Category ମହାମନିଷୀଗଣ

ଗୋଦାବରୀ ଦେବୀ

ଲେଖା: ନିରଞ୍ଜନ ସାହୁ ୧୯୩୪ ମସିହା ମଇ ମାସ ୩୧ ତାରିଖର ରୌଦ୍ରଦଗ୍ଧ ମଧ୍ୟାହ୍ନ । ଯାଜପୁର ବରୀ ଅଞ୍ଚଳର ବାଗଦା ଗ୍ରାମର ଚୌଧୁରୀ ବାମନ ଚରଣ ଦାସଙ୍କ ଚଉପାଢ଼ୀ । ସେତେବେଳର ଲଙ୍ଗଳା ଫକୀର ବାପୁଜୀ ବିଶ୍ରାମ ନେଉଥାନ୍ତି ଚଉପାଢ଼ୀ ଉପରେ । ଟିକେ ଦୂରରେ ଥାଆନ୍ତି ଓଡ଼ିଆ ଜାତିର ଚିର ନମସ୍ୟ ଗୋପବନ୍ଧୁ…

ପ୍ରଭାବତୀ ଦେବୀ

ଲେଖା: ନିରଞ୍ଜନ ସାହୁ ପାଠପଢା ମାତ୍ର ପଞ୍ଚମ ଶ୍ରେଣୀ । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପାଇଛନ୍ତି ‘ରାଷ୍ଟ୍ରବୀର’ ସମ୍ମାନ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦେଇଛନ୍ତି ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି, ମାନ୍ୟବର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଇଛନ୍ତି ତାମ୍ରଫଳକ ସହ ପ୍ରଶସ୍ତି ପତ୍ର, ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ପରିଷଦ, କେନ୍ଦ୍ର ସରକାର, ରାଜ୍ୟ ସରକାର…

ଉତ୍କଳ ଭାରତୀ

ଲେଖା: ନିରଞ୍ଜନ ସାହୁ “ପ୍ରଚଣ୍ଡ ମାର୍ତ୍ତଣ୍ଡ ତାପେ ଦଗ୍ଧକ୍ଲିଷ୍ଟ କ୍ଲାନ୍ତି ପଥଶ୍ରାନ୍ତ ପାନ୍ଥେ ଦେଉ ଛାୟା ଅବିଶ୍ରାନ୍ତ ମହତ ହିତ ବ୍ରତର ଏ କି ତୋ ଦୃଷ୍ଟାନ୍ତ ! ଶିଖାଅ ହେବି ତୋ ସମ ସୁବିନୀତ ନମ୍ର ମନ ଅକାତରେ ଭବସେବା ଯାଉଥିବି କରି ମୋ କ୍ଷୁଦ୍ର ଆୟାସେ ବହୁ କ୍ଲେଶ ନେବି ହରି ପ୍ରତିଦାନେ…

ଶଶୀଭୂଷଣ ରାୟ

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହାର କଥା । କଟକରେ ଆୟୋଜିତ ହୋଇଥାଏ କବିସମ୍ରାଟଙ୍କ ଉପରେ ଏକ ଆଲୋଚନା ଚକ୍ର । ସଂଯୋଜକ ଭଞ୍ଜ ଭଗୀରଥ ବିଛନ୍ଦ ପଟ୍ଟନାୟକ, ଅଧ୍ୟକ୍ଷତା ଉତ୍କଳ ସାହିତ୍ୟର ପ୍ରାତଃ ସ୍ମରଣୀୟ ବାଗ୍ମୀ ଗୋପାଳ ପ୍ରହରାଜ, ଆଲୋଚକ ଭାବେ ଯୋଗ ଦେଇଥାନ୍ତି ବହୁ ପ୍ରାବନ୍ଧିକ, ବକ୍ତା । ବିଦଗ୍ଧ ଶ୍ରୋତା ମଣ୍ଡଳୀରେ…

ଗୋପାଳବଲ୍ଲଭ ଦାସ

  ଲେଖା: ନିରଞ୍ଜନ ସାହୁ “ମୁଁ ସାତ ଆଠ ବର୍ଷର ହୋଇଥାଏ । ଧୋବଣୀ ଲୁଗା ନେଇ ଆସିଲା । ମୁଁ ତାକୁ ପଚାରିଲି — ତୁ କି ଜାତି ? ମୋର ଏତିକି କଥା ବାପା ଶୁଣିପାରିଲେ । ସଙ୍ଗେ ସଙ୍ଗେ ମୋ ପାଖକୁ ଚାଲି ଆସି କହିଲେ, “ଶାଶୁଖାଇ ! ଜାତିକଥା କାହାକୁ…

ନାଟ୍ୟକାର ଆପନ୍ନା ପରିଚ୍ଛା

ଲେଖା: ବିଷ୍ଣୁ ମୋହନ ଅଧିକାରୀ ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ ନାଟ୍ୟକାର ଆପନ୍ନା ପରିଚ୍ଛା । ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା। ୧୮୭୯ ମସିହା ମଇ ମାସ…

କାଳୀଚରଣ ପଟ୍ଟନାୟକ

ଲେଖା: ଦେଵ ତ୍ରିପାଠୀ ସେ ଥିଲେ ଆଧୁନିକ ଓଡ଼ିଆ ମଞ୍ଚ ନାଟକର ପ୍ରାଣପ୍ରତିଷ୍ଠାତା, ସେ ଥିଲେ ଓଡ଼ିଆ ନାଟ୍ୟଶାସ୍ତ୍ରର “ଭରତମୁନି”, ସେ ହିଁ ଆରମ୍ଭ କରିଥିଲେ ଓଡ଼ିଆ ସାହିତ୍ୟରେ ଏକାଙ୍କିକାର ଯୁଗ, ସେ ପୁଣି ପ୍ରକାରାନ୍ତରେ ଆଣିଦେଇଥିଲେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମର୍ଯ୍ୟାଦା I ସେ ଥିଲେ ଏକାଧାରରେ ନାଟ୍ୟକାର, କବି, ପ୍ରାବନ୍ଧିକ, ଗୀତିକାର, ସୁରକାର,…

ସ୍ଵାମୀ ବିଚିତ୍ରାନନ୍ଦ ଦାସ

ଲେଖା: ନିରଞ୍ଜନ ସାହୁ ଗୋଟିଏ ବୃନ୍ତରେ ଦୁଇଟି ସୁଗନ୍ଧଯୁକ୍ତ ପୁଷ୍ପ । ସ୍ଵାମୀ ବିଚିତ୍ରାନନ୍ଦ ଦାସ ଏବଂ ଭୁବନାନନ୍ଦ ଦାସ। ଜମଜ। ପୁରୀ ଜିଲ୍ଲାର କୁରୁଞ୍ଜିପୁର ଶାସନ। ସେଦିନ ଥିଲା ୧୮୮୫ ମସିହାର ମେ ମାସ ୧୪ ତାରିଖ। ଓଡ଼ିଶା ପାଇଁ ଏକ ବିଶେଷ ଦିବସ। ଧରାବତରଣ କରିଥିଲେ ଆମ ଓଡ଼ିଶାର ଦୁଇଟି ଶିଶୁ, ରାମଚନ୍ଦ୍ର…

ଚନ୍ଦ୍ରମୋହନ ମହାରଣା

ଲେଖା: ନିରଞ୍ଜନ ସାହୁ ଜାତୀୟ ଚରିତ୍ର ଗଠନରେ ଶିକ୍ଷା ହିଁ ଏକ ସୁଦୃଢ଼ ଭିତ୍ତି, ଏହା ସର୍ବଥା ସ୍ଵୀକାର୍ଯ୍ୟ । ଜାତୀୟ ଚରିତ୍ର ବ୍ୟତୀତ ଜାତୀୟ ଜୀବନ ଶୁଦ୍ଧ, ପୂତ, କ୍ରିୟାଶୀଳ ଓ ଶକ୍ତିଶାଳୀ ହୋଇ ନପାରେ । ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଲୋକଙ୍କୁ ଶିକ୍ଷିତ, ସଂଗଠିତ, ଐକବଦ୍ଧ କରିପାରିଲେ ଜାତୀୟ ଶିକ୍ଷାର ବିକାଶ…

ଗଣକବି

ଲେଖା: ବନ୍ଧନ ଦଳେଇ ଓଡିଆ ନାଟ୍ୟ ସାହିତ୍ୟର ବିକାଶରେ ଲୀଳା, ସୁଆଙ୍ଗ, ଗୀତିନାଟ୍ୟ, ଗୀତାଭିନୟ ନୃତ୍ୟଗୀତ ଉତ୍କଳୀୟ ନାଟ୍ୟକଳାର ଶ୍ରେଷ୍ଠ ନିଦର୍ଶନ ଏଥିରେ ସନ୍ଦେହ ନାହିଁ। ଏସବୁ ଉତ୍କଳୀୟ ନାଟ୍ୟ ପରମ୍ପରାର ଅଗ୍ରଗତି କରାଇବାରେ ଯାହାଙ୍କ ବିଶିଷ୍ଟ ଭୂମିକା ରହିଛି, ସେ ହେଉଛନ୍ତି ଗଣକବି ବୈଷ୍ଣବ ପାଣି। କଟକ ଜିଲ୍ଲା ବିରୂପାନଦୀ କୂଳସ୍ଥ ମାହାଙ୍ଗା ଥାନା…