ଲେଖା: ନିରଞ୍ଜନ ସାହୁ

“ବାବୁ ଭିକାରୀ ଚରଣ, ବହି ଖଣ୍ଡିକ ପାଇଲି। ରୋଗ ଶଯ୍ୟାରେ ଏକା ନିଃଶ୍ବାସରେ ଶେଷ କଲି। ସମାଜକୁ ଦଶ ନଖରେ ବିଦାରି ପକେଇଛୁ ।”
   
ଏହା ଥିଲା ବ୍ୟାସକବି ଫକୀରମୋହନଙ୍କ ମନ୍ତବ୍ୟ, ‘ସଂସାର ଚିତ୍ର‘ ନାଟକ ପଢ଼ିବା ପରେ। ତେବେ କିଏ ଏହି ଭିକାରୀ ଚରଣ ? ପୁତ୍ର କନ୍ୟା ବଞ୍ଚୁ ନ ଥିବାରୁ ମା’ ପୁଅଟିକୁ ଜନ୍ମରୁ ପାଲୁଣି ବୁଢୀ ହାତକୁ ଟେକି ଦେଇ ପରେ ପରେ ଭିକ ମାଗି ଆଣିଥିଲେ ମା ପିତେଇ ଦେଇ। ପରବର୍ତ୍ତୀ ସମୟରେ ସେ ପିଲାଟି ରାୟବାହାଦୁର ଭିକାରୀ ଚରଣ ପଟ୍ଟନାୟକ (Bhikari Charan Pattanayak) ନାମରେ ଓଡ଼ିଶାରେ ବିଦିତ ହେଲା।
       
ବାରବାଟୀ ଦୁର୍ଗ ଦର୍ଶନ କରି, ମାତ୍ର ଏକାଦଶ ଶ୍ରେଣୀର ଛାତ୍ର ଭିକାରୀ ଚରଣ ୧୮୯୬ ମସିହାରେ ସମର୍ପଣ କଲେ ଓଡ଼ିଆ ସାହିତ୍ୟରେ ପ୍ରଥମ ଐତିହାସିକ ନାଟକ ‘କଟକ ବିଜୟ‘ । ଶତ ମୁଖରେ ପ୍ରଶଂସିତ ହୋଇଗଲା ନାଟକଟି। ବାଗ୍ମୀ ବିଶ୍ଵନାଥ କର ନିଜ ଛାପାଖାନାରେ ଛପାଇ ପକାଇଲେ ନାଟକଟିକୁ। ଏହା ପରେ ଆଉ ପଛକୁ ଫେରି ଚାହିଁବାର ଅବକାଶ ନଥିଲା ଲେଖକଙ୍କର । ନିରୂପମା, କର୍ମକ୍ଷେତ୍ର, ରାଜା ପୁରୁଷୋତ୍ତମ, ନନ୍ଦିକେଶ୍ଵରୀ, ସଂସାର ଚିତ୍ର, ଭଳି ନାଟକ ରଚନା ପରେ ‘ଗୃହଶିଳ୍ପ‘ ଇତ୍ୟାଦି ପୁସ୍ତକ ରଚନା ଓଡ଼ିଆ ସାହିତ୍ୟକୁ ଗତିଶୀଳ କରିବାରେ  ତାଙ୍କର ସୃଷ୍ଟିଜଗତ ଅବସ୍ମରଣୀୟ। ସେ ସୌଖିନ ସ୍ରଷ୍ଟା ନଥିଲେ। ତାଙ୍କ ସୃଷ୍ଟି ସମ୍ଭାର ଥିଲା, ସାମାଜିକ ଚାହିଦା ଓ ଜୀବନ ଧାରଣ ପାଇଁ ମାର୍ଗସନ୍ଧାନୀ ଉପାୟ ମଧ୍ୟ।
      
“ଚାକିରୀ ବାସନା ଘେରିଛି ରଣ କୁହୁଡି ପରି,
ଆଣ୍ଠୁ ଗଣ୍ଠି ଛିଡି ଯାଇଛି ସିନା ତହିଁ ପହଁରି।
ମହାରୋଗ ଏକ ଘାରିଲା ଆମ ଦେଶକୁ ଏହି,
ତା’ର ପ୍ରତିକାର ପାଇଁକି ରାଜି ନୁହଁନ୍ତି କେହି ” ।
ପାଶ୍ଚାତ୍ୟ ଶିକ୍ଷାପ୍ରଣାଳୀରେ ପ୍ରଭାବିତ ଯୁବକଯୁବତୀ ଚାକିରି  ଖୋଜିବାକୁ ବ୍ୟସ୍ତ ନ ହୋଇ ସ୍ଵ ସ୍ଵ କୌଳିକ ବୃତ୍ତିରେ ମନଦେଇ ରୋଜଗାରକ୍ଷମ ହୋଇପାରିବେ – ଏହାହିଁ ଥିଲା ତାଙ୍କର ମାର୍ଗଦର୍ଶନ, ଯାହାକି ଆଧୁନିକ ସମୟରେ ବୈଷୟିକ ଶିକ୍ଷା ଓ ତାଲିମ। ଓଡ଼ିଶାର କୁଟୀର ଶିଳ୍ପର ଜନକ (Father of Cottage Industry in Odisha) ହିଁ ଭିକାରୀ ଚରଣ ପଟ୍ଟନାୟକ ଅଭଙ୍ଗା କଣ୍ଢେଇ ତିଆରି କୁଟୀର ଶିଳ୍ପ ମହଲରେ ଆଲୋଡନ ସୃଷ୍ଟି କରିଥିଲା ସେ ସମୟରେ। ତାଳପତ୍ର, କୁଟା, କାଇଁଚ, ଛିଣ୍ଡା କାଗଜ ଇତ୍ୟାଦି କାର୍ଯ୍ୟରେ ଲାଗିଲେ ଗ୍ରାମୀଣ ବେରୋଜଗାରୀ ମଧ୍ୟ ରୋଜଗାରକ୍ଷମ ହୋଇପାରିବେ- ଏହି ଚିନ୍ତାଧାରାର ପ୍ରବର୍ତ୍ତନ ଆରମ୍ଭ ହେଲା ୧୯୨୫ ମସିହାରେ।
   
ବ୍ରିଟିଶ ସରକାର ଗୁଣଗ୍ରାହୀ ଥିଲେ। ତାଙ୍କର ଏହି ମହାନ କାର୍ଯ୍ୟକୁ ଲକ୍ଷ୍ୟ କରି  ରାୟସାହେବ, ରାୟବାହାଦୁର, କାଇଜର – ଇ – ହିନ୍ଦ୍ ଉପାଧିରେ ଭୂଷିତ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମାନ ଜଣାଇ ଥିଲେ ଡକ୍ଟରେଟ ଉପାଧି ପ୍ରଦାନ କରି।

ଯୋଗଜନ୍ମା ଭିକାରୀ ଚରଣ ପଟ୍ଟନାୟକ ୧୮୭୭ ମସିହା ଡିସେମ୍ବର ୨୧ ତାରିଖରେ କଟକ ଜିଲ୍ଲା ହୁରୀସାହି ଗ୍ରାମରେ ଭୂମିଷ୍ଠ ହୋଇଥିଲେ ଏବଂ ୧୯୬୨ ମସିହା ଜାନୁଆରୀ ୨୨ ତାରିଖରେ ପରଲୋକ ଗମନ କରିଥିଲେ ।

© Niranjan Sahu

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

17 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago