ପର୍ଯ୍ୟଟନ କ୍ଷେତ୍ର

ରାଜରଣପୁର ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗେଶ୍ୱରୀ (Maa Maninageswari)

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ
ନୟାଗଡ଼ ଜିଲା ଅନ୍ତର୍ଗତ ରାଜ ରଣପୁରର ମୈନାକ ପର୍ବତରେ କାହିଁ କେଉଁ ଅନାଦି କାଳରୁ ପୂଜା ପାଇଆସୁଛନ୍ତି ମା’ ମଣିନାଗ । ବିଶ୍ୱାସ କରାଯାଏ ମା’ ହେଉଛନ୍ତି ସର୍ବ ଦୁଃଖ ନିବାରିଣୀ। ସେ ଭକ୍ତଙ୍କ ଦୁଃଖ ଖଣ୍ଡନ କରିଥାନ୍ତି।
ରାଜ ରଣପୁରଠାରୁ ଅନତି ଦୂରରେ ମା’ମଣିନାଗଙ୍କୁ ଦର୍ଶନ କରିବାକୁ ବହୁ ସଂଖ୍ୟାରେ ଭକ୍ତ ଆସିଥାନ୍ତି ଓ  ସ୍ଥାନୀୟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଭାବେ ପରିଚିତ ମା’ଙ୍କ ପୂଜାର୍ଚ୍ଚନା ଅନ୍ୟ ଶକ୍ତିପୀଠରୁ ଭିନ୍ନ। ଏହି ପୀଠରେ ବଳିପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇ ସେହି ସ୍ଥାନରେ ମହାପ୍ରସାଦ ଭୋଗ କରାଯାଇଥାଏ।
କିମ୍ବଦନ୍ତୀରୁ ଜଣାଯାଏ, କପିଳ ମୁନି ଏବଂ ବଶିଷ୍ଠ ଋଷିଙ୍କ ଭଳି ଶକ୍ତିମାନ ଋଷିମାନେ ଏଠାରେ ତପସ୍ୟାରତ ଥିଲେ ଓ  ସେହି ସମୟରେ ରଣାସୁର ଭକ୍ତ, ଋଷି ଓ ମୁନିମାନଙ୍କୁ ଏଠାରୁ ବିତାଡ଼ିତ କରି ନିଜର ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲା । ତେଣୁ ଏହା ରଣାସୁର ପୀଠ ନାମରେ ଖ୍ୟାତ ତେବେ ସେ ଉତ୍ତର ଦିଗକୁ ଆକ୍ରମଣ କରିଥିବା ବେଳେ ମା’ ଚର୍ଚ୍ଚିକାଙ୍କ ଦ୍ୱାରା ନିହତ ହୋଇଥିଲା ଓ  ଏହାପରେ ରଣାସୁର ପୀଠ ପରିବର୍ତ୍ତନ ହୋଇ ରଣପୁର ନାମରେ ପରିଚୟ ପାଇଥିଲା।
ସେହି ସମୟରେ ଅଯୋଧ୍ୟାର ବେଣୁ ରାଜ ବଂଶଧରମାନେ କୌଣସି କାରଣରୁ ପୁରୀଠାରୁ ୧୨ କୋଷ ଦୂରରେ ଥିବା ଏହି ରଣପୁର ଜଙ୍ଗଲ ମଧ୍ୟରେ ଲୁଚି ରହିଥିଲେ ଓ  ସେମାନେ ଜଗନ୍ନାଥ ମହାପ୍ରଭୁଙ୍କ ସ୍ମୃତି ଓ ଭକ୍ତିକୁ ଜାଗ୍ରତ କରି ନିଳମାଧବଙ୍କ ଚକଶିଳାକୁ ସ୍ଥାପନ କରିଥିଲେ ଓ  ବିଶ୍ୱାବସୁ ରାଜା ଏଠାରେ ଭ୍ରମଣ କରୁଥିବା ବେଳେ ଚାମୁଣ୍ଡା ଶକ୍ତି ସମ୍ପନ୍ନା ମା’ ଗୌରୀଙ୍କର ମୂଣ୍ମୟ ମୂର୍ତ୍ତି ପାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ଓ  ସେତେବେଳେ ରଣପୁର ଜଙ୍ଗଲରେ ଭୁଆଁ ଜାତିର ଲୋକେ ବସବାସ କରୁଥିଲେ ଓ  ରାଜା ଉଦ୍ଧବ ନରେନ୍ଦ୍ର ମୈନାକ ପର୍ବତ ଶିଖରରେ ମନ୍ଦିର ପ୍ରତିଷ୍ଠା କରିଥିଲେ କୁହାଯାଏ ଯେ ସେହି ସମୟରେ ହିଁ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା ଓ  ରାଜା ପ୍ରତିଦିନ ଏଠାରେ ପୂଜା କରନ୍ତି।
ସମୁଦ୍ର ପତନ ଠାରୁ ୧୨୯୪ ଫୁଟ ତଥା ରଣପୁରଠାରୁ ୧୧୭୫ ଫୁଟ ଉଚ୍ଚତାରେ ଥିବା ମା’ଙ୍କ ପାଖକୁ ଯାତାୟାତ ବେଳେ ଅସୁବିଧା ହେଉଥିଲା ତେଣୁ  ମା’ଙ୍କ ପୀଠକୁ ଯିବା ପାଇଁ ମାତ୍ର ୧୩୫ଟି ପାହାଚ଼ ନିର୍ମାଣ କରାଯାଇଥିବା ବେଳେ ଏତେ ବଡ଼ ପାହାଡ଼କୁ ଯିବା ପାଇଁ ଅବଶିଷ୍ଟ ପାହାଚ ନିର୍ମାଣ କରିବା ସମ୍ଭବ ହୋଇପାରିନଥିଲା। ତେଣୁ ରାଜା ଗିରିଧାରୀ ନରେନ୍ଦ୍ର ନିତ୍ୟ ପୂଜା ପାଇଁ ଅକ୍ଷମ ପ୍ରକାଶ କରି ମା’ଙ୍କର ଚରଣ ବନ୍ଦନା କଲେ ଓ ସେହି ରାତ୍ରିରେ ରାଜା ଶୟନ ଅବସ୍ଥାରେ ମା’ ସ୍ୱପ୍ନାଦେଶ କରିଥିଲେ ଯେ ଆସନ୍ତାକାଲି ମୁଁ ଏକ ସୁବର୍ଣ୍ଣ ଗରା ପୂଜା ପାଉଥିବା ମୈନାକ ପର୍ବତ ଶିଖରରୁ ଫିଙ୍ଗିବି ସେହି ଗରାଟି ଯେଉଁ ସ୍ଥାନରେ ପଡ଼ିବ ସେଠାରେ ନୂତନ ମନ୍ଦିର ନିର୍ମାଣ କରାଇ ମତେ ପୂଜା କରାଇବୁ। ଓ ସେଠାରେ ମୁଁ ତଳ ମଣିନାଗ ରୂପେ ପରିଚିତ ହୋଇ ପୂଜା ପାଇବି।
ମା’ଙ୍କର ନିର୍ଦ୍ଦେଶ ଅନୁସାରେ ରାଜା ଗରାପଡ଼ିଥିବା ସ୍ଥାନରେ ନୂତନ ମନ୍ଦିର ନିର୍ମାଣ କରାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ଓ ଏହା ତଳ ମଣିନାଗ ନାମରେ ଖ୍ୟାତ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago