Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ଜଗତସିଂହପୁରର ମାଛଗାଁ ମୁଖ୍ୟ କେନାଲର ଦକ୍ଷିଣ ପାର୍ଶ୍ଵ ଓ ମୃତ ଅଳକା ନଦୀର ଉତ୍ତର ପାର୍ଶ୍ୱରେ ଥିବା ଐତିହାସିକ ସୋମନାଥ ହାଟ ନିକଟସ୍ଥ ବିସ୍ତୀର୍ଣ୍ଣ ଆମ୍ବତୋଟା। ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ, ଜାତୀୟକବି ବୀରକିଶୋର, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ, ଭାଗିରଥ ମହାପାତ୍ର, ସରଳାଦେବୀ, ନୀଳମଣି ପ୍ରଧାନ, ପ୍ରାଣକୃଷ୍ଣ ପଢ଼ିଆରୀ, ଭିକାରୀଚରଣ…

ସୌରଭିତ ସୃଷ୍ଟି: ଗଙ୍ଗାଧର ମେହେର (ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଭାରତୀୟ ସାହିତ୍ୟରେ ମଧ୍ୟ ସେ ଜଣେ ଯଶସ୍ଵୀ କବି ଭାବେ ପରିଚିତ। ତାଙ୍କର ଜୀବନୀ ସେ ଅତି ସଂକ୍ଷିପ୍ତ ଭାବରେ ରଚନା କରିଛନ୍ତି । ଉତ୍କଳ ଖଣ୍ଡର ସେହି ମହାନ କବି ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ ଉପସ୍ଥାପନା କରି…

~ ରାମକୃଷ୍ଣ ନନ୍ଦ ~ ଲେଖା: ଅମୃତେଶ ଖଟୁଆ ଓ ଦେଵ ତ୍ରିପାଠୀ ଆହେ ଦୟାମୟ ବିଶ୍ଵବିହାରୀ । ଘେନ ଦୟାବହି ମୋ’ର ଗୁହାରି। ଜଳ, ସ୍ଥଳ, ବନ, ଗିରି, ଆକାଶ, ତୁମ ଲୀଳା ସବୁଠାରେ ପ୍ରକାଶ। ଇଏ କେବଳ ଭକ୍ତିକବିତାଟିଏ ତ ନ ଥିଲା, ଥିଲା ଲକ୍ଷ ଲକ୍ଷ ଓଡ଼ିଆଙ୍କ ପାଇଁ ଭାବପ୍ରବଣତା, ଶିଶୁକିଶୋରଙ୍କ…

ଲେଖା: ଦେଵ ତ୍ରିପାଠୀ “ଗଦାକ୍ଷେତ୍ରଞ୍ଚ ବିରଜାମେକାମ୍ରଂ ଚକ୍ର ସଜ୍ଞକମ୍, କୋଣାର୍କଂ ପଦ୍ମକ୍ଷେତ୍ରଞ୍ଚ ଶଙ୍ଖକ୍ଷେତ୍ରଂ ନୀଳାଚଳମ୍ II” ଭଗବାନ ମହାବିଷ୍ଣୁଙ୍କର ଚତୁର୍ଭୁଜରେ ଶୋଭାପାଏ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ । ‘ବାମଦେବ ସଂହିତା’ ଅନୁଯାୟୀ, ପୁରୁଷୋତ୍ତମ କ୍ଷେତ୍ର ନୀଳାଚଳ ପୁରୀକୁ ଭଗବାନଙ୍କ ଆୟୁଧ ଶଙ୍ଖ ସହ ସଂପୃକ୍ତ କରାଯାଇ ଶଙ୍ଖକ୍ଷେତ୍ର, ଏକାମ୍ରନଗରକୁ ଚକ୍ର ସହ ସଂଯୁକ୍ତ…

ଲେଖା: ଦେଵ ତ୍ରିପାଠୀ ଇଏ କୋଉ ଅସିଆ କାଳର ମସିଆ କଥା । ବାହାଘର ହବ । ଗାଁ ଟା ଯାକ ଲୋକଙ୍କ ଖୁସି କାହିଁରେ କ’ଣ ! ମୁରବିମାନେ ଲାଗିପଡିଥିବେ ଯେଝା କାମରେ । ଘର ଗୋଟାକ ନୂଆ ଦୁଶୁଥିବ ! ବରକନ୍ୟାଙ୍କ ମଙ୍ଗୁଳାଘରେ ମଙ୍ଗନକୃତ୍ୟ ଦିନ ବିବାହ ବିଷୟକ ଚିତ୍ରସବୁ ଅଙ୍କାଯିବ !…

ଲେଖା: ଦେଵ ତ୍ରିପାଠୀ ଓଡ଼ିଶା ସମ୍ବନ୍ଧରେ ଅଜ୍ଞ ତଥା ଅବିମୃଶ୍ୟକାରୀ ସରକାର ଓଡ଼ିଶା ମାଟିରେ ପର୍ଯ୍ୟଟନର ବିକାଶ କଥା ଚିନ୍ତା କଲାବେଳକୁ ପୁରୀ, କୋଣାର୍କ ଆଉ ଭୁବନେଶ୍ୱରରୁ ଆଗକୁ ଯାଇପାରେନା ! କିନ୍ତୁ ଆମ ବୁଦ୍ଧିଜୀବିମାନେ? ସେମାନେ ଭୁଲି ଯାଆନ୍ତି ଯେ, ସୁଦୀର୍ଘ ବେଳାଭୂମି, ସ୍ଥିତପ୍ରଜ୍ଞ ଅର୍କକ୍ଷେତ୍ର, ଶ୍ରୀମୟ ଶ୍ରୀକ୍ଷେତ୍ର ବାହାରେ ରହିଛି ସ୍ନିଗ୍ଧ ଭିତରକନିକା,…

ଲେଖା: ଦେଵ ତ୍ରିପାଠୀ କଟକ ସାହେବଜାଦା ବଜାରର ସେଇ ପୁରୁଣା ଦୁଇ ମହଲା କୋଠା ! ଅଗଷ୍ଟ ୧୫ କି ଜାନୁୟାରୀ ୨୬ ଆସିଲେ ଏଇ କୋଠାଟି ବିସ୍ମୃତିର ବହଳ ଚାଦର ଭିତରୁ ଉଙ୍କି ମାରି ଉଠେ । ଏଇ କୋଠାର ଛାତି ଉପରେ ତ୍ୟାଗ, ଆଦର୍ଶ, ସାଧନାର ଝାଞ୍ଜପିଟା ହୁଏ, ଏଇ କୋଠା ସହିତ…

ଲେଖା: ଦେଵ ତ୍ରିପାଠୀ ୧୯୫୨ ମସିହା, ବାଙ୍କାବଜାର, କଟକ । କୌଣସି ଏକ କାମରେ ତରବର ହୋଇ ଚାଲିଯାଉଥିଲେ ବିଜୁବାବୁ । ସୁମଧୁର ସଙ୍ଗୀତ ଓ ବାଦ୍ୟ ଶୁଣି ଗୋଟେ ଚାଳଘର ଭିତରକୁ ଆସିଗଲେ ସେ । ନୃତ୍ୟସଙ୍ଗୀତ ସହ କେଉଁ ଏକ ନାଟକର ରିହରସାଲ୍ ଦେଖିଥିଲେ ସେଇ ଚାଳଘର ଭିତରେ, ସେଇ ଚାଳଘରଟି ଥିଲା…

ଲେଖା: ଦେଵ ତ୍ରିପାଠୀ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…

ଲେଖା: ଅକ୍ଷୟ ଓଝା ଗାଆଁର ଏକ ଶେଷ ମୁଣ୍ଡରେ ଦଣ୍ଡାୟମାନ ଏହି ପୁରୁଣା ବରଗଛ ରୁକୁଣି ପଡିଆ ଗୋଚର ଭୂଇଁର ମଧ୍ୟ ଭାଗରେ । ଖରା ବେଳେ ଗାଈମାନେ ବିଶ୍ରାମ କରନ୍ତି ଏହି ବିଶାଳ ବୃକ୍ଷ ଛାୟାରେ । କେହି କେବେ କ୍ଷେତରୁ ଫେରୁଥିବା କୃଷକ କିମ୍ବା କୃଷକ ପରିବାର ଏହି ବୃକ୍ଷ ଛାୟାରେ ବିଶ୍ରାମ…