Category ମହାମନିଷୀଗଣ

ପିଣ୍ଡିକୀ ବାହୁବଳେନ୍ଦ୍ର

ଲେଖା: ନିରଞ୍ଜନ ସାହୁ ଗୋଟିଏ ପରେ ଗୋଟିଏ ସଫଳତାର ସହ ଭାରତର ବିଭିନ୍ନ ରାଜ୍ୟର ଶାସନଭାର ହାତକୁ ନେବାପରେ ଇଂରେଜ ସରକାରଙ୍କ ଦୃଷ୍ଟି ଓଡ଼ିଶା ଉପରୁ ବାଦ ଯାଇନଥିଲା। ନିଜର ଶୌର୍ଯ୍ୟ ପାଇଁ ବିଦିତ ଓଡ଼ିଶାକୁ ଆକ୍ରମଣ କରି ନିଜ ଅକ୍ତିଆରକୁ ନେବା ଥିଲା ଇଂରେଜ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ। ୧୮୦୩ ମସିହାରେ…

ଭକ୍ତଚରଣ ଦାସ (Bhakta Charan Das)

ସଂସାର ଅଳିକ । ସାରା ଜଗତ ମିଥ୍ୟା, ସମସ୍ତ  ଜାଗତିକ ପଦାର୍ଥ ଅନିତ୍ୟ। ଜୀବନ ଯୌବନ କ୍ଷଣସ୍ଥାୟୀ । ଘୋର ଜଞ୍ଜାଳମୟ ଏ ଭବସାଗର। ଚଉରାଅଶୀ ଆଙ୍ଗୁଳ ଚର୍ମ ଘେରି ରହିଥିବା ଏ ଦେହ ଭିତରଟା ନାରଖାର। ଧନ ସମ୍ପତ୍ତି ମୂଲ୍ୟହୀନ, କିନ୍ତୁ ଘୋର ଆସକ୍ତି ମଣିଷର ଏଇଥିପାଇଁ । ଏହାହିଁ ଚିରନ୍ତନ ସତ୍ୟ ! ଏସବୁକୁ ଭଲ ଭାବରେ ହୃଦୟଙ୍ଗମ କରି ଜୀବନ ପ୍ରତି ଅନାସକ୍ତ ଭାବ ଉଦ୍ଦ୍ରେକ ହୋଇଥିଲା ଜଣେ ମହାନ୍ ଓଡ଼ିଆ କବିଙ୍କର . .

କର୍ମବୀର ଗୌରୀଶଙ୍କର

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷ ତୃତୀୟାଂଶ ଓଡ଼ିଶାର ଜାତୀୟ ଜୀବନ ପକ୍ଷରେ ଏକ ନବଜାଗରଣର କାଳ । ନଅଙ୍କ ଦୁର୍ଭିକ୍ଷର ଆଘାତ, ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ନବବାଣୀ ନିହିତ ପ୍ରେରଣା ଜାତିର ଯୁଗବ୍ୟାପୀ ସୁଷୁପ୍ତି, ନିଷ୍କ୍ରିୟତା, ସ୍ୱାର୍ଥପରତା ଭାଂଗି ଦେଇ ଏହାକୁ ଆତ୍ମସଚେତନ ଓ କର୍ମତପ୍ତର କରିଥିଲା ।ଅତଏବ ସମାଜ ନିମନ୍ତେ…

ଆଦିକବି ସାରଳା ଦାସ

ମାଟି ସହିତ ମାଟି ହୋଇ ଜୀଉଁଥିବା ଶ୍ରୀଅକ୍ଷର ବିବର୍ଜିତ ସେଇ ଯୁବକଟି ଦିନେ ଓଡ଼ିଆ ଭାଷା ସାହିତ୍ୟର ସ୍ବର୍ଣ୍ଣମୟ ସୌଭାଗ୍ୟକୁ ଡାକିଆଣିଲା; ଆଉ ସମଗ୍ର ଓଡ଼ିଆଜାତିର ପ୍ରତିନିଧିରୂପେ ଜଣେ ସେଇ ଜ୍ଞାନୀ, ସନ୍ଥ, ତତ୍ତ୍ଵଦର୍ଶୀ ଯୁବକବିର ସୃଜନୀ ପ୍ରତିଭା ହେଲା ଅନୁପ୍ରାଣିତ . .

ଗୋପୀନାଥ ମହାନ୍ତି

ଲେଖା: ଦେଵ ତ୍ରିପାଠୀ ପଦ୍ମଭୂଷଣ ଡ଼ଃ ଗୋପୀନାଥ ମହାନ୍ତି I ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ସ୍ଵାଧୀନତା ପରବର୍ତ୍ତୀ କାଳର ସାଧାରଣ ଲୋକ, ଆଦିବାସୀ ଓ ଅନ୍ୟାନ୍ୟ ଜନଜାତିର ଗାଉଁଲି ସରଳ, ନିରଳସ ଜୀବନଧାରଣ…

ଓଡିଶୀନୃତ୍ୟର ଯୁଗପ୍ରବର୍ତ୍ତକ ଗୁରୁ ପଦ୍ମବିଭୂଷଣ ଡଃ କେଳୁଚରଣ ମହାପାତ୍ର (Dr. Kelucharan Mohapatra)

ଲେଖା: ଦେଵ ତ୍ରିପାଠୀ ବିଂଶ ଶତାବ୍ଦୀରେ ଓଡ଼ିଶୀନୃତ୍ୟର ପ୍ରତିଷ୍ଠା, ପରିବ୍ୟାପ୍ତ ତଥା ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଇବାରେ ରହିଥିଲା ତାଙ୍କର ପ୍ରମୂଖ ଭୂମିକା । ଓଡିଶୀର ଆଦିଗୁରୁ ପଦ୍ମଶ୍ରୀ ପଙ୍କଜଚରଣ ଦାସଙ୍କ ରୋପିତ ମହାଦ୍ରୁମକୁ ସୁଦୃଢ, ସୁଦୃଶ୍ୟ, ପଲ୍ଲବିତ ଆଉ ବିକଶିତ କରାଇପାରିଥିଲେ ସେ । ଓଡିଶୀନୃତ୍ୟରେ ନବଜାଗରଣ ସୃଷ୍ଟି କରାଇ, ପ୍ରାୟ ୨୦୦ ଏକକ…

ନାଟ୍ୟକାର ମନୋରଞ୍ଜନ ଦାସ (Manoranjan Das)

ଲେଖା: ଦେଵ ତ୍ରିପାଠୀ ପିଲାଟି ଦିନରୁ ସେ ଥିଲେ ନାଟ୍ୟମନସ୍କ । ସ୍କୁଲ ସମୟରୁ ହିଁ, ନିଜ ଅଭିନୟ ପ୍ରତିଭା ପାଇଁ ପ୍ରଶଂସିତ ହୋଇଆସିଥିଲେ ସେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ, ସେ ବିଶ୍ୱସ୍ତରୀୟ ନାଟ୍ୟଶାସ୍ତ୍ର ସହ ହୋଇପାରିଥିଲେ ପରିଚିତ । ଏହି ସମୟରେ ସେ, ନିଜ ଗୁରୁ ପି. ଏସ୍. ସୁନ୍ଦରମ୍ ଓ…

ସ୍ୱଭାବକବି ଗଙ୍ଗାଧର ମେହେର

ବିଶ୍ୱଭ୍ରାତୃପ୍ରେମର ଜୁଆର ତୋଳୁଥିବା ସେଇ ମହାନ କବିଙ୍କ କବିତାରେ ଛନ୍ଦର ଲାଳିତ୍ୟ, ମଧୁର ପଙ୍କ୍ତି, ପ୍ରକୃତିର ନୈସର୍ଗିକ ଶୋଭାବର୍ଣ୍ଣନା ଓ ଧ୍ୱନିରେ ସଙ୍ଗୀତର ସୁର ତାଙ୍କୁ ସ୍ୱଭାବକବିର ମାନ୍ୟତା ପ୍ରଦାନ କରିଆସିଛି I କେତେବେଳେ ସେ ଲେଖିଛନ୍ତି ପ୍ରଣୟର ବଲ୍ଲରୀ, ପୁଣି କେବେ ସରଳ ଗ୍ରାମ୍ୟ ଚିତ୍ରର ଲୋଟଣି ତାଙ୍କ କବିତାର କଲ୍ଲୋଳ I କେବେ ରାଧାନାଥ ଯୁଗୀୟ ପ୍ରକୃତି ବର୍ଣ୍ଣନା ତ କେବେ ପୁଣି ଭଗବତ ଭାବନାର ସମନ୍ୱୟ, କେବେ ପୁଣି ପୁରାତନ ଯୁଗୀୟ ଛନ୍ଦରେ ଛନ୍ଦମୟ, କେବେ ବିଶ୍ୱଭ୍ରାତୃପ୍ରେମର ଧାରା ତାଙ୍କ କବିତାର ଆଦର୍ଶ . .

ଓଡିଶା ସଙ୍ଗୀତ ଜଗତର ରାଣୀ ଡଃ ଶ୍ୟାମାମଣି ଦେଵୀ (Dr. Shyamamani Devi)

ପିଲାଟି ଦିନରୁ ସେ ଥିଲେ ସଙ୍ଗୀତ ପ୍ରତି ସମର୍ପିତ, ହେଲେ ରକ୍ଷଣଶୀଳ ସମାଜ କରିଥିଲା ତାଙ୍କର ପଥରୋଧ । ସେ କିନ୍ତୁ ଥିଲେ ଦୃଢନିଶ୍ଚିତ, ସଙ୍ଗୀତ ଥିଲା ତାଙ୍କ ଜୀବନ, ସେ ପଛକୁ ହଟିଥାନ୍ତେ ବା କେମିତି ! ପ୍ରବଳ ଆଗ୍ରହ ଓ ସଙ୍ଗୀତ ପ୍ରତି ନିଷ୍ଠା ସହିତ ଆଶୀର୍ବାଦ ହେଲା ପିତା ଏବଂ କକାଙ୍କ ସୁସମୟ ପ୍ରେରଣା । ଆଉ ଜୀବନରେ ପଛକୁ ଫେରି ନ ଥିବା ସେଇ ଛୋଟ ଝିଅଟି ଦିନେ ବନିଗଲା କେତେ କେତେ କଣ୍ଠଶିଳ୍ପୀଙ୍କ ପ୍ରେରଣା । ସେ ବନିଗଲା ଓଡିଶୀ ସଙ୍ଗୀତ, ପଲ୍ଲୀସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତଜଗତର ଏକ ଶ୍ରଦ୍ଧାଶୀଳ ନାମ . .

ସୁରେନ୍ଦ୍ର ମହାନ୍ତି

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆ ସାହିତ୍ୟର ଦିଗବାରେଣି ସ୍ତମ୍ଭ ଯଶସ୍ବୀ ସାହିତ୍ୟରଥୀ ସୁରେନ୍ଦ୍ର ମହାନ୍ତି ~ ଜଣେ ପ୍ରଥିତଯଶା ସାହିତ୍ୟକାର ଭାବେ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଚିରନ୍ତନ ଗର୍ବ। ଗଳ୍ପ, ଉପନ୍ୟାସ, ନାଟକ, ଜୀବନୀ, ଆତ୍ମଜୀବନୀ, ସାହିତ୍ୟ ସମାଲୋଚନା, ପ୍ରବନ୍ଧ, ମୁକ୍ତ ଆଙ୍ଗିକଧର୍ମୀ ଗଦ୍ୟ ଇତ୍ୟାଦିରୁ ତାଙ୍କ ପ୍ରତିଭାକୁ ଆକଳନ କରାଯାଇପାରେ। ~…