Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଶିଶିର ସାହୁ ମନୋଜ ଆଜିକାଲି ଓଡ଼ିଶାରେ ‘ଟାଉଟର’ ଶବ୍ଦ କେତେକ ଅଞ୍ଚଳର କଥିତ ଓଡ଼ିଆ ଭାଷାରେ ଚଳୁଅଛି । ସାଧାରଣତଃ ଏହା ଗାଳିଦେଵା ସମୟରେ ଵ୍ଯଵହୃତ ହୋଇଥାଏ । ଏ ଟାଉଟର ଶବ୍ଦଟି ପ୍ରକୃତରେ ଵୈଦେଶିକ ଶବ୍ଦ ଅଟେ । ଏହାକୁ ଇଂରାଜୀରୁ ସିଧାସଳଖ ନିଆଯାଇଛି । ଇଂରାଜୀର Touter ଶବ୍ଦ ହିଁ ପୂର୍ଵଭାରତରେ…
ଲେଖା: ଶିଶିର ସାହୁ ମନୋଜ ଜୟନ୍ତୀ ଶବ୍ଦର ଅନେକ ଅର୍ଥ ରହିଛି । ଆଜି ଏକ ନାମଵାଚକ ଶବ୍ଦ ଭାଵେ ଏହା ଓଡ଼ିଶାରେ ଲୋକପ୍ରିୟ ଅଟେ । ତେଵେ ପୁରାଣରେ ଇନ୍ଦ୍ରଙ୍କ କନ୍ଯା, ପାର୍ଵତୀ ଓ ଦୁର୍ଗାଙ୍କୁ ଜୟନ୍ତୀ କୁହାଯାଇଛି । ପୁରାଣୋକ୍ତ ଆଠଜଣ ଦେଵୀଙ୍କ ମଧ୍ୟରେ ଜୟନ୍ତୀ ଅନ୍ୟତମ । ସେହି ଆଠଜଣ ଦେଵୀ…
ଲେଖା: ଶିଶିର ସାହୁ ମନୋଜ ଆଜିକାଲି କିଛିଲୋକ କହିଛନ୍ତି ଯେ ଓଡ଼ିଆ ଭାଷାରେ ପ୍ରଚଳିତ ‘ରୋକିଵା’ କ୍ରିୟାଶବ୍ଦଟି ହିନ୍ଦୀଭାଷାରୁ ଆନୀତ । ଆଜିକାଲି ପଡୋ଼ଶୀଙ୍କ ଭାଷାରେ ଚଳୁଥିଵା ଆମ ଭାଷାର ଶବ୍ଦ ସହିତ ସମ ସାଦୃଶ୍ୟ ଶବ୍ଦଗୁଡ଼ିକୁ ଅନୁକରଣ ଶବ୍ଦ କହିଵାର ପରମ୍ପରା ଆରମ୍ଭ ହୋଇଛି । ଓଡ଼ିଶାର ଓଡ଼ିଆ ଭାଷାର ପ୍ରଥମ ଭାଷାଵିତ ଶ୍ରୀ…
ଲେଖା: ଶିଶିର ସାହୁ ମନୋଜ ସମୁଦ୍ରରେ ବିଭିନ୍ନ ପ୍ରକାର ଭୟଙ୍କର ଜୀଵ ରୁହନ୍ତି । ସେଥି ମଧ୍ୟରୁ ସାର୍କ ଏବଂ ଜେଲିଫିସ୍ (Jellyfish) ଅନ୍ୟତମ । ସାର୍କ ତାର ଆକାର ଏବଂ ତୀକ୍ଷ୍ଣ ଦାନ୍ତ କାରଣରୁ ଲୋକମାନଙ୍କ ପାଇଁ ଵିପଦ ହୋଇଥିଵା ଵେଳେ ଜେଲିଫିସ୍ ତାର ଵିଷାକ୍ତ ଡଙ୍କ କାରଣରୁ ଵିଶ୍ୱରେ ପରିଚିତ । ଯଦି…
ଲେଖା: ଶିଶିର ସାହୁ ମନୋଜ ଭୋଜନ କରିଵା ଅର୍ଥକୁ ସୁଚେଇଵା ପାଇଁ ଓଡ଼ିଆ ଭାଷାରେ ଅନେକ ଶବ୍ଦ ଚଳୁଅଛି । ସାଧାରଣତଃ ଆଦର ଓ ଅନାଦର ଭେଦରେ ଏଗୁଡ଼ିକ ଵ୍ୟଵହାର କରାଯାଉଥିବା ଦେଖାଯାଏ । ● ଖା, ଖାଆ→ଖାଇବା, ଖାଏମା, ଖାଦ୍ୟ (ଖାଦ୍ ଧାତୁ) ● ଭୁଞ୍ଜ→ଭୁଞ୍ଜଇ, ଭୁଜ (ଧାନ), ଭୋଜନ ● ଗିଳ୍→ଗିଳିବା, ଗିଳ୍.ବା…
ଲେଖା: ଶିଶିର ସାହୁ ମନୋଜ ଓଡ଼ିଆଭାଷା ଵିଷୟରେ ଅଜ୍ଞ ଲୋକେ ଵନେଇଵା ଶବ୍ଦକୁ ଏକ ହିନ୍ଦୀରୁ ଆନିତ ଶବ୍ଦ ମନେ କରନ୍ତି ଯେହେତୁ ତାଙ୍କ ଅଞ୍ଚଳରେ ବନେଇବା, ଵନିଵା ଆଦି ଶବ୍ଦ ବଦଳରେ କରିବା, ତିଆରି କରିଵା ଓ ଗଢ଼ିଵା ଆଦି ଶବ୍ଦ ଚଳେ କିନ୍ତୁ ଚର୍ଯ୍ୟାଗୀତି ଓ ସାରଳା ମହାଭାରତରେ ଏ ଶବ୍ଦର ପ୍ରାଚୀନ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ କିଛି ଉତ୍ତର ଭାରତୀୟ ସମିର ଵା ସମୀର ନାମ ଦେଖିଲେ ପଚାରନ୍ତି ଆପଣ ମୁସଲମାନ କି ? ଏମିତି ପଚାରିଵାର କାରଣ ହେଲା ଅନେକ ମୁସ୍ଲିମ୍ ସେ ଭାରତୀୟ ହୁଅନ୍ତୁ କି ଆରଵୀୟ ଏହି ସମିର ଵା ସମୀର ନାମ ରଖିଥାନ୍ତି…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ ଅନୁଗୋଳରେ ଗୋରୀ କନ୍ୟାକୁ କଇରି କୁହାଯାଉଥିଲା ଵେଳେ ଢେଙ୍କାନାଳାଞ୍ଚଳରେ କହରା କେଶଯୁକ୍ତା କନ୍ୟାଙ୍କୁ ଶ୍ରଦ୍ଧାରେ କଇରି ନାମ ଦେଉଥିଵା ଦୃଷ୍ଟିଗୋଚର ହୁଏ । ଏ ଶବ୍ଦଟି ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୂପେ ଚଳୁଅଛି । ନିମ୍ନରେ ଏ ଶବ୍ଦ…
ଲେଖା: ଶିଶିର ସାହୁ ମନୋଜ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପଦ୍ଯରେ ଗୋଟିଏ କାଳ୍ପନିକ କାହାଣୀ ଲେଖିଛନ୍ତି ଲାଵଣ୍ଯଵତୀ, ଯାହାର ନାମ ସାରା ଓଡ଼ିଶାରେ ଲୋକପ୍ରିୟ । ଏକଦା କନ୍ୟାମାନଙ୍କର ଲାଵଣ୍ଯବତୀ ନାମ ରଖାଯାଉଥିଲା । ସାଧାରଣତଃ ଲାଵଣ୍ଯଵତୀ ଶବ୍ଦର ଅର୍ଥ “ଅତିସୁନ୍ଦରୀ ନାରୀ” । ଲାଵଣ୍ୟବତୀ କାଵ୍ଯର ନାୟିକା ବାଞ୍ଛାଵତୀ ମଧ୍ୟ ପରମା ସୁନ୍ଦରୀ ଥିଵା…
ଲେଖା: ଶିଶିର ସାହୁ ମନୋଜ ସନ୍ନିପାତ (ସମ୍+ନି+ପତ୍ ଧାତୁ+ଭାବ ଅ) ଶବ୍ଦର ବହୁ ଅର୍ଥ ହୋଇଥିଲେ ହେଁ ଏହା ଓଡ଼ିଆ ଭାଷାରେ ସାଧାରଣତଃ “ବାତ-ପିତ୍ତ-କଫ”ର ପ୍ରକୋପ-ଜନିତ ଜ୍ୱରରୋଗର ମାରାତ୍ମକ ଆବସ୍ଥା ଅର୍ଥରେ ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ଏ ଶବ୍ଦର ଆନ ଅର୍ଥ ଗୁଡ଼ିକ ଯଥା: ୧. ସମ୍ୟକ୍ ରୂପେ ପତନ ୨. ବିନାଶ…