁର ଗଡ଼ଜାତ ପାଇଁ ଏକ ଘଡ଼ିସନ୍ଧିର ମୁହୁର୍ତ୍ତ । ରାଜ୍ୟର ଶେଷ ଚୌହାନ ରାଜା ନାରାୟଣ ସିଂଙ୍କ ମୃତ୍ୟୁ ପରେ ସମ୍ବଲପୁର ଗଡ଼ଜାତ ହରାଇଥିଲା ନିଜର ସ୍ବାଧୀନତା ତଥା ଏହା ଚାଲିଯାଇଥିଲା ଇଂରେଜ ସରକାରଙ୍କ ହାତକୁ…

ଓଡ଼ିଆ ଭାଷାମାରଣର ଅୟମାରମ୍ଭ

ଲେଖା: ଦେଵ ତ୍ରିପାଠୀ ୧୮୬୮ ମସିହା । ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ସମୟ । ଦୁର୍ଭିକ୍ଷ ରାକ୍ଷସର ଆଁ ଭିତରେ ପଡ଼ି ଛଟପଟ ହନ୍ତସନ୍ତ ହେଉଥିଲେ ଲକ୍ଷ ଲକ୍ଷ ଓଡ଼ିଆ ! ଦୈବୀବଳରୁ ଯାହା କ୍ଷତି ହୋଇଥିଲା ତତୋଧିକ କ୍ଷତି ଥିଲା ମନୁଷ୍ୟକୃତ ! ତତ୍କାଳୀନ ଧୂର୍ତ୍ତ ହୀନମନା କୁଚକ୍ରୀ ବଙ୍ଗାଳୀ କିରାଣୀ ଗୋଷ୍ଠୀ ଦ୍ଵାରା…

ଐତିହାସିକ ଗଡ଼ଜାତ ଆଠମଲ୍ଲିକ (Athamallik)

ଲେଖା: ଦେଵ ତ୍ରିପାଠୀ ସବୁଜ ଅରଣ୍ୟାନି ଘେରା ଭିଜାମାଟିର ବାସ୍ନାରେ ବିଭୋର ଶାନ୍ତ ଶୀତଳ ଛାୟାଚ୍ଛନ୍ନ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଆଠମଲ୍ଲିକ ! ଏଠି ନଭଶ୍ଚୁମ୍ଭୀ ବୃକ୍ଷରାଜି, କୁଳୁକୁଳୁ ସୁରରେ ପ୍ରବହମାନ ଝରଣାର ଝଙ୍କାର, ବନ୍ୟପଶୁ, ପକ୍ଷୀର କୂଜନ, ସ୍ନିଗ୍ଧ ପରିବେଶ ଏକଦା ପାଲଟି ଯାଇଥିଲା ସରଳ ନିଷ୍କପଟ ମଣିଷର ଘର ! ଏବେ ମଣିଷର…

ରାଜରଣପୁର ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗେଶ୍ୱରୀ (Maa Maninageswari)

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ନୟାଗଡ଼ ଜିଲା ଅନ୍ତର୍ଗତ ରାଜ ରଣପୁରର ମୈନାକ ପର୍ବତରେ କାହିଁ କେଉଁ ଅନାଦି କାଳରୁ ପୂଜା ପାଇଆସୁଛନ୍ତି ମା’ ମଣିନାଗ । ବିଶ୍ୱାସ କରାଯାଏ ମା’ ହେଉଛନ୍ତି ସର୍ବ ଦୁଃଖ ନିବାରିଣୀ। ସେ ଭକ୍ତଙ୍କ ଦୁଃଖ ଖଣ୍ଡନ କରିଥାନ୍ତି।  ରାଜ ରଣପୁରଠାରୁ ଅନତି ଦୂରରେ ମା’ମଣିନାଗଙ୍କୁ ଦର୍ଶନ କରିବାକୁ ବହୁ…

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୩)

ଓଡ଼ିଆଜାତି ମହାପ୍ରଭୁ ଜଗନ୍ନାଥଙ୍କ ଭିତରେ ଦେଖିଛି ନିରାକାର ବ୍ରହ୍ମଙ୍କୁ, ପୁଣି କେତେବେଳେ ସେ ତାଙ୍କୁ ଦେଖିଛି ସାକାର ପୁରୁଷୋତ୍ତମ, ଗୋପୀଜନ ବଲ୍ଲଭ, ଯଶୋଦା-ନନ୍ଦନ ବେଣୁଧର କୃଷ୍ଣ ରୂପରେ। ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତର ମହାନାୟକ ହେଉଛନ୍ତି ସେହି ସାକାର ପରଂବ୍ରହ୍ମ ପରମପୁରୁଷ ଅନିନ୍ଦ୍ୟ ସୁନ୍ଦର ଶ୍ୟାମଘନ କୃଷ୍ଣ। "ଜୀବ ସେହି ପରଂବ୍ରହ୍ମ କୃଷ୍ଣଙ୍କ ନିତ୍ୟ ଦାସ", ଭାଗବତର ପ୍ରତିଟି ପଦାବଳୀରେ ଏହି ଭାବ ପରିସ୍ଫୁଟିତ . .

କେନ୍ଦୁଝର ଓ ମୟୂରଭଞ୍ଜ

ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା । ନଈର ସାମାନ୍ୟ ଭିତରକୁ ଯାଇ ବଡ଼ ପଥରଟି ଉପରେ ବସନ୍ତି ଦୁଇଟି ବାଳକ, ଦୁଇ ଭାଇ । ନଈପାଣି ଚହଲାନ୍ତି, ଖେଳନ୍ତି, ଗାଧାନ୍ତି !  ଦିନେ କିନ୍ତୁ କୌଣସି କାରଣରୁ ଦୁଇଭାଇଙ୍କ ଭିତରେ କଥା କଟାକଟି ହେଲା, ପରେ ବିବାଦ ଓ ଶେଷକୁ ଘନଯୁଦ୍ଧ…

ଭାଇଜିଉଁତିଆ ଓଷା

ଲେଖା: ଦେଵ ତ୍ରିପାଠୀ ଚମ୍ପାବତୀ ନଗରୀର ମହାମନ୍ତ୍ରୀ ବୀରସେନ ଓ କମଳାଙ୍କ ପୁତ୍ର ମଦନସୁନ୍ଦର ଏକଦା ଘୋଡାଚଢି ଫେରୁଥିବା ସମୟେ ତୃଷାତୁର ହୋଇ ଜଳପାନ ଆଶାରେ ରାଜଉଦ୍ୟାନରେ ପହଞ୍ଚିଲେ । ଉଦ୍ୟାନସ୍ଥ ପୋଖରୀ କୂଳରେ ରାଜଜେମା ବସି ଫୁଲଗୁନ୍ଥୁଥିବା ରାଜଜେମା ଅରୁଣାଙ୍କୁ ଦେଖି ମନ୍ତ୍ରୀପୁଅଙ୍କ ମନେ ହେଲା ସତେ ଯେମିତି ମର୍ତ୍ତ୍ୟରେ ଉଇଁଛି ସରଗର ଶଶି…