Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ୧୧୮୦ ଖ୍ରୀଷ୍ଟାବ୍ଦ ପାଖାପାଖି କୌଣସି ସମୟ । ମହାରାଜା ଦ୍ଵିତୀୟ ଅନଙ୍ଗଭୀମ ଦେଵ ଚଉଦ୍ଵାର ରାଜବାଟୀରୁ ମହାନଦୀ ପାର ହୋଇ ଆସି ପହଞ୍ଚିଲେ ସେଠାରେ । ସେ ସ୍ଥାନଟିର କି ଅଜଣା ଆକର୍ଷଣ ଓ ମାହାତ୍ମ୍ୟ ସେ ଅନୁଭବ କଲେ, କ୍ଷଣିକେ ଯୋଜନା କରିଥିଲେ ସେଠାରେ ଗଡ଼ଟିଏ ପ୍ରତିଷ୍ଠା କରିବା ପାଇଁ…

ଲେଖା: ଦେଵ ତ୍ରିପାଠୀ ଆସନ୍ତୁ ବୁଲିଯିବା ଶ୍ରୀକ୍ଷେତ୍ର ! ଏ ଏକ ସିଦ୍ଧପୀଠ ! ଏ ବିଶ୍ୱର ଏକ ବିରଳ ପୀଠ ଯେଉଁଠି ଦାରୁ ବିଗ୍ରହ ରୂପେ ପୂଜିତ ମହାପ୍ରଭୁ ଶ୍ରୀରାମଚନ୍ଦ୍ର, ଶ୍ରୀଲକ୍ଷ୍ମଣ, ଜଗଦ୍ଧାତ୍ରୀ ଦେବୀ ସୀତା ତଥା ମହାବୀର ଶ୍ରୀହନୁମାନ ! ଏ ପୀଠ ଶ୍ରୀରାମଚନ୍ଦ୍ରଙ୍କ ଶ୍ରୀକ୍ଷେତ୍ର ! ରଘୁନାଥଜୀଉ ପୀଠ ! ଏଠାରେ…

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଆଙ୍କ ଖାଇବା ଇ ନିଆରା ! ସେ ଟଙ୍କିକିଆ ଚାଉଳର ଭାତ ହେଉ କି ୩୦୦ଟଙ୍କିଆ ବାସୁମତୀ ଚାଉଳର ଭାତ ଖାଉ, ମହାପ୍ରସାଦ ହେଉ ଅବା ରେଷ୍ଟୁରାଣ୍ଟର ଭୋଜନ ହେଉ ଓଡ଼ିଆ ଖାଇବା ଶେଷକୁ ଲୋଡ଼େ ମିଠା ଟିକିଏ ! ମିଠା ନ ଥିଲେ ଓଡ଼ିଆର ରଜାଘର ଖାନା ବେକାର…

ଲେଖା: ଦେଵ ତ୍ରିପାଠୀ ପ୍ରାୟ ୬୦ ବର୍ଷ ପୂର୍ବର କଥା । ଭାରତ-ଚୀନ ଯୁଦ୍ଧ ସରିଛି, ଭାରତ ପାକିସ୍ଥାନ ଯୁଦ୍ଧ ବି ହୋଇଛି । ନିମାପଡା ବଜାରରେ ଚିନିର ଅଭାବ, ନିକଟ ବନମାଳୀପୁର କିମ୍ବା ପିପିଲିରେ ଚିନିର କଳାବଜାରୀ । ସେଥିପାଇଁ ସୁଦୂର କଟକ ମାଲଗୋଦାମରୁ ଯାଇ ଚିନି ଆଣିବାକୁ ପଡୁଥିଲା । ଚୈତ୍ରର ଜହ୍ନ…

ଲେଖା: ଦେଵ ତ୍ରିପାଠୀ କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ରସାବଳୀ, ପୁରୀ ଶ୍ରୀଜଗନ୍ନାଥଙ୍କ ଅବଢ଼ା ପରି ବାଣପୁରର ମା’ ଭଗବତୀଙ୍କ ପ୍ରସାଦରୂପେ ଖ୍ୟାତ ବାଣପୁରର ମୁଆଁ ବିଶେଷ ଆଦୃତ । ଯଜମାନେ ମନସ୍କାମନା ପୂରଣ ନିମନ୍ତେ ପ୍ରଥମେ ଏଇ ମୁଆଁକୁ ଯାଚଜ୍ଞା କରିଥାନ୍ତି, ମନସ୍କାମନା ପୂରଣ ହେବା ପରେ ଏହାକୁ ଭକ୍ତିଭରେ ଭୋଗ କରିଥାନ୍ତି । ମା’ ଭଗବତୀଙ୍କ…

ଲେଖା: ଦେଵ ତ୍ରିପାଠୀ ସାଲ୍ୱନନ୍ଦିନୀ ସାଳନ୍ଦୀ ବା ଓଡ଼ିଶାର ଦ୍ଵିତୀୟ ସୂର୍ଯ୍ୟମନ୍ଦିର – ବିରଞ୍ଚିନାରାୟଣ ମନ୍ଦିର ଭଦ୍ରକର ସମ୍ପୂର୍ଣ୍ଣ ପରିଚୟ ନୁହେଁ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ, ଚରମ୍ପା ବଜାରର କାଳୀପୂଜା ମେଳା, ବଂଶୀବଲ୍ଲଭଙ୍କ ମୋଗଲତାମସା ଅଥବା ଆଖଣ୍ଡଳମଣି ବା ବଙ୍କବାସୁଳୀଙ୍କ ନାମ ଉଲ୍ଲେଖ କରିଦେଲେ ପୂର୍ଣ୍ଣାଙ୍ଗ ହୁଏନା ଭଦ୍ରକର ବଳୟ ଓ ବ୍ୟାପ୍ତି…

ଲେଖା: ଦେଵ ତ୍ରିପାଠୀ ଖାଦ୍ୟ ! ପୁନଶ୍ଚ ଭିନ୍ନ ଓ ସ୍ବାଦିଷ୍ଟ ! କାହାର ବା ଲୋଭ ନ ହେବ ! ଯେଉଁଠି ଖାଦ୍ୟ ସ୍ବାଦିଷ୍ଟ, ସେଇଠି ତୃପ୍ତି ଓ ଆନନ୍ଦ । ସେ ବର୍ଷାଦିନିଆ ଉଷୁମ ମୁଢ଼ି ହେଉ କି ଜେଜେ ମା’ର ବେସରଦିଆ ଆମ୍ବୁଲପକା ଚୁନାମାଛ, ତା’ର ଯେଉଁ ବାସ୍ନା ଆଉ ସୁଆଦ…

ଲେଖା: ଦେଵ ତ୍ରିପାଠୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ, ଗଦି, ଘଣ୍ଟେଶ୍ୱର, ପୀରହାଟ ଏବଂ ଏଗୁଡ଼ିକର ଆଖପାଖ ଅଞ୍ଚଳକୁ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ‘ଭେଡା’ କୁହାଯାଏ । ଏହି ଅଞ୍ଚଳଟି ସମୁଦ୍ର ପତନଠାରୁ ନିମ୍ନରେ ଥିବା କାରଣରୁ ଅଧିକାଂଶ ସମୟରେ ସମୁଦ୍ରସଂଲଗ୍ନ ନଦୀ ଓ ସେମାନଙ୍କ ଶାଖାନଦୀଗୁଡ଼ିକରେ ଜୁଆର ମାଡିଆସି ସମସ୍ତ ଅଞ୍ଚଳ…

ଲେଖା: ଦେଵ ତ୍ରିପାଠୀ ଆମ କଟକ ଜିଲ୍ଲାର କଥା ! ଥିଲା ଜଣେ ଅଧ୍ୟବସାୟୀ କିଶୋର । ପଇସା ଅଭାବରୁ ସିନା ପାଠ ପଢ଼ି ପାରିଲାନି, ହେଲେ ମନରେ ଥାଏ ଆଗକୁ ବଢ଼ିବାର ସ୍ପୃହା ! ପରିସ୍ଥିତିରେ ପଡ଼ି ଘରଦ୍ଵାର ଛାଡ଼ି ଦିନେ ବିଦେଶମାଟିରେ ଜୀବନ ଜୀଇଁବା ପାଇଁ ହୋଟେଲରେ କାମ କଲା । ବ୍ରାହ୍ମଣ…

ଲେଖା: ଦେଵ ତ୍ରିପାଠୀ ଅଧୁନା ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ‘ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର ବୈଚିତ୍ର୍ୟମୟ,…