admin

admin

ଶ୍ରୀ ଚନ୍ଦ୍ରଶେଖର ମହାଦେବ

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶ୍ରୀ ଚନ୍ଦ୍ରଶେଖର ମହାଦେବ ~ କପିଳାସର ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କୁ କେହି କେହି ଶିଖରେଶ୍ୱର ବୋଲି ମଧ୍ୟ କୁହନ୍ତି l କାରଣ କୈଳାସ ବା କପିଳାସ ପାହାଡ଼ର ଶିଖରରେ ସ୍ୱୟଂ ଭଗବାନ ବିରାଜମାନ କରିଥିବାରୁ ଏପରି ନାମକରଣ ହୋଇଥାଇପାରେ l ହେଲେ ସାରା ଓଡିଶାରେ ଶ୍ରୀ ଚନ୍ଦ୍ରଶେଖର ନାମରେ ସେ…

ମାଣ୍ଡ୍ କିନ୍ଦରା

ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଦକ୍ଷିଣ ପଶ୍ଚିମ ଓଡ଼ିଶାର ମାଣ୍ଡ୍ କିନ୍ଦିରା ଓ ମାଣ୍ଡ୍ କୁଲେନ୍ ~ ଓଡ଼ିଆ ଲୋକଙ୍କର ବାହାଘର ରୀତିନୀତି ଅଞ୍ଚଳ ଭେଦରେ କିଛିମାତ୍ରାରେ ଭିନ୍ନ ଭିନ୍ନ ହୋଇଥାଏ । ଭତରା ଓଡ଼ିଆମାନଙ୍କର ଵିଵାହ ଉତ୍ସଵ ମଧ୍ୟରେ ଦରମ୍ ପାନି ରୀତିଟି ତହିଁର ଏକ ଉଦାହରଣ । ଭତରା ଵା ଭୋତାର୍‌ମାନେ…

ଗ୍ରାମେଶ୍ବର ମହାଦେବ

ଲେଖା: ତ୍ରିଲୋଚନ ସ୍ୱାଇଁ ~ ପଞ୍ଚପଲ୍ଲୀର ଶ୍ରୀ ଗ୍ରାମେଶ୍ବର ମହାଦେବ ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ…

ଜାତୀୟକବି ବୀରକିଶୋର

ଲେଖା: ଦେଵ ତ୍ରିପାଠୀ ~ ଜାତୀୟକବି ବୀରକିଶୋର ଦାସ ~ ୧୯୨୧ ମସିହା । #କଟକ । ଲୋକଙ୍କ ମନରୁ ଲିଭିନି #ଜାଲିଆନାୱାଲାବାଗ ର ଅନିର୍ବଚନୀୟ କରାଳ ଯଜ୍ଞର ଦୃଶ୍ୟ ! କଟକଠାରୁ କେତେ ହଜାର କିଲୋମିଟର ଦୂରର ସେଇ ହୃଦୟଥରା ଦୃଶ୍ୟରେ ଓଡ଼ିଆଙ୍କ ହୃଦୟ ମଧ୍ୟ ହୋଇଥିଲା ବହୁଧା ବିଦୀର୍ଣ୍ଣ ! ସେଭଳି ସନ୍ଧିକ୍ଷଣରେ…

ପୁରୀ

ଉପସ୍ଥାପନା: ପ୍ରଦୀପ କୁମାର ମହାନ୍ତି ~ ପରମ ତୀର୍ଥକ୍ଷେତ୍ର ପୁରୀ ~ ପୁରୀ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର ନାମରେ ଖ୍ୟାତ। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ହେଉଛନ୍ତି ଏହି କ୍ଷେତ୍ରର କେନ୍ଦ୍ର ଓ ମୁଖ୍ୟ । ଏହି କ୍ଷେତ୍ରରେ ଚାରିଗୋଟି ଆଶ୍ରମ ବା ଚତୁଃଶ୍ରମ, ପାଞ୍ଚଗୋଟି ତୀର୍ଥ ବା ପଞ୍ଚତୀର୍ଥ, ସାତଗୋଟି ବଟବୃକ୍ଷ ବା…

ମୃଗତୃଷ୍ଣା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ମୃଗତୃଷ୍ଣା ଶବ୍ଦ ଓ ଓଡ଼ିଆ ଭାଷା~  ମୃଗତୃଷ୍ଣା ଶବ୍ଦଟି ଓଡ଼ିଶାର ଅନେକ ଲୋକେ ଜାଣି ନଥାଇ ପାରନ୍ତି କିନ୍ତୁ ଯେଉଁମାନେ ସାହିତ୍ୟିକ ଵା ସାହିତ୍ୟ ସମ୍ବନ୍ଧରେ ଜ୍ଞାନ ରଖନ୍ତି ସେମାନେ ଏ ଶବ୍ଦକୁ ନିଶ୍ଚିତ ଭାବରେ ଜାଣିଥିବେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମୃଗତୃଷ୍ଣା ଶବ୍ଦଟି…

ସବୁରି ଚିତ୍ତଚୋର

ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର ଉତ୍କଳମଣି ଗୋପବନ୍ଧୁ ଗଞ୍ଜାମରେ କୌଣସି ଏକ ପଲ୍ଲୀ ସଭାକୁ ଗଲାବେଳେ ଏକ କୌତୁକାଵହ ଘଟଣାଟିଏ ଘଟିଥିଲା । ଭିକ୍ଷାକରି ଚଳୁଥିଵା ଦୁଇଜଣ ବୁଢ଼ୀ ଗୋପବନ୍ଧୁଙ୍କୁ ସବାରିରେ ଯିଵା ଦେଖି ଜଣେ କିଏ ବର ଵିଭାହୋଇଯାଉଛି ବୋଲି ମନେକରି ସଭାକୁ ଯାଇଥିଲେ । ଉଭୟ ବୁଢୀ଼ ପରସ୍ପରରେ କଥା ହେଉଥାନ୍ତି ।…

ମା’ ମଙ୍ଗଳା

ଲେଖା: ଶିଶିର ସାହୁ ମନୋଜ ~ ମା’ ମଙ୍ଗଳା: ଓଡ଼ିଶାର ତଥା ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ~ ଆମ କଳିଙ୍ଗୋଡ୍ରତ୍କଳରେ ନୌଵାଣିଜ୍ୟ ପରମ୍ପରାର ଅଧିଷ୍ଠାତ୍ରୀ ମା’ ମଙ୍ଗଳା । କଳିଙ୍ଗ ଦେଶର ସାଧଵମାନେ ବୋଇତ ଦେଇ ଯାତ୍ରା ଆରମ୍ଭ କରିଵା ସମୟରେ ମା’ ମଙ୍ଗଳାକୁ ସ୍ମରଣ କରୁଥିଲେ ତାଙ୍କର ଆରାଧନା କରୁଥିଲେ । ଗୋପୀନାଥ ଦାସ…

କୁଆ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ କୁଆ ଓ ତତ୍ ସମ୍ବନ୍ଧୀୟ ଅନ୍ୟ ଓଡ଼ିଆ ଶବ୍ଦ ~ କାକ ଵା କାଉର ଆଉ ଏକ ଓଡ଼ିଆ ପ୍ରତିଶବ୍ଦ କୁଆ । ପୁଣି ଲକ୍ଷଣାର୍ଥ କୁଆ ପରି ଗୋଳମାଳ ଗଣ୍ଡଗୋଳ ହୋହଲ୍ଲା କରିଵା ଵ୍ୟକ୍ତିକୁ ମଧ୍ୟ କୁଆ କୁହାଯାଏ । ଯେଉଁମାନେ ଅଇଁଠା ଓ ଅମେଧ୍ଯ…

ଆଉ ଥରେ ଆସ ଓଡ଼ିଶାଭୂଇଁ

ଲେଖା: ଦେବରଞ୍ଜନ ସାମଲ ~ ଆଉ ଥରେ ଆସ ଓଡ଼ିଶାଭୂଇଁ ~ ହେ କବିବର ଆଉ ଥରେ ଆସ ଓଡ଼ିଶାଭୂଇଁ ତୁମ ମାତୃଭାଷା ହଜି ଗଲାଣି . . କବିବର ଆଉ ଥରେ ଆସ ଓଡ଼ିଶା ଭୂଇଁ।। ପରାଧୀନ ବେଳେ ଓଡ଼ିଆ ଭାଷା ବୋଲୁଥିଲେ ତୁମ ଓଡ଼ିଶା ବାସୀ . . ସ୍ବାଧୀନତା ପାଇ ନିଜ…