Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଶ୍ରୀକ୍ଷେତ୍ରରେ ଅବସ୍ଥିତ ପଞ୍ଚ ମହାଦେବ ମଧ୍ୟରେ ଗୌଡ଼ବାଡ଼ ସାହିର ପ୍ରତିଷ୍ଠିତ ଶ୍ରୀଯମେଶ୍ୱର, ମାଣିକର୍ଣ୍ଣିକା ସାହିର ଶ୍ରୀକପାଳମୋଚନ, ଶ୍ରୀଲୋକନାଥ, ମାର୍କଣ୍ଡେୟ ପୁଷ୍କରିଣୀର ତୀରଦେଶରେ ଶ୍ରୀମାର୍କଣ୍ଡେଶ୍ୱର ଏବଂ ଇନ୍ଦ୍ରଦ୍ୟୁମ୍ନ ସରୋବର ସମୀପରେ ଶ୍ରୀନୀଳକଣ୍ଠେଶ୍ୱର ଅତ୍ୟନ୍ତ ରହସ୍ୟମୟ ଅଟନ୍ତି । ଏହା ପଞ୍ଚମହାଦେବ ବା ପଞ୍ଚପାଣ୍ଡବ ମଧ୍ୟ କୁହାଯାଏ । ଏହା ଯଥାକ୍ରମେ :…

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଶ୍ରୀମନ୍ଦିରରେ ପ୍ରଚଳିତ ‘ମଣିବିମାନ’ ଶବ୍ଦ ବହୁ ପ୍ରାଚୀନ । ବିମାନ ଶବ୍ଦର ଅର୍ଥ ଯାନ ବା ଦେବଯାନ। ସାଧାରଣତଃ ମଣିରୂପକ ବୈଦୂର୍ଯ୍ୟଭରା ବିମାନକୁ ମଣିବିମାନ କୁହାଯାଏ । ପଞ୍ଚଦଶ ଶତାବ୍ଦୀରୁ ଅଷ୍ଟ।ଦଶ ଶତାବ୍ଦୀ ମଧ୍ୟରେ ଲେଖା ଯାଇଥିବା ଅନେକ ପଦ୍ୟାବଳୀରୁ ମଣିବିମାନ ଶବ୍ଦ ଦୃଷ୍ଟିଗୋଚର ହୋଇଥାଏ। ସେଥିମଧ୍ୟରୁ ବନମାଳୀଙ୍କ ପଦ୍ୟାବଳୀର…

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ ଚନ୍ଦନ ମଣ୍ଡପରେ ଠାକୁରମାନଙ୍କ ସ୍ନାନବେଶ, ଭୋଗ ଇତ୍ୟାଦି ନୀତି ବଢିବା ପରେ ରାତ୍ରଚାପ ନୀତିକୁ ବିଜେ କରିଥାନ୍ତି। ଏହି ରାତ୍ରଚାପ ପୁଷ୍କରିଣୀରେ ତିନି ଘେରା ଭ୍ରମଣ କରିଥାଏ। ଏହାପରେ ଠାକୁରମାନଙ୍କ ଅନ୍ୟାନ୍ୟ ନୀତି ସଂପାଦିତ ହୋଇ ଚାପ ଉପରୁ ବିମାନ ଓ ପାଲିଙ୍କିରେ ଉପବେଶନ କରି ଶ୍ରୀମନ୍ଦିର ଅଭିମୁଖେ ବାହୁଡା ବିଜେ କରିଥାନ୍ତି।…

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେଉଥିବା ଏହି ଚନ୍ଦନଯାତ୍ରା ମହୋତ୍ସବରେ ଶ୍ରୀମନ୍ଦିରରେ କେତେକ ସ୍ୱତନ୍ତ୍ର ନୀତି ପାଳନ କରାଯାଇଥାଏ ! ~ ଚନ୍ଦନଯାତ୍ରା ~ ଉକ୍ତ ଦିନ ଶ୍ରୀଗ୍ରହମାନଙ୍କ ସକାଳଧୂପ ଶେଷ ହେବାପରେ ତିନି ବାଡରେ ମଇଲମ ହୋଇ ମହାସ୍ନାନ କରାଯାଏ ! ଏହାପରେ ପୂର୍ବଦିନ ଠାରୁ ଅଧିବାସିତ ହୋଇଥିବା ଚନ୍ଦନ ପିଙ୍ଗଣ…

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ ଅକ୍ଷୟ ପୁଣ୍ୟଯୁକ୍ତ ତୃତୀୟା, ଯେଉଁ ତୃତୀୟାରେ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ । ବୈଶାଖ ଶୁକ୍ଳ ତୃତୀୟା, ଅକ୍ଷି ତୃତୀୟା । ସତ୍ୟଯୁଗ ଏ ଦିନ ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ । ଚାଷୀମାନେ ଏ ଅକ୍ଷି ତୃତୀୟା ଜମିରେ ପ୍ରଥମେ ଧାନ ବୁଣନ୍ତି । ଏହି ଦିନ ଶ୍ରୀ…

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ କୁହାଯାଏ ଶ୍ରୀପୁରୁଷୋତ୍ତମର ତୃତୀୟ ପ୍ରାଚୀନ ବରଗଛ ନିକୁମ୍ଭିଲାବଟ। ଏହାର ସ୍ଥିତି ହେଲା ଶ୍ରୀମହେଶ୍ଵର ମହାଦେବଙ୍କ ପୀଠରେ । ପୁରାଣ ପ୍ରସିଦ୍ଧ ଏହି ବଟ, ମହର୍ଷି କଣ୍ଡୁଙ୍କ ସମୟରୁ ରହିଛି । ନିକୁମ୍ଭିଲାବଟ ପୁରୀର ସାହିଯାତ୍ରା ସହ ସମ୍ବନ୍ଧିତ ! ନିକୁମ୍ଭିଲାବଟ ଶ୍ରୀଲଙ୍କାରେ ରହିଛି। ରାବଣ ଯେଉଁଠି ବସି ଦୁର୍ବାର ସାଧନା କରିଥିଲା, ସେହିଠାରେ…

~ ବାଳୁତ ବୀର ସେ ~ ସୌରଭିତ ସୃଷ୍ଟି: କବି ଅନନ୍ତ ପଟ୍ଟନାୟକ ପ୍ରଖ୍ୟାତ ସାମ୍ୟବାଦୀ କବି, ଗାଳ୍ପିକ ତଥା ଶିଶୁସାହିତ୍ୟିକ ଅନନ୍ତ ପଟ୍ଟନାୟକଙ୍କ ଏକ ଚର୍ଚ୍ଚିତ କବିତା ବାଳୁତ ବୀର ସେ । ଅକ୍ଟୋବର ପାଞ୍ଚ ତାରିଖ । ମନେ ପଡିଯାଏ ସ୍ମୃତି ଆଢୁଆଳେ ଏକ ଅନିନ୍ଦ୍ୟ ତରୁଣର ଦୁଃସାହସର ଗାଥା । ଜାତୀୟତାର…

ଲେଖା: ବନ୍ଧନ ଦଳେଇ ଦୁର୍ଗା ମାଧବଙ୍କ ଉପାସନାର ଅନନ୍ୟ ପରମ୍ପରା ଦେବୀ ଗୁଣ୍ଡିଚା । ଶ୍ରୀମନ୍ଦିରରେ ବାରମାସରେ ତେରପର୍ବ ଓ ନାନାପ୍ରକାର ପର୍ବପର୍ବାଣି ମଧ୍ୟରେ ଦୁର୍ଗାପୂଜା ଏକ ବ୍ୟତିକ୍ରମ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ବିମଳାଙ୍କର #ଷୋଳପୂଜା ଆରମ୍ଭ ହୁଏ। ପୁରାଣ ଆଦିରୁ ପ୍ରମାଣ ମିଳେ ଯେ ମା’ #ବିମଳା ଶ୍ରୀମନ୍ଦିରର #ପ୍ରାଚୀନତମ_ଦେବୀ_ବିଗ୍ରହ ।…

ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ ମହାନ କବି ଡ. ମାୟାଧର ମାନସିଂହଙ୍କ ଅମଳିନ କବିତା କୋଣାର୍କ I ~ କୋଣାର୍କ ~ ହେ କୋଣାର୍କ ବିଗତ ଯୌବନା ମୌନ-ଦୁଃଖେ ସୈକତ ଶୟନା ତୋର ଏହି ଜୀର୍ଣ୍ଣ ଦେହେ ଅଦ୍ୟାପି ଗୋ ବିମୁଗ୍ଧ ନୟନେ ଚାହେଁ ବିଶ୍ୱ, କରୁଣାରେ ତେଜି ଅଶ୍ରୁ ତୋ ଦୁଃଖ-ଶୟନେ ଜଗତର…

ଲେଖା: ଡ. ସତ୍ୟପ୍ରିୟ ସାହୁ ଆମ ଭାଷା ଓ ସାହିତ୍ୟ ଜଗତର ଜଣେ ଅମଳିନ ସାଧକ ନାଟ୍ୟକାର ଭିକାରୀ ଚରଣ ପଟ୍ଟନାୟକ । ୧୮୭୭ ସାଲ ଡିସେମ୍ବର ମାସ ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଭିକାରୀ ଚରଣ ପଟ୍ଟନାୟକ, କେନ୍ଦ୍ରାପଡ଼ା ଜିଲ୍ଲାର ଅସୁରେଶ୍ଵର ଅଞ୍ଚଳର ହୁରାସାହି ଗ୍ରାମରେ । ପାଠ ପଢ଼ିଲେ, ବିଦିତ ହେଲେ ଓଡ଼ିଶାର…