Category ଓଡ଼ିଶାର ବରପୁତ୍ର

ପଣ୍ଡିତ ଜଗନ୍ନାଥ ଦାସ

ଉପସ୍ଥାପନା: ଦେଵ ତ୍ରିପାଠୀ ସୁଧାଭକ୍ତିର ଉଦ୍ଗାତା ପଣ୍ଡିତ ଜଗନ୍ନାଥ ଦାସ । କାର୍ତ୍ତିକ ମାସରେ ଶ୍ରୀମନ୍ଦିର ବେଢାରେ କଳ୍ପବଟ ମୂଳରେ ଜଣେ ଶାସ୍ତ୍ରଜ୍ଞ ପଣ୍ଡିତ ସଂସ୍କୃତ ଭାଷାରେ ରଚିତ ଭାଗବତର ପାରାୟଣ କରୁଥିଲେ ଓ ତା’ର ଅର୍ଥ ସରଳ ସଂସ୍କୃତ ଭାଷାରେ ବ୍ୟାଖ୍ୟା କରୁଥିଲେ । ଫଳରେ ଅପେକ୍ଷାକୃତ ଶାସ୍ତ୍ରଜ୍ଞାନ ଅଧିକାରୀ ମୁଷ୍ଟିମେୟ ସମବେତ ଜନତା…

ଉତ୍କଳରତ୍ନ ପ୍ରଫେସର ପଠାଣି ପଟ୍ଟନାୟକ 

ଲେଖା: ଦେଵ ତ୍ରିପାଠୀ “ଜୀବନର ଚଲାପଥ”ରେ ସେ ପଢିଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ପରଖିଥିଲେ ସେମାନଙ୍କ କୃତିକୁ, ପରଖି ଦେଖୁ ଦେଖୁ ସେ ବନିଯାଇଥିଲେ ଗବେଷକ, ଓଡ଼ିଆ ଗବେଷଣା ସାହିତ୍ୟ ଜଗତର କିମ୍ୱଦନ୍ତୀ ପୁରୁଷ; “ଜୀବନର ଚଲାପଥ”ରେ ସେ ମଧ୍ୟ ଦିଗ ଦର୍ଶାଇ ଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ସେ ଓଡ଼ିଆ ଗବେଷଣା ସାହିତ୍ୟ ଜଗତର ଭୀଷ୍ମ ପିତାମହ…

ଭକ୍ତ ଉଜିର ବେଗ

ଉପସ୍ଥାପନା: ଶିଶିର ସାହୁ ମନୋଜ “ମିଥ୍ୟା ମାୟା ସଂସାର କେହି ନୁହେଁ କାହାର, ମାତିଛୁ ଘେନି ପରିବାରରେ ନ ଭଜିଲେ କୃଷ୍ଣଙ୍କୁ ଗତି ନାହିଁ ପଛକୁ, ଚାହୁଁ ଚାହୁଁ ଜୀବ ଯିବ ତୋରରେ।” ଓଡ଼ିଶାରେ ମୁସ୍ଲିମ ଭକ୍ତ ସାଲବେଗ ବଡ଼ ଲୋକପ୍ରିୟ କିନ୍ତୁ ଆଉଜଣେ ଯବନ ଭକ୍ତ ଉଜିର ବେଗ ପ୍ରାୟତଃ ଅଜଣା । ଉଜିର ବେଗଙ୍କର…

ଦାଶରଥୀ ପଟ୍ଟନାୟକ

ଲେଖା: ଦେଵ ତ୍ରିପାଠୀ ରାଜ୍ୟ ନ ଥାଇ ବି ସେ ଥିଲେ ରାଜା, ନିଜେ ବେଶୀ ପାଠ ନ ପଢି ମଧ୍ୟ ସେ ଜନସାଧାରଣଙ୍କ ମଧ୍ୟରେ ପଠନର ସ୍ପୃହା ସୃଷ୍ଟି ପାଇଁ ନିଜ ଜୀବନକୁ ତିଳ ତିଳ କରି ବିତାଇଥିଲେ, ସେ ଥିଲେ ସାର୍ଥକ କର୍ମଯୋଗୀ, ନିଷ୍ଠାପର ସଂଗଠକ, ଖ୍ୟାତନାମା ସଂଗ୍ରାହକ, ସମାଜସଂସ୍କାରକ, ସାହିତ୍ୟ ପ୍ରଶଂସକ…

ଜୟନ୍ତ ମହାପାତ୍ର

ଲେଖା: ଦେଵ ତ୍ରିପାଠୀ ଭାରତମାଟିର ପାବ୍ଲୋ ନେରୁଦା କବି ଉତ୍କଳରତ୍ନ ପ୍ରଫେସର ଜୟନ୍ତ ମହାପାତ୍ର । ପଦାର୍ଥ ବିଜ୍ଞାନର ପ୍ରଧ୍ୟାପକ ଭାବରେ ସେ ହୃଦୟଙ୍ଗମ କରିପାରିଥିଲେ ଯେ ଏଇ ବିଜ୍ଞାନର ଉର୍ଦ୍ଧ୍ବରେ ଅନେକ କିଛି ଅଛି ଯାହା ଏହି ବିଜ୍ଞାନ କେବେ ଦେଇପାରିବ ନାହିଁ । ଏଇ ବିଜ୍ଞାନ କେବେ ଆତ୍ମାକୁ ଛୁଇଁ ପାରିବ ନାହିଁ…

ମହାରାଜା ଭେଙ୍କଟେଶ୍ଵର ଦେଓ

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଭୟ, ଆତଙ୍କ, ଅଶିକ୍ଷା, ଅନ୍ଧବିଶ୍ୱାସ ଓଡ଼ିଆ ଜାତିକୁ ଆତ୍ମବିଲୁପ୍ତ କରିଦେଇଥିଲା। ଦ୍ଵିତୀୟାର୍ଦ୍ଧର କିଛି କାଳ ପର୍ଯ୍ୟନ୍ତ ଏ ଜାତିର ନିର୍ବେଦତା ଲାଗି ରହିଲା। ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଗୋଟିଏ ଇତିହାସ ପ୍ରସିଦ୍ଧ ଜାତିର ମେରୁଦଣ୍ଡକୁ ଦୋହଲାଇ ଦେଇ ଶ୍ମଶାନିତ କରିଦେଲା। ଛିନ୍ନବିଛିନ୍ନ ହୋଇଗଲା ଧର୍ମ, ଦର୍ଶନ,…

କାଇପଡା କଳାମାଟିଆ ଗୁଳିକାଣ୍ଡ 

 ଉପସ୍ଥାପନା: ନିରଞ୍ଜନ ସାହୁ ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ନଛୋଡବନ୍ଧା ନୀତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖରେ ‘କର ବା ମର’ ସ୍ଲୋଗାନ ଦେଇ ସ୍ଵାଧୀନତା ସଂଗ୍ରାମ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସାରା ଦେଶରେ ଏ କଥା ବିଦ୍ୟୁତ ବେଗରେ ବ୍ଯାପିଗଲା ଓ ପ୍ରବଳ…

ପ୍ରଣବ ପଟ୍ଟନାୟକ 

ଲେଖା: ଦେଵ ତ୍ରିପାଠୀ ତାଙ୍କ ସଙ୍ଗୀତରେ ଭାବ ଓ ଭାଷା ଥାଏ ଲାଳିତ୍ୟପୁର୍ଣ୍ଣ, ମଧୁର । ତାଙ୍କ ସୁର ଶୁଣି ଆତ୍ମବିଭୋର ହୁଏ ଶ୍ରୋତା । ତାଙ୍କ କଣ୍ଠରେ ଭାବ, ଭାଷା ଓ ଧ୍ୱନିର ଥାଏ ଏକ ସୁନ୍ଦର ସମନ୍ୱୟ, ସେଥିପାଇଁ ତାଙ୍କ ଗୀତସବୁ ହୋଇଯାଏ ଅପାସୋରା, ତନୁମନ ଶିହରାଇଦିଏ, ଲିପିବଦ୍ଧ ହୋଇଯାଏ ଶୃତିରେ, ସ୍ମୃତିରେ…

ମାଳତୀ ଚୌଧୁରୀ

ଲେଖା: ବିଶ୍ୱଜିତ ରାଉତରାୟ ଅଣଓଡିଆ ଝିଅଟିଏ । ଜନ୍ମ ତାଙ୍କର ସମ୍ଭ୍ରାନ୍ତ ଘରେ । ଶାନ୍ତିନିକେତନରେ ପାଠପଢା । ସେ ମେଧାବୀ ସେ ହସ୍ତଶିଳ୍ପୀ ସେ ସଙ୍ଗୀତଜ୍ଞା ସେ ଥିଲେ ସର୍ବଗୁଣସମ୍ପନ୍ନା । ପରିଚୟ ହେଲା ଦିନେ ଜଣେ ଓଡିଆପୁଅ ସହିତ ! ପରିଚୟ ଶୁଭପରିଣୟରେ ପରିବର୍ତ୍ତନ ହେଇଗଲା । ନିଜର ଆତ୍ମୀୟ ଓ ଅତୀତ…

ମହନ୍ତ ବିହାରୀ ଦାସ

ଲେଖା: ଦେଵ ତ୍ରିପାଠୀ ଥିଲେ ଜଣେ ମଠମହନ୍ତ । ସେ ମଠର ବହଳ ଚାରିକାନ୍ଥ ଭେଦି ତାଙ୍କ ମନପ୍ରାଣକୁ ଭେଦୁଥିଲା ବିକଳ ଡାକ ! ସେଇ ମାଟିର ଡ଼ାକ, ମାଟିମା’ର ଡାକ ! ତାଙ୍କ କାନରେ ବାଜୁଥିଲା ଭାଷାଜନନୀର ବିକଳ କାନ୍ଦଣା । ବିଦେଶୀ ହିନ୍ଦୀଭାଷାର ପ୍ରଚଣ୍ଡ ଆଘାତରେ କ୍ଷତାକ୍ତ ଜନନୀର ଯନ୍ତ୍ରଣାକୁ ଅନୁଭବ କରୁଥିଲେ…