Category ହଜିଲା ଦିନର କଥା

ତଅପୋଇ

ଲେଖା: ଅମ୍ବରୀଶ ମଙ୍ଗରାଜ   ~ ସ୍ମୃତିରେ ତଅପୋଇ ~ ସେଦିନ ରବିବାର ଛୁଟି, ତେଣୁ ଜାଣିଶୁଣି ଭାଇ ଓ ମୁଁ ଖଟରେ ପଡି ରହିଥିଲୁ ହେଲେ ବୋଉ ପାଟିକରି ଉଠେଇବାକୁ ଲାଗିଲା – ବାଡ଼ିରେ ଆଉ ଗୋଟେ ଫୁଲ ନାହିଁ ଘର ଦିଅଁ ପୂଜା ହେବେ କେମିତି ?? ତମେ ଦିଟା ବିଲ ବିକି…

ହାଣ୍ଡିଧୁଡୁ଼କା

ଲେଖା: ଶିଶିର ମନୋଜ ସାହୁ ~ ହଜିଯାଉଛି ଆମ ପରମ୍ପରା: ହାଣ୍ଡିଧୁଡୁ଼କା~ ଆମ ଅଞ୍ଚଳରେ ଵିଵାହୋତ୍ସଵ ଅଵସରରେ ହାଣ୍ଡିଧୁଡୁ଼କା ବୋଲି ଏକ ପରମ୍ପରା ପୂର୍ଵେ ଵିଶେଷ ଭାବରେ ପ୍ରଚଳିତ ଥିଲା । ହାଣ୍ଡିଧୁଡୁ଼କା ଵିଵାହ ଚତୁର୍ଥୀ ପରଦିନ କରାଯାଇଥାଏ । ଏହିଦିନ ବରର ଭଉଣୀ ଵା ଭାଉଜ ଗୋଟାଏ ହାଣ୍ଡିରେ ଖପରା ଓ ପାଉଁଶ ରଖି…

ଚିଠିପତ୍ର

ଲେଖା: ଅକ୍ଷୟ ଓଝା ଦୂର ସମ୍ପର୍କକୁ ଚିଠି ମାଧ୍ୟମରେ ନିକଟ କରିବାର ମଣିଷ ସମାଜରେ ଚଳି ଆସୁଥିବା ଚଳନୀ ଆଉ ନାହିଁ । ଚିଠି, ଡାକଘର, ପୋଷ୍ଟକାର୍ଡ, ଲଫାପା, ତାର, ଅନ୍ତର୍ଦେଶୀୟ ପତ୍ର, ପୋଷ୍ଟ ପିଅନ ସବୁ ଯେମିତି ଅତୀତର ଗର୍ଭରେ ଲୁପ୍ତ ପାଇ ଗଲାଣି । ସମୟ ଥିଲା ମଣିଷ ଜୀବନର ସବୁଠୁ ଆବଶ୍ୟକ…

ରଜ

ଲେଖା: ଅକ୍ଷୟ ଓଝା ପାଚିଲା ପଣସ ବାସ୍ନାରୁ ରଜ ଆସେ । ବାଡ଼ି ଆମ୍ବବଗିଚାର ଶେଷ ଫଳ ବେଳକୁ ରଜ ଆସେ । ଗାଆଁର ବାତାବରଣରେ ଏକ ରଜମଉଜର ହାୱା ବହିଯାଏ । ରଜ ଆସୁଛି ଝୁଲଣରେ । ବୁଢ଼ାଠୁ ପିଲା ଯାଏ ରଜ ପାଇଁ ମାତିଉଠନ୍ତି । ପଲ୍ଲୀରେ ଆନନ୍ଦ ଖେଳିଯାଏ କେଇଦିନ ପାଇଁ।…

ଅଲେଖ ମହିମା

ଲେଖା: ଅକ୍ଷୟ ଓଝା ଉତ୍କଳୀୟ ପରମ୍ପରାରେ ଅଲେଖ ମହିମାଧର୍ମ ଏକ ସବିଶେଷ ଅଙ୍ଗ । ଧର୍ମଧାରଣାରେ ହିନ୍ଦୁ ସମ୍ପ୍ରଦାୟ ଅଲେଖ ଧର୍ମକୁ ବହୁତ ସମ୍ମାନ ଦେଇ ଆସିଛି । ରେଢ଼ାଖୋଲର ସନ୍ଥ ଭୀମଭୋଇ ଆବିର୍ଭାବ ହେବା ପରେ ଅଲେଖ ଧର୍ମ ପରମ୍ପରା ପୁରା ଓଡ଼ିଶା ମାଟିରେ ବିସ୍ତାର ଲାଭ କରିଥିଲା । ଲୋକେ ଅଲେଖ ଧର୍ମାବଲମ୍ବୀ…

ଗାଁ ମଶାଣି

ଲେଖା: ଅକ୍ଷୟ ଓଝା ଯେଉଁଠି ଏନ୍ତୁଡି, ସେଇଠି ମଶାଣି । ମୋ ଗାଁ ମଶାଣି । ଆମ ଗାଁ ସ୍ଵର୍ଗଦ୍ୱାର । ଆମ ଗାଁର ସେଇ ଦାଣ୍ଡିପଡି଼ଆ କଣରେ । ଶେଷ ଯାତ୍ରାରେ କେତେ ଯେ ଗଲେଣି ମୁଁ ଗଣିପାରିନି କେବେ ! କିନ୍ତୁ, ହଁ ଅନେକ ଗଲେଣି ଯେଉଁମାନଙ୍କ କୋଳରେ କାଖରେ ବଢ଼ିଥିଲି !…

ଗାଁ ଖେଳପଡ଼ିଆ

ଲେଖା: ଅକ୍ଷୟ ଓଝା ଗାଁ ଖେଳପଡ଼ିଆ । ସ୍କୁଲରୁ ଫେରିବା ମାତ୍ରେ ହିଁ କ’ଣ ଦିଟା ଖାଇଦେଇ ସିଧା ପଡ଼ିଆରେ । ବେଶ କୋଳାହଳ ହେଇଯାଏ ଖେଳ ପଡିଆ । ବ୍ୟାଟ ବଲ୍ ଷ୍ଟମ୍ପ ସବୁ ପହଞ୍ଚିଯାଏ । ଦୁଇ ଭାଗରେ ବାଣ୍ଟି ଯାଆନ୍ତି ଖେଳାଳି । ଟସ୍ ପଡ଼େ । ବ୍ୟାଟିଂ ବାଲା ଗ୍ରୁପ୍…

ମାଟିକାନ୍ଥ

ଲେଖା: ଅକ୍ଷୟ ଓଝା ମାଟି ଘର ନାହିଁ ନା ଆଉ ସେ ମାଟିକାନ୍ଥ ବି ନାହିଁ । ସମୟ ଗର୍ଭରେ ସବୁ ଲୀନ ହେଇ ଯାଇଛି । ଅତ୍ୟାଧୁନିକ ଜୀବନ ଶୈଳୀରେ ପୁରାତନ ସମାଜରେ ମାନବ ଜୀବନର ରହଣି ସହଣି ଧୀରେ ଧୀରେ ଅପସରି ଗଲାଣି । ଚାଳ ଛପର ଘର ଓ ମାଟିର କାନ୍ଥ…

ଝୋଟିଚିତା

ଲେଖା: ଦେଵ ତ୍ରିପାଠୀ ଇଏ କୋଉ ଅସିଆ କାଳର ମସିଆ କଥା । ବାହାଘର ହବ । ଗାଁ ଟା ଯାକ ଲୋକଙ୍କ ଖୁସି କାହିଁରେ କ’ଣ ! ମୁରବିମାନେ ଲାଗିପଡିଥିବେ ଯେଝା କାମରେ । ଘର ଗୋଟାକ ନୂଆ ଦୁଶୁଥିବ ! ବରକନ୍ୟାଙ୍କ ମଙ୍ଗୁଳାଘରେ ମଙ୍ଗନକୃତ୍ୟ ଦିନ ବିବାହ ବିଷୟକ ଚିତ୍ରସବୁ ଅଙ୍କାଯିବ !…

ଭାଗବତ ଟୁଙ୍ଗି

ଲେଖା: ଅକ୍ଷୟ ଓଝା ପରମ ଶାସ୍ତ୍ର ଭାଗବତ। ଅଭ୍ୟାସ କରୁଥିବ ନିତ୍ୟ।। ଆଗ କାଳରେ ପ୍ରତ୍ୟେକ ଗାଆଁରେ ଭାଗବତ ଟୁଙ୍ଗି ଥିଲା । ସଞ୍ଜ ନଇଁ ଆସିଲେ ଗାଆଁର ଝିଅ ବୋହୂମାନେ ଦୀପଟିଏ ଜାଳି ଦେଉଥିଲେ ଭାଗବତ ଘରେ । ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିଟିଏ କିମ୍ବା ତ୍ରୀମୂର୍ତ୍ତି ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ପାଖରେ…