Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ ମାଗଣା ଅର୍ଥରେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ନାନା ଶବ୍ଦ ଚଳୁଅଛି । କଳାହାଣ୍ଡୀରେ ମାଗଣା ଅର୍ଥରେ ଉଖ୍’ଲା ଶବ୍ଦ ଚଳୁଅଛି ତେଵେ ବୌଦ୍ଧରେ ଏ ଶବ୍ଦର ଅର୍ଥ ଆଗଚଲା ଅର୍ଥାତ୍ ଯେ ଆଗରେ ଚାଲେ; ନେତା ଅଟେ । ସେଇଭଳି ସମ୍ଵଲପୁରରେ ଉଖ୍’ଲା ହେଵା ଅର୍ଥ ମାନ ମହତ ପଦାରେ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପଞ୍ଚତନ୍ତ୍ରକୁ ଏକ ଗ୍ରନ୍ଥ ବୋଲି କୁହା ଯାଇ ପାରିବ କି ? ଗ୍ରନ୍ଥ ଶବ୍ଦର ଅର୍ଥରେ ଏହାର ଉତ୍ତର ଲୁଚି ରହିଛି, ତେଣୁ ଚାଲନ୍ତୁ ଏ ଶବ୍ଦ ଵିଷୟରେ ଵିସ୍ତୃତ ଜାଣିଵା । ଗ୍ରନ୍ଥ ଏକ ସଂସ୍କୃତ ଵିଶେଷ୍ଯ ଶବ୍ଦ ଏଵଂ ଗ୍ରନ୍ଥ୍ ଧାତୁରେ କର୍ମାର୍ଥେ ଅ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପ୍ରଶ୍ନଟିଏ, ସରଗମ୍ ଏକ ବୈଦେଶିକ ଶବ୍ଦ କି ? ? ? ଉତ୍ତର: ଦେଶଜ ସରଗମ୍ ଶବ୍ଦଟି ବୈଦେଶିକ ଶବ୍ଦ ଭଳି ପ୍ରତିଭାତ ହୁଏ କିନ୍ତୁ ଏହା ଭାରତୀୟ ଶବ୍ଦ ଅଟେ। ହିନ୍ଦି ଶବ୍ଦସାଗର ଅଭିଧାନ ଅନୁସାରେ ସଂଗୀତରେ ସାତସ୍ୱରର ଆରୋହଣ-ଅବତରଣର କ୍ରମକୁ ସରଗମ୍ କୁହାଯାଏ। ପୂର୍ଣ୍ଣଚନ୍ଦ୍ର…
ଲେଖା: ଶିଶିର ସାହୁ ମନୋଜ ଅନୁଗୋଳରେ ପଞ୍ଜୁରୀ ବା ପିଞ୍ଜରାକୁ ଖାଞ୍ଚା କୁହନ୍ତି । ଝୁଡ଼ି, ପାଛିଆ ଆଦି ବାଉଁଶରେ ତିଆରି ପାତ୍ରକୁ ଖାଞ୍ଚି କୁହନ୍ତି ! ଚାଲୁଣୀ ବି ବାଉଁଶରେ ତିଆରି ହୁଏ ଯାହାକୁ ଖଇଁଞ୍ଚି, ବାଉଁଶ ତିଆରି ମାଛଧରା ଯନ୍ତ୍ରକୁ ବି ଖଇଞ୍ଚା କୁହନ୍ତି ! ବାଉଁଶ ପାତିରେ ଛକି ବାଡ଼କୁ କଇଁଚି…

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାର କେତେକ ଅଞ୍ଚଳରେ ladle spoon ବା ଡଙ୍କି କୁ ଅଞ୍ଚଳ ଭେଦରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ବାଲେଶ୍ବରରେ ଡଙ୍କିକୁ କୁହନ୍ତି କୁଡ଼ୁକା । ଏହା ମାନକ କୁଡି଼କା = ଗିନା ଶବ୍ଦ ସହ ସମଧୃତ ହୋଇଥାଇପାରେ । ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଵସ୍ତରରେ ଡଙ୍କିକୁ ଚେଟୁ କୁହାଯାଏ…

ଲେଖା: ଶିଶିର ସାହୁ ମନୋଜ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ବିଂଶ ଶତାବ୍ଦୀରେ ସଂକଳିତ ହୋଇଥିବା ଏକ ଵିଶାଳ ଶବ୍ଦଭିତ୍ତିକ ଜ୍ଞାନକୋଷ । ଏହି ଭାଷାକୋଷରୁ ତତକାଳୀନ ସମୟର ଅନେକ କଥା ଵିଷୟରେ ତଥ୍ୟ ମିଳିଯାଇଥାଏ । ଆଜକୁ ୧୦୦ ଵର୍ଷ ତଳେ ନଥିବା ଅନେକ ଚଳଣି ଏବଂ ୧୦୦ ଵର୍ଷ ପୂର୍ଵର ଵିସ୍ମୃତ ଚଳଣି ଵିଷୟରେ ତର୍ଜମା…

ଲେଖା: ଶିଶିର ସାହୁ ମନୋଜ ଭୁଜଙ୍ଗ ଶବ୍ଦକୁ ନେଇ ଵିଭିନ୍ନ ଜାତୀୟ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଭ୍ରମ ଧାରଣା ପ୍ରଚଳିତ । ହିନ୍ଦୀଭାଷୀ ତାଙ୍କ ଭାଷା ଅନୁସାରେ ଏ ଶବ୍ଦର ଵ୍ଯାଖ୍ଯା କରନ୍ତି, ଯଥା: ଭୂ=ଭୂମିରେ ଜ=ଯଃ ଵା ଯେ; ହିନ୍ଦୀଭାଷୀ ଯେହେତୁ ‘ଜୋ’ କୁହନ୍ତି ଗ=ଗମନ କରିଵା ଅର୍ଥାତ୍ “ ଭୂମିରେ ଯେ…

ଲେଖା: ଶିଶିର ସାହୁ ମନୋଜ କାଞ୍ଜି ସମସ୍ତ ଏସିଆରେ ଲୋକପ୍ରିୟ ହୋଇଥିବା ଏକ ଖାଦ୍ୟଦ୍ରବ୍ୟ । ଏହା ପଖାଳ ଵା ଅନ୍ନର ଵାସିତୋରାଣିରୁ ତିଆରି କରାଯାଇଥାଏ । ବହୁତ ସମ୍ଭବ ଏ ଶବ୍ଦଟି ଦକ୍ଷିଣ ଭାରତୀୟ କିମ୍ବା ପୂର୍ଵଭାରତୀୟ ଦ୍ରାଵିଡ ଭାଷା ପରିଵାରର ଶବ୍ଦ । ଦ୍ରାଵିଡ ଭାଷାପରିବାରର ସବୁଠାରୁ ଶକ୍ତିଶାଳୀ ଭାଷା ତାମିଳରେ କାଞ୍ଜିର…

ଲେଖା: ଶିଶିର ସାହୁ ମନୋଜ ସମାଜରେ ଏମିତି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ କାମ କମ୍ ଖଥା ବେଶୀ ! ଯେତେବେଳେ କାମ କମ୍ ହୋଇଯାଏ ସେତେବେଳେ ସ୍ଵକୃତ୍ୟ ଛୋଟ କାର୍ଯ୍ୟକୁ ବଡ଼ କରି ଦେଖେଇବା ତଥା ତହିଁରୁ ମାନସିକ ଶାନ୍ତି ପାଇବା ହେତୁରୁ ବହୁତ ଶ୍ରମ କରିବାକୁ ଯାଇ କେତେ ଯେ ସତ ମିଛ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ଏମିତି ଅନେକ ଶବ୍ଦ ରହିଛି ଯାହା ଅନ୍ଯ ଭାରତୀୟ ଭାଷାରେ ଦୃଷ୍ଟିଗୋଚର ହୁଏନାହିଁ । ଏହି ଶ୍ରେଣୀୟ ଏକ ଶବ୍ଦ ହେଉଛି ‛ପଝାରି’ । ଏ ଶବ୍ଦର ମୂଳକୁ ନେଇ ନାନା ମତ ରହିଛି । ତନ୍ମଧ୍ୟରୁ କେତୋଟିର ଏଠାରେ ଆଲୋଚନା କରାଯାଉ, ■…