Physical Address
Sai Samarpanam, Satya Vihar, Bhubaneswar
ଲେଖା: ଓମ୍ ପ୍ରକାଶ ବିଶ୍ୱାଳ ଓଡ଼ିଶାର ଖାଦ୍ୟ ଯେତେ ସୁନ୍ଦର ଖାଦ୍ୟକୁ ନେଇ ଥିବା ଲୋକ କଥା ଓ କାହାଣୀ ଗୁଡା ବି ଆହୁରି ସୁନ୍ଦର। ଆଜି ଆପଣମାନଙ୍କୁ ଶୁଣେଇବି ଚକୁଳି ପିଠାକୁ ନେଇ ଏକ ବହୁତ ମଜାଦାର ଲୋକ କାହାଣୀ… ମୂଳ କାହାଣୀକୁ ମୁଁ ମୋ ଢଙ୍ଗରେ ପୁନର୍କଥନ କରିଛି… “ସାତ ଚକୁଳି ଚଉଦ…
ଦାଣ୍ଡ ଲିପା ହୋଇଥିବ ଗୋବରରେ, ଚିତ୍ର ହୋଇଥିବ ନାନାବର୍ଣ୍ଣୀ ମୁରୁଜରେ । ସେଇ ମୁରୁଜଅଙ୍କା ଚିତ୍ର ଉପରେ ବିରାଜମାନ ହେବେ ରାଧାକୃଷ୍ଣ, ବିମାନରେ ବିଜେ କରି । ଘର ଘର ବୁଲି ଭୋଗ ଖାଇ ଯିବେ ପ୍ରଭୁ । ଫଗୁରେ ଚହଟିବ ସଭିଙ୍କ ମସ୍ତକ । ଡାଲାରେ ସଜାଯାଇଥିବ, ଦୁବ, ଅରୁଆ ଚାଉଳ, ଆମ୍ବଡ଼ାଳ, ନଡ଼ିଆ । ପୂର୍ଣ୍ଣକଳସ ବସିଥିବ, ଚଣାଲଡୁର ଭୋଗ ପ୍ରସ୍ତୁତ ହୋଇଥିବ । ପେଡ଼ିରେ ସାଇତା କର୍ପୁର ଦିଆ ସଫାଲୁଗା ପିନ୍ଧି ସଜ ହୋଇଥାନ୍ତି ବୋଉ, ବଡ଼ବୋଉ . .
ଲେଖା: ଦେଵ ତ୍ରିପାଠୀ ଫୁଲର ବଡ଼ ବଜାର କହିଲେ ଆମେ ଭୁବନେଶ୍ୱରକୁ ହିଁ ବୁଝୁ ! ଇଂରାଜୀ ନୂଆବର୍ଷ କିମ୍ବା ସେପରି କିଛି ଅବସରରେ ଏଠି କୁଆଡ଼େ କୋଟି କୋଟି ଟଙ୍କାର ଫୁଲ ବିକ୍ରି ହୁଏ ! ହେଉଥିବ ! କୃତ୍ରିମତାରେ ଭରା ସହରରେ କୃତ୍ରିମ ଫୁଲର ଚାହିଦା ଅବଶ୍ୟ ଖୁବ୍ ବେଶୀ ! ତେବେ…
ଓଡ଼ିଆ ଘରେ ପିଲାଠୁ ବୁଢ଼ା ଯାଏଁ ବୟସ ନିର୍ବିଶେଷରେ ଅଧିକାଂଶ ପାନ ଖାଇବାରେ ଅଭ୍ୟସ୍ତ । ପାନ ପାଖରେ ଉଚ୍ଚନୀଚ୍ଚ, ବଡ଼ସାନ, ସ୍ତ୍ରୀ ପୁରୁଷର ଭେଦ ନ ଥାଏ ! ରଜାଠୁ ରଙ୍କ ସଭିଙ୍କର ଥାଏ ପାନ ପ୍ରତି ଦୁର୍ବଳତା ! ଓଡ଼ିଆ ର ଭୋଜିଭାତରେ ଶେଷରେ ପାନର ବ୍ୟବସ୍ଥା ନ ଥିଲେ ସେଠି ଯେମିତି ଭୋଜନର ପୂର୍ଣ୍ଣତା ଆସେନା ! ଏମିତିକି ପାନରେ ଅଭ୍ୟସ୍ତ ନ ଥିବା ଲୋକେ ବି ଭୋଜି ଶେଷରେ ପାନ ଖଣ୍ଡେ ପାଟିରେ ପୁରାଇବାକୁ ହେଳା କରେନି . .
ଉତ୍ତରପ୍ରଦେଶ ରାଜ୍ୟର ବହୁଳାଂଶ ଓ ବିହାର ପ୍ରଦେଶର କେତେକାଂଶରେ ଅନ୍ୟ ରାଜ୍ୟର ପାନ ତୁଳନାରେ ଲୋକପ୍ରିୟତା ହାସଲ କରିପାରିଥିଲା ଆମ ହିଞ୍ଜିଳିକାଟୁ ତଥା ଆଖପାଖ ଅଞ୍ଚଳର ପାନ ! ବନାରସୀ ପାନ ବୋଲି ଯେଉଁ ନାମ ଡ଼ାକ, ସେଇ ପାନ କହିଲେ ମୁଖ୍ୟତଃ ଗଞ୍ଜାମର ପାନପତ୍ରକୁ ହିଁ ବୁଝାଇଥାଏ, ପାନର ମସଲା ଅବଶ୍ୟ ଭିନ୍ନ . .
କେଉଁଠି ବ୍ୟବସାୟକୁ ନେଇ, ଅବା କେଉଁଠି ପାନରସିକଙ୍କ ପାଇଁ ଅବା କେଉଁଠି ଦିଅଁଙ୍କ ନୀତି ସହ ଯୋଡ଼ି ହୋଇ ପାନର ମହନୀୟତା ପ୍ରସ୍ଫୁଟିତ ହୋଇଥିଲା; କେଉଁଠି ପାନ ବ୍ୟବସାୟୀମାନେ ଯାବତୀୟ Value Addition କରିବା ସହିତ ନିଜ ନିଜର ବଜାର ଅଂଶ ବଢାଇ ପାରିବାର ସୁଯୋଗ ପାଇଥିଲେ, ମାତ୍ର ବ୍ୟାସଭୂମି ବାଲେଶ୍ଵର ଜିଲ୍ଲାର ପାନଚାଷୀ ଲଢିଚାଲିଥିଲେ ସଂଗ୍ରାମ, ନିଜ ପାନବରଜ ସୁରକ୍ଷା ପାଇଁ, ପାନ ଓ ବରଜକୁ ନେଇ ଯେଉଁ ଆବେଗରେ ବାନ୍ଧି ହୋଇଯାଇଥିଲେ, ସେଇ ଆବେଗଟିକକକୁ ଆବୋରି ଧରି କେତେ ସଂଘର୍ଷ କରିନାହାଁନ୍ତି ସେମାନେ . .
ଏମିତି ଲତାଟିଏ ଯେଉଁ ଥିରେ ନା ଫୁଲ ଫୁଟେ ନା ଫଳ ଧରେ, ଖାଲି ଡାଳି ଓ ପତ୍ର । ପାନଗଛ ଓ 'ବରଜ'କୁ ଲୋକେ ଦେବୀକାଳୀ ରୂପେ ପୂଜା କରନ୍ତି । ସେଥିପାଇଁ ପାନବରଜକୁ ପାନତୋଳିବାକୁ ଯିବାବେଳେ କେତେଗୁଡ଼ିଏ ସତର୍କତା ଅବଲମ୍ବନ କରିବାକୁ ହୁଏ । ଦାନ୍ତ ଘଷୁଥିବା ସମୟରେ, ଶୌଚ ନ ହୋଇ, ମଇଳା ଲୁଗା ପିନ୍ଧି, ଜୋତାଚପଲ ପିନ୍ଧି ବରଜ ଭିତରକୁ ପ୍ରବେଶ କଲେ କିମ୍ବା ପାନପତ୍ର ତୋଳିଲେ ପାନଗଛ ମରିଯାଏ ବୋଲି ଲୋକମୁଖରେ ପରିଚିତ . .
ବଟୁଆର ପାନ ମଧ୍ୟ ଦୁନିଆକୁ ଦେଖାଏ ଓଡ଼ିଆ ଜାତିର ମହାନତା ! ଓଡ଼ିଆକୁ ପର ହାତଭଙ୍ଗା ପାନ ରୁଚେନା ! ଗାଁ ଗହଳିରେ ଓଡ଼ିଆ ଘରକୁ ଅତିଥି ଆସିଲେ, ଓଡ଼ିଆ ଅଣଓଡ଼ିଆ ବାବୁଙ୍କ ପରି ଚୂନଟିକିଏ, ଗୁଆ ନିଖିଏ ରେ ଚେପଟା ପାନଖଣ୍ଡେ ଲବଙ୍ଗ ମାରି ଆଣି ଦିଏନା । ସେ ଆଣି ଥୋଇଦିଏ ତା'ର ବଟୁଆ ବା ପାନପେଡି ! ବଟୁଆରେ ପାନ ଅଛି, ଚୂନ ଅଛି, ଗୁଆ ଅଛି, ଖଇର, ଜାଇଫଳ, ଗୁଣ୍ଡି, ଅଳେଇଚ ସବୁ ଅଛି, ଅତିଥିଦେବତା ତାଙ୍କ ମନକୁ ପାଇଲା ପରି ପାନ ଦି' ଖଣ୍ଡ ଭାଙ୍ଗିନେବେ . .
ସବୁରି ମୂଳରେ ପରା ସେଇ ଜଗା ! ତା' କରୁଣା ନ ହେଲେ ଗଛର ପତ୍ରଟିଏ ବି ହଲିବନି ପରା ! ସବୁ ତା'ରି ଲୀଳା . .
ଉପସ୍ଥାପନା: ଦେଵ ତ୍ରିପାଠୀ ଓଡ଼ିଆ ସଂସ୍କୃତି ତଥା ଧାର୍ମିକ ଚେତନାର ପ୍ରାଣକେନ୍ଦ୍ର ଭାଗବତ ଟୁଙ୍ଗୀ । ସଞ୍ଜ ନଇଁ ଆସିଲାଣି । ତୁଳସୀ ଚଉରା ମୂଳେ ସଳିତା ଜାଳିସାରିଲାଣି ବୋହୂ । ଗୋଟି ଗୋଟି ହୋଇ ତାରା ଫୁଟି ଉଠିଲେଣି ଆକାଶରେ । ଗଛ ମଥାନ ବି ଟିକେ ଚହଲିବାକୁ ନାହିଁ, ଦିନସାରା ଡହ ଡହ…