~ ବାଙ୍କୀରାଣୀ ଶୁକଦେଈ ~

ସୌରଭିତ ସୃଷ୍ଟି: ରାଧାମୋହନ ଗଡ଼ନାୟକ

ଛନ୍ଦକବି ରାଧାମୋହନ ଗଡ଼ନାୟକଙ୍କ ଏକ ଅମଳିନ ସୃଷ୍ଟି ! ଉତ୍କଳିକା କାବ୍ୟର ଏକ କବିତା ବାଙ୍କୀରାଣୀ ଶୁକଦେଈ . . 

ବାଙ୍କି-ରାଣୀର ସମ୍ମୁଖ ଭାଗେ
ଖୋରଧା ରାଜନ ସରମଭରେ,
ବୁକୁର ବ୍ୟାକୁଳ ବେଦନା ବିପାକ
ପ୍ରକାଶିଲେ ଧୀର ନମ୍ର ସ୍ଵରେ |
*** * ***
“ନିଦାରୁଣ ଏ ଯେ ଦଣ୍ଡ ଦେଉଚ
ଦେଉଚ ଆଜି ଏ ଅଭାଗା ପରେ,
କ୍ଷତ୍ରିୟ ବୀର ହୋଇ ମୁଁ କିପରି
ମୁଖ ଦେଖାଇବି ଧରଣୀ ତଳେ ?
*** * ***
ନାରୀ ନୁହଁ ତୁମେ ସାକ୍ଷାତ ଦେବୀ
ସାକ୍ଷାତ ତୁମେ କରୁଣା ସମା,
କେଉଁ ଅପରାଧ କରିଅଛି ମୁହିଁ
କେସନ ତାହାର ମାଗିବି କ୍ଷମା ?
*** * ***
ଉଦାରତା ବଳେ ଆଜି ମୋତେ ଜିଣି
ପରାଜିତ କଲ ଆପଣା ଆଗେ,
ଚିରଦିନ ତୁମେ ଅଙ୍କା ରହିବ
ଖୋରଧା ରାଣୀର ଚିତ୍ତଭାଗେ |
*** * ***
ତୁମର ବିଜୟ- ସଙ୍କେତ ରହୁ
ମୋର ପରାଜୟ-ଚିହ୍ନ ରହୁ,
ମୋର କୁଶପଲା ପ୍ରଗନା ଗୋଟିକ
ବାଙ୍କି ସହିତ ଯୁକ୍ତ ହେଉ |
*** * ***
ତିନି ଦିନ ପରେ ଆଖି ଲୁହ ପୋଛି
କିସ ଭାବି ପୁଣି ଉଠିଲେ ରାଣୀ,
କପାଳେ ଫୁଟାଇ କୁଞ୍ଚିତ-ରେଖା
ଭାଷିଲେ ନବୀନ ଅଭୟ ବାଣୀ |
“ଲୋତକେ ଭାସି ମୁଁ ଝୁରିବି ନାହିଁରେ
ଅନଳେ ଝାସି ମୁଁ ମରିବି ନାହିଁ,
ପାଷାଣ-ପରାଣେ ବଞ୍ଚି ରହିବି
ଆରେ ଦୟାନିଧି ତୋହରି ପାଇଁ |”
ଉପସ୍ଥାପନା: ଅମୃତେଶ ଖଟୁଆ
Banki Rani Sukadei
Amritesh Khatua
Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

6 days ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 week ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 weeks ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 weeks ago